ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରସ୍ତୁତ; ଗୋଆରେ ୩୭ ତମ ଜାତୀୟ କ୍ରୀଡା ଉତ୍ସବ ଉଦଘାଟନ ସମୟରେ କହିଲେ ପ୍ରଧାନମନ୍ତ୍ରୀ
ଉଦଘାଟିତ ହୋଇଛି ୩୭ତମ ଜାତୀୟ କ୍ରୀଡ଼ା ଉତ୍ସବ । ଗୋଆର ମାର୍ଗାଓ ସ୍ଥିତ ଜବାହାରଲାଲ୍ ନେହେରୁ ଷ୍ଟାଡ଼ିୟମରେ ୩୭ତମ ଜାତୀୟ କ୍ରୀଡ଼ା ଉତ୍ସବକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉତ୍ସବରେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ସମେତ ଅନେକ ପ୍ରମୁଖ ଅତିଥି ଥିଲେ।
ଗୋଆକୁ ବହୁତ ପ୍ରଶଂସା କରିବା ସହ ଏବଂ ଜାତୀୟ ଖେଳ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦୀ ।ଗୋଆରେ ଫୁଟବଲ ପାଇଁ ସେ କ୍ରେଜକୁ ମଧ୍ୟ ପ୍ରଶଂସା କରିଛନ୍ତି । ଗୋଆରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଜାତୀୟ କ୍ରୀଡ଼ା ଉତ୍ସବ । ଆଜିଠୁ ( ଅକ୍ଟୋବର ୨୬ ) ନଭେମ୍ବର ୯ ତାରିଖ ଯାଏଁ ଚାଲିବ ଏହI କ୍ରୀଡ଼ା ଉତ୍ସବ। ଏଥିରେ ମୋଟ ୪୩ଟି ଇଭେଣ୍ଟରେ ଦେଶର ୧୦ ହଜାରରୁ ଅଧିକ କ୍ରୀଡ଼ାବିତ ପ୍ରଦର୍ଶନ କରିବେ ।
ଉଦଘାଟନୀ ସମାରୋହରେ ସୁଖବିନ୍ଦର ସିଂ ଏବଂ ହେମା ସର୍ଦ୍ଦାରଙ୍କ ସମେତ ପ୍ରସିଦ୍ଧ କଳାକାରମାନେ ଅଭିନୟ କରିଥିଲେ । ଏଥିରେ ଅଂଶଗ୍ରହଣ କରୁଥିବା 28 ଟିମ ପ୍ୟାରେଡ୍ କରିଥିଲେ । ଏହି ଉତ୍ସବ ଜାତୀୟ ଏକତାର ବିଷୟବସ୍ତୁ ଉପରେ ଆଧାରିତ ଥିଲା ଯେଉଁଥିରେ 600 କଳାକାର ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ 28 ଟି ସ୍ଥାନରେ 43 ଟି ଇଭେଣ୍ଟ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ପ୍ରଧାନମନ୍ତ୍ରୀ କହିଛନ୍ତି, "କ୍ରୀଡ଼ାରେ ଭାରତର ସଫଳତା ଦେଶର ସାମଗ୍ରିକ ସଫଳତାର କାହାଣୀ ଠାରୁ ଅଲଗା ନୁହେଁ । ଭାରତ ନୂଆ ରେକର୍ଡ ସୃଷ୍ଟି କରୁଛି ଏବଂ ସବୁ କ୍ଷେତ୍ରରେ ଆଗକୁ ବଢୁଛି ଏବଂ ଗତ 30 ଦିନ ମଧ୍ୟରେ ଦେଶର ସଫଳତାରୁ ଏହା ଦେଖିବାକୁ ମିଳିଛି । ସେ କହିଛନ୍ତି, "କୌଣସି ଦେଶରେ କ୍ରୀଡା କ୍ଷେତ୍ରର ବିକାଶ ସେହି ଦେଶର ଅର୍ଥନୀତିର ଅଗ୍ରଗତି ସହିତ ସିଧାସଳଖ ଜଡିତ ଅଟେ । ଯେତେବେଳେ କୌଣସି ଦେଶରେ ନକାରାତ୍ମକତା ଏବଂ ନିରାଶା ଦେଖାଯାଏ, ଏହାର ପ୍ରଭାବ ଭୂମି ତଥା ଜୀବନରେ ଦୃଶ୍ୟମାନ ହୁଏ।"

ସେ କହିଛନ୍ତି ମୁଁ ଆଇଓସିକୁ ଅଶ୍ୱାସନା ଦେଇ କହିଛି ଯେ, ଭାରତ 2030 ରେ ଯୁବ ଅଲିମ୍ପିକ୍ସ ଏବଂ 2036 ରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରସ୍ତୁତ ... 2036 ସୁଦ୍ଧା ଭାରତ ଏକ ପ୍ରମୁଖ ଅର୍ଥନୈତିକ ଶକ୍ତି ହେବ ।
ମହାକାଶଠାରୁ ଆରମ୍ଭ କରି କ୍ରୀଡା ପର୍ଯ୍ୟନ୍ତ ଭାରତ ସବୁ ସ୍ଥାନରେ ସଫଳ ହେବ । ଆଧୁନିକ ଭିତ୍ତିଭୂମି ପାଇଁ ଭାରତ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଏବଂ ସେଥିପାଇଁ ଅଲିମ୍ପିକ୍ସ ମଧ୍ୟ ଆମ ପାଇଁ ସହଜ ହୋଇଯିବ ବୋଲି ସେ କହିଛନ୍ତି ।












Click it and Unblock the Notifications