Google 'Year in Search 2020': କରୋନାଠାରୁ ଟ୍ରେଣ୍ଡିଂ ଥିଲା ଆଇପିଏଲ
ଭୁବନେଶ୍ବର: ଚଳିତ ବର୍ଷ ଅର୍ଥାତ 2020 ବର୍ଷରେ ଅନେକ କିଛି ଅଦ୍ଭୁତ ଘଟଣା ଘଟିଯାଇଛି । ଯାହାକୁ ସମଗ୍ର ମାନବ ସମାଜ ନାକାରାତ୍ମକ ଦୃଷ୍ଟିରେ ଦେଖୁଛି । ଗୋଟିଏ ଅର୍ଥରେ କହିବାକୁ ଗଲେ କୋଡିଏ କୋଡିଏ ବର୍ଷଟି ସାରା ବିଶ୍ବ ପାଇଁ ଏକ ଅଭିଶପ୍ତ ବର୍ଷ ପାଲଟି ଯାଇଛି । ଆଉ ଯାହାର ମୂଳ କାରଣ ରହିଛି ମଣିଷ ଖିଆ ଏହି କରୋନା ଭାଇରସ । ଆଉ ଏହି କିଲର ଜୀବନ ଜୀବିକା ସହ ଆମର ପ୍ରିୟତମଙ୍କୁ ପର କରି ଦେଇଛି ।
ତେବେ 2020 ବର୍ଷର ଶେଷ ମାସରେ ଆମେ ପହଞ୍ଚିସାରିଛେ । ଆଉ ଯଦି ଠିକ୍ 11 ମାସ ତଳକୁ ଫେରି ଚାହିଁବା, ତେବେ କେବଳ ଗୋଟିଏ ବିଷୟ ବସ୍ତୁ ଆମ ମନକୁ ଆସିବ । ତାହା ହେଉଛି କରୋନା ଭାଇରସ । ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବ କରୋନା ମହାମାରୀ ମଧ୍ୟରେ ଚଳିତ ବର୍ଷ ଇଣ୍ଟରନେଟରେ ସବୁଠାରୁ ଅଧିକ ଖୋଜା ଯାଇଥିବା ବିଷୟ ବସ୍ତୁ କରୋନା ଭାଇରସ ନୁହେଁ ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ । ତେବେ ଚଳିତ ବର୍ଷ ଶେଷ ଆଡକୁ ଇଣ୍ଟରନେଟର ଫେମସ ସର୍ଚ୍ଚ ଇଞ୍ଜିନ ଗୁଗୁଲ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଆଇପିଏଲ ଶୀର୍ଷ ସ୍ଥାନ ଅଧିକାର କରିଛି ।

ସୂଚନାଥାଉ କି, ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ଦ୍ବାରା ମାର୍ଚ୍ଚ-ଏପ୍ରିଲ ମାସରେ ଆୟୋଜିତ ଏହି ଘରୋଇ କ୍ରିକେଟ ଲିଗ ସାରା ବିଶ୍ବରେ ଘରେ ଘରେ ପରିଚିତ । ତେବେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଏହି ବିତ୍ତଶାଳୀ କ୍ରିକେଟ ଲିଗ ପ୍ରାୟ ବନ୍ଦ ହୋଇଯିବା ଉପରେ ଥିଲା । ମାତ୍ର ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବହୁ ଚେଷ୍ଟା ପରେ ଆଇପିଏଲର 13ତମ ସଂସ୍କରଣ ୟୁଏଇରେ ଆୟୋଜିତ ହୋଇଥିଲା । ତେବେ ଭାଇରସ ଭୟ ପାଇଁ ପଡିଆରେ ଦର୍ଶକଙ୍କୁ ବାରଣ କରାଯାଇଥିବା ବେଳେ ପ୍ରସାରଣ କ୍ଷେତ୍ରରେ ମଧ୍ୟ ଏହା ବହୁ ରେକର୍ଡକୁ ଭଙ୍ଗ କରିଥିଲା । ଆଇପିଏଲକୁ ଚଳିତ ବର୍ଷ ସବୁଠାରୁ ଅଧିକ ଦର୍ଶକ ଦେଖିଥିବା ରେକର୍ଡ ହୋଇଛି । ସେହିପରି ଗୁଗୁଲରେ ମଧ୍ୟ ଏହାକୁ ଲୋକେ ଅଧିକରୁ ଅଧିକ ସର୍ଚ୍ଚ କରିଛନ୍ତି ।
ନଜର ପକାନ୍ତୁ ଆଇପିଏଲ ଆଉ କେଉଁ କେଉଁ ଇଭେଣ୍ଟକୁ ପଛରେ ପକାଇଛି-
ମୋଷ୍ଟ ସର୍ଚ୍ଚ ଇନ ଗୁଗୁଲ (ଓଭର୍-ଅଲ)
- ଇଣ୍ଡିଆନ୍ ପ୍ରିମିୟର ଲିଗ୍
- କରୋନା ଭାଇରସ୍
- ଆମେରିକା ନିର୍ବାଚନ ଫଳାଫଳ
- ପ୍ରଧାନମନ୍ତ୍ରୀ କିଷାନ ଯୋଜନା
- ବିହାର ନିର୍ବାଚନ ଫଳାଫଳ
- ଦିଲ୍ଲୀ ନିର୍ବାଚନ ଫଳାଫଳ
- ଦିଲ୍ ବେଚାରା
- ଜୋ ବିଡେନ
- ଲିପ ଡେ
- ଅର୍ଣ୍ଣବ ଗୋସ୍ୱାମୀ
ସେହିପରି ଚଳିତ ବର୍ଷ ଆଇପିଏଲ ମଧ୍ୟ ଅଧିକ ଖବରରେ ରହିଥିଲା । କାରଣ କରୋନା ମହାମାରୀ ମଧ୍ୟରେ କ୍ରୀଡା ଜଗତ ସମ୍ପର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ କ୍ରୀଡା ପ୍ରେମୀଙ୍କ ମନରେ ଆଶ୍ବାସନା ଭାରଥିଲା ଆଇପିଏଲ । ତେବେ ନଜର ପକାନ୍ତୁ ଆଇପିଏଲ ବ୍ୟତିତ ଅନ୍ୟ କେଉଁ କେଉଁ ନ୍ୟୁଜକୁ ଲୋକେ ଅଧିକ ଖୋଜିଛନ୍ତି....
ମୋଷ୍ଟ ସର୍ଚ୍ଚ ଇନ ଗୁଗୁଲ (ନ୍ୟୁଜ ଟପ୍ପିକ୍ )
- ଇଣ୍ଡିଆନ୍ ପ୍ରିମିୟର ଲିଗ୍
- କରୋନା ଭାଇରସ୍
- ଆମେରିକା ରାଷ୍ଟ୍ରପତି ନିର୍ବାଚନ
- ନିର୍ଭୟ ମାମଲା
- ବେରୁଟ୍ ବିସ୍ଫୋରଣ
- ଲକଡାଉନ୍
- ଚୀନ୍-ଭାରତ ସୀମା ବିବାଦ
- ଅଷ୍ଟ୍ରେଲିଆରେ ବୁଶଫାୟାର୍
- ପଙ୍ଗପାଳର ଆକ୍ରମଣ
- ରାମ ମନ୍ଦିର
ତେବେ ଚଳିତ ବର୍ଷ ଆଇପିଏଲ ବିଦେଶ ମାଟିରେ ହୋଇଥିଲେ ମଧ୍ୟ ଦେଶ ଦେଶ ତଥା ବିଦେଶରେ ବେଶ ଆଦୃତ ହୋଇଥିଲା । ଅନେକ ପ୍ରସିଦ୍ଧ ବିଦେଶୀ ସ୍ପୋର୍ଟ୍ସ ଇଭେଣ୍ଟକୁ ମାତ୍ ଦେଇ ପ୍ରସାରଣ, ଆୟୋଜନ ଓ ଲୋକଙ୍କ ନିକଟରେ ପହଞ୍ଚିବାରେ ଆଇପଏଲ ରେକର୍ଡ ରଚିଥିଲା । ତେବେ ଦେଖିବା ଆଇପିଏଲ ବ୍ୟତିତ ଅନ୍ୟ କେଉଁ ସବୁ ସ୍ପୋର୍ଟ୍ସ ଗୁଗୁଲରେ ଅଧିକ ସର୍ଚ୍ଚ ହୋଇଥିଲା ।
ମୋଷ୍ଟ ସର୍ଚ୍ଚ ଇନ ଗୁଗୁଲ (ସ୍ପୋର୍ଟ-ଇଭେଣ୍ଟ )
- ଇଣ୍ଡିଆନ୍ ପ୍ରିମିୟର ଲିଗ୍
- ୟୁଏଫ୍ ଚମ୍ପିଆନ୍ସ ଲିଗ୍
- ଇଂଲିସ ପ୍ରିମିୟର ଲିଗ୍
- ଫ୍ରେଞ୍ଚ ଓପନ
- ଲା ଲା ଲିଗ
- ସିରିଜ-ଏ
- ଅଷ୍ଟ୍ରେଲିଆ ଓପନ୍
- NBA ବାସ୍କେଟବଲ୍ ଲିଗ୍
- ୟୁଫା ୟୁରୋପା ଲିଗ୍
- ୟୁଫା ନେସନ ଲିଗ୍
ସୂଚନାଥାଉ କି, ଼ଡିଫେଣ୍ଡି ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଥର 4ର୍ଥ ପାଇଁ ପୁଣିଥରେ ଟାଇଟଲ ଟେକିଛି । ସେହିପରି 3ଥର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ ଥର ପାଇଁ ଚଳିତ ସିଜିନରେ ପ୍ଲେ-ଅଫ ଖେଳିପାରି ନାହିଁ । ଅନ୍ୟପଟେ ଗତ ଫେବୃୟାରୀରୁ ଭାରତରେ ଉଦ୍ଭା ହୋଇଥିବା କରୋନା ଭାଇରସର ଏପର୍ଯ୍ୟନ୍ତ ଟିକା ମିଳିପାରି ନାହିଁ ।


Click it and Unblock the Notifications