Get Updates
Get notified of breaking news, exclusive insights, and must-see stories!

ଶ୍ରୀଲଙ୍କାକୁ ୨୧୪ ରନର ଟାର୍ଗେଟ ଦେଲା ଭାରତ

କଲମ୍ବୋ: ଶ୍ରୀଲଙ୍କା ଏବଂ ଟିମ୍ ଇଣ୍ଡିଆ ପ୍ରଥମ ଟି-୨୦ରେ ମୁହାଁମୁହିଁ ହୋଇଛନ୍ତି। ପାଲ୍ଲେକେଲେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ଦଳର ଅଧିନାୟକ ଚାରିଥ୍ ଆଶାଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା। ଧାର୍ଯ୍ୟ ୨୦ ଓଭରରେ ଟିମ୍ ଇଣ୍ଡିଆ ୭ ୱିକେଟ ହରାଇ ୨୧୩ ରନ୍ କରିଛି।

ଫଳରେ ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୨୧୪ ରନ୍ ରହିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ଦୁଇ ଓପନର ଗିଲ ଓ ଯଶସ୍ୱୀ ବିସ୍ଫୋରକ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ପାୱାର ପ୍ଲେରେ ୭୪ ରନ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ପାୱାର ପ୍ଲେର ଶେଷ ବଲରେ ଗିଲ ୩୪ ରନ କରି ଦିଲଶାନ ମଧୁଶଙ୍କା ଶିକାର ବନିଥିଲେ। ପରବର୍ତ୍ତୀ ବଲରେ ୱାନିନ୍ଦୁ ହସରଙ୍ଗା ୪୦ ରନ କରିଥିବା ଯଶସ୍ୱୀଙ୍କ ୱିକେଟ ନେଇଥିଲେ।

india

ଦୁଇ ବଲରେ ଭାରତ ଦୁଇଟି ୱିକେଟ ହରାଇଥିଲେ ହେଁ ଏହାର ପ୍ରଭାବ ଅଧିନାୟକ ସୂର୍ଯ୍ୟ କୁମାରଙ୍କ ଉପରେ ପଡ଼ି ନଥିଲା। ସେ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ତାଙ୍କୁ ଋଷଭ ପନ୍ତ ସାଥ ଦେଇଥିଲେ। ଉଭୟ ତୃତୀୟ ୱିକେଟ ପାଇଁ ଦଳୀୟ ସ୍କୋକରୁ ୭୪ରୁ ନେଇ ସିଧା ୧୫୦ରେ ପହଞ୍ଚାଇ ଦେଇଥିଲେ। ଏହି ୭୬ ରନର ଭାଗିଦାରୀ ମଧ୍ୟରୁ ସୂର୍ଯ୍ୟ ଏକାକୀ ୫୮ ରନ କରିଥିଲେ।

ଟିମ୍ ଇଣ୍ଡିଆ ପକ୍ଷରୁ ଶୁବମନ ଗିଲ୍ ୩୪ ରନ୍ କରିଥିବାବେଳେ ଯଶସ୍ୱୀ ଜୟସ୍ବାଲ ୪୦ ରନ୍ କରିଥିଲେ। ସେହିପରି ସୂର୍ଯ୍ୟକୁମାର ଯାଦବ ୫୮ ରନ୍, ଋଷଭ ପନ୍ତ ୪୯ ରନ୍ , ହାର୍ଦ୍ଦିକ ପାଣ୍ଡ୍ୟା ୯ ରନ୍, ରିୟାନ ପରାଗ ୭ ରନ୍, ରିଙ୍କୁ ସିଂ ୧ ରନ୍ , ଅକ୍ଷର ପଟେଲ ୧୦ ରନ୍ ,ଏବଂ ରବି ବିଶ୍ନୋଇ ୧ ରନ୍ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+