ଏସିଆ କପ୍‌ରେ ପୁଣି ହେବ ଭାରତ-ପାକିସ୍ତାନ ମ୍ୟାଚ; UAEକୁ ହରାଇ ସୁପର 4ରେ ପାକ୍‌

ଏସିଆ କପ୍‌ରେ ପୁଣି ହେବ ଭାରତ-ପାକିସ୍ତାନ ମ୍ୟାଚ । ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚରେ ଭାରତ ହାତନମିଳାଇବା ନେଇ ପାକିସ୍ତାନ କ୍ରୋଧିତ ଥିବା ବେଳେ ଦୁଇ ପାରମ୍ପିକ ପ୍ରତିତ୍ବନ୍ଦୀଙ୍କ ମଧ୍ୟରେ ଆଉ ଏକ ମ୍ୟାଚ ଦେଖିବେ ଫ୍ୟାନ୍ସ । ବୁଧବାର ଖେଳାଯାଇଥିବା ମ୍ୟାଚରେ UAEକୁ ହରାଇ ସୁପର 4ରେ ଏଣ୍ଟ୍ରି କରିଛି ପାକ୍‌ । ଫଳରେ ଆସନ୍ତା 21 ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ ।

UAEକୁ ହରାଇ ସୁପର 4ରେ ପାକ୍‌:

ଗତକାଲି ପିସିବିର ହାଇଡ୍ରାମା ଯୋଗୁଁ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ପାକିସ୍ତାନ ଓ ୟୁଏଇ ମଧ୍ୟରେ ମ୍ୟାଚ । ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ୟୁଏଇ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 9 ଓ୍ବିକେଟ ହରାଇ 146 ରନ୍‌ କରିଥିଲା । 147 ବିଜୟ ରନ୍‌ର ପିଛା କରି 17.4 ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର 105 ରନରେ ଅଟକିଥିଲା ୟୁଏଇ । ଶେଷରେ 41 ରନରେ ପାକିସ୍ତାନ ବିଜୟୀ ହୋଇ ସୁପର 4 କୁ ପ୍ରବେଶ କରିଥିଲା । ପାକିସ୍ତାନର ଫାଖର ଜମାନ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଶାହିନ ଅପରାଜିତ 29 ଓ ସଲମାନ ଅଲି ଆଘା 20 ରନ କରିଥିଲେ । ଆବରାର ଅହମ୍ମଦ, ଶାହିନ ଆଫ୍ରିଦ ଓ ହ୍ୟାରିସ 2ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

India-Pakistan match

ପିସିବିର ଦାବିକୁ ପ୍ରତ୍ୟାଖ୍ୟାନ କଲା ଆଇସିସି:

ସେପ୍ଟେମ୍ବର 14 ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ପାକିସ୍ତାନକୁ 7 ଓ୍ବିକେଟରେ ପରାସ୍ତ କରିଥିଲା ଭାରତ । ମ୍ୟାଚ ଶେଷ ହେବା ପରେ ହ୍ୟାଣ୍ଡସେକ୍‌କୁ ନେଇ ବିବାଦ ଦେଖାଦେଇଥିଲା । ଟସ୍‌ ପଡିବା ପରେ ଓ ମ୍ୟାଚ ଶେଷ ହେବା ପରେ ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇନଥିଲେ । ଯାହାକୁ ନେଇ ପାକ୍‌ ରାଗିଯାଇଥିଲା । ଭାରତ-ପାକିସ୍ତାନ ମ୍ୟାଚରେ ପାଇକ୍ରଫ୍ଟ ଉଭୟ ଦଳର କ୍ୟାପେଟନଙ୍କୁ ହାତ ନମିଳାଇବାକୁ ବାରଣ କରିଥିବା ଆଇସିସି ନିକଟରେ ଦାବି କରିଥିଲା ପିସିବି । ପାକିସ୍ତାନର ଟିମ୍‌ ମ୍ଯାନେଜର ନଭିଦ ଚୀମା ଆଇସିସିକୁ ପତ୍ର ଲେଖି ରେଫରୀ ଆଣ୍ଡି ପାଇକ୍ରଫ୍ଟଙ୍କ ନାମରେ ଅଭିଯୋଗ କରି ତାଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲs । କିନ୍ତୁ ଏହି ଦାବିକୁ ଆଇସିସି ପ୍ରତ୍ୟାଖ୍ୟାନ କରିଥିଲା । ଶେଷରେ ପାଇକ୍ରଫ୍ଟ ୟୁଏଇଏବଂ ପାକ୍‌ ମ୍ୟାଚରେ ରେଫରୀ ଭାବେ ନିଯୁକ୍ତ ହୋଇଥିଲେ । ପାଇକ୍ରଫ୍ଟ ପାକିସ୍ତାନର ଅଧିନାୟକ ଓ ମ୍ୟାନେଜରଙ୍କୁ କ୍ଷମା ମାଗିବାରୁ ଗତକାଲି ମ୍ୟାଚ ଆରମ୍ଭ ହୋଇଥିବା ପିସିବି ଏକ ବିଜ୍ଞପ୍ତିରେ କହିଛି ।

ସେପ୍ଟେମ୍ବର 21 ତାରିଖରେ ସୁପର 4ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ଏହି ମ୍ଯାଚ ଉପରେ ସମସ୍ତଙ୍କ ନଜର ରହିଛି । ରାତି 8ତାରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+