ଭାରତ ସୀମିତ ଓଭରରେ ଏକ ନମ୍ବର: ଟେଷ୍ଟ୍‌ରେ ଚତୁର୍ଥକୁ ଖସିଲା

ଭାରତୀୟ କ୍ରିକେଟ୍ ଦଳ ଦିନିକିଆ ଏବଂ ଟ୍ବେଣ୍ଟି-୨୦ରେ ଏକନମ୍ବର ମାନ୍ୟତା ବଜାୟ ରଖିଛି। ହେଲେ ଆଇସିସି ଟେଷ୍ଟ୍ ମାନ୍ୟତାରେ ଚତୁର୍ଥ ସ୍ଥାନକୁ ଖସି ଯାଇଛି।

ଟେଷ୍ଟ୍ ମାନ୍ୟତାରେ ଅଷ୍ଟ୍ରେଲିଆ ତା'ର ଆଧିପତ୍ୟ ଜାରି ରଖିଛି। ସୋମବାର ଆଇସିସି ଦ୍ବାରା ପ୍ରକାଶିତ ବାର୍ଷିକ ମାନ୍ୟତାରେ ୨୦୨୩ ବିଶ୍ବକପ୍ ଫାଇନାଲିଷ୍ଟ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ପ୍ରଥମ ସ୍ଥାନରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରି ନେଇଛି।

India ranked number one in limited overs
ଚାମ୍ପିଅନ୍ସ ଟ୍ରଫି ଉପବିଜେତା ନ୍ୟୁଜିଲାଣ୍ଡ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଅଷ୍ଟ୍ରେଲିଆ ତୃତୀୟ, ଶ୍ରୀଲଙ୍କା ଚତୁର୍ଥ, ପାକିସ୍ତାନ ପଞ୍ଚମ, ଦକ୍ଷିଣ ଆଫ୍ରିକା ଷଷ୍ଠ, ଆଫଗାନିସ୍ତାନ ସପ୍ତମ, ଇଂଲଣ୍ଡ ଅଷ୍ଟମ, ୱେଷ୍ଟଇଣ୍ଡିଜ୍ ନବମ ଓ ବାଂଲାଦେଶ ଦଶମ ସ୍ଥାନରେ ରହିଛି।

ଟ୍ବେଣ୍ଟି-୨୦ରେ ବିଶ୍ବବିଜେତା ଭାରତ ଶୀର୍ଷ ସ୍ଥାନ ଦଖଲ କରିଥିଲା ବେଳେ ଅଷ୍ଟ୍ରେଲିଆ ଦ୍ବିତୀୟ ସ୍ଥାନରେ ରହିଛି। ପ୍ରଥମ ଥର ଲାଗି ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ବିଶ୍ବର ୧୦୦ଟି ଦେଶକୁ ସାମିଲ କରାଯାଇଛି। ଏହି ତାଲିକାରେ ଇଂଲଣ୍ଡ ତୃତୀୟ ଏବଂ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ଯଥାକ୍ରମେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି। ଟେଷ୍ଟ୍ ମାନ୍ୟତାରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପଛକୁ ଦକ୍ଷିଣ ଆଫ୍ରିକା ଓ ଭାରତ ରହିଛନ୍ତି। ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ପାକିସ୍ତାନ, ୱେଷ୍ଟଇଣ୍ଡିଜ୍, ବାଂଲାଦେଶ ଓ ଜିମ୍ବାୱେକୁ ନେଇ ଶୀର୍ଷ ୧୦ ଗଠିତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+