ଜୁନ୍‍ ୧୪ରେ ଭାରତ-ପାକ୍‍ ଟ୍ୱେଣ୍ଟି୨୦ ମୁକାବିଲା; ଲର୍ଡସରେ ଫାଇନାଲ

ଆସନ୍ତାବର୍ଷ ଇଂଲଣ୍ଡ ଏବଂ ୱେଲସରେ ଆଇସିସି ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପର ୧୦ମ ସଂସ୍କରଣ ଖେଳାଯିବ । ଏହି ବିଶ୍ୱକପ ଜୁନ୍‍ ୧୨ରୁ ଆରମ୍ଭ ହୋଇ ଜୁଲାଇ ୫ପର୍ଯ୍ୟନ୍ତ ଚାଲିବ । ଏହି ୨୪ଦିନରେ ମୋଟ ୩୩ଟି ମ୍ୟାଚ୍‍ ଖେଳାଯିବ । ଇଂଲଣ୍ଡ ଓ ୱେଲସର ୬ଟି ଷ୍ଟାଡିୟମରେ ସମସ୍ତ ମ୍ୟାଚ୍‍ ଖେଳାଯିବ ।

ବୁଧବାର ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପର ଖେଳସୂଚୀ ଆଇସିସି ଘୋଷଣା କରିଛି । ଜୁନ୍‍ ୧୨ରେ ଏଜବାଷ୍ଟନରେ ଆୟୋଜକ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଉଦଘାଟନ ମ୍ୟାଚ୍‍ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ମୋଟ ୧୨ଟି ଦେଶ ଭାଗନେବେ । ସେମାନଙ୍କୁ ୨ଟି ଗ୍ରୁପରେ ରଖାଯାଇଛି । ଅନ୍ୟାବଧି ୮ଟି ଦେଶ ବିଶ୍ୱକପ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିସାରିଛନ୍ତିି ।

India-Pakistan Twenty20 match on June 14

ବାକି ୪ଟି ଦଳ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳି ବିଶ୍ୱକପରେ ସାମିଲ ହେବେ । ଭାରତୀୟ ମହିଳା ଦଳ ଜୁନ ୧୪ରେ ପାକିସ୍ତାନ ବିପକ୍ଷରେ ଏଜବାଷ୍ଟନରେ ଖେଳି ଅଭିଯାନ ଆରମ୍ଭ କରିବ । ଗତଥରର ଚମ୍ପିଆନ୍‍ ନ୍ୟୁଜିଲାଣ୍ଡ ଜୁନ୍‍ ୧୩ରେ ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭେଟିବ । ଗ୍ରୁପ୍‍-୧ରେ ଭାରତ ସହ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ୨ଟି ଯୋଗ୍ୟତା ଅର୍ଜନକାରୀ ଦଳ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+