Get Updates
Get notified of breaking news, exclusive insights, and must-see stories!

୧୫ରେ ଭାରତ-ପାକିସ୍ତାନ ମ୍ୟାଚ ! କଲମ୍ୱୋ ପାଇଁ ଆଲର୍ଟ ଜାରି

ଟି-୨୦ ବିଶ୍ୱକପ୍ ୨୦୨୬ରେ ରବିବାର (୧୫ ଫେବ୍ରୁଆରୀ) ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିପାରେ ବର୍ଷା । ପାଣିପାଗ ବିଭାଗ କଲମ୍ବୋରେ ବର୍ଷା ସତର୍କତା ଜାରି କରିଛି । ଫେବ୍ରୁଆରୀ ୧୪ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ଏବଂ ୧୫-୧୬ ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ । ଫେବ୍ରୁଆରୀ ୧୬ରୁ ୧୯ ତାରିଖ ମଧ୍ୟରେ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏପରି ବନ୍ୟାର ଆଶଂକା ମଧ୍ୟ କରାଯାଉଛି । ବର୍ଷା ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

India-Pakistan match

ସ୍କାଇମେଟ୍ ୱେଦର ଅନୁଯାୟୀ, ଫେବ୍ରୁଆରୀ ୧୫ରେ ଭାରତ-ପାକିସ୍ତାନ ମ୍ୟାଚ୍ ଦିନ କଲମ୍ବୋରେ ବର୍ଷା ହେବାର ସମ୍ଭାବନା ଅଛି । ବର୍ଷା ଯୋଗୁ ମ୍ୟାଚ୍ ବାଧାପ୍ରାପ୍ତ ହୋଇପାରେ । ଶ୍ରୀଲଙ୍କାର ଦକ୍ଷିଣ ଉପକୂଳରେ ଅବସ୍ଥିତ ୟାଲା, ମଟାରା, ହାମ୍ବନଟୋଟା, ତାଙ୍ଗଲ୍ଲା ଏବଂ ଗାଲେରେ ବର୍ଷା ହେବାର ସମ୍ଭାବନା ଅଧିକ । ପଶ୍ଚିମ ଉପକୂଳରେ ଟିକିଏ ଉଚ୍ଚରେ ଅବସ୍ଥିତ କଲମ୍ବୋରେ ମଧ୍ୟ ବର୍ଷା ହେବାର ସମ୍ଭାବନା ଅଛି ।

ଟି-୨୦ରେ ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ ଭଲ ରହିଛି । ପାକିସ୍ତାନ କେବଳ ତିନୋଟି ମ୍ୟାଚ୍ ଜିତିଛି, ଅନ୍ୟପଟେ ଭାରତ ୧୩ଟିରେ ବିଜୟୀ ହୋଇଛି । ଭାରତ ଶେଷ ପାଞ୍ଚଟି ମ୍ୟାଚ୍ ଜିତିଛି । ୨୦୨୫ରେ ଦୁଇ ଦଳ ତିନିଥର ପରସ୍ପରକୁ ଭେଟିଥିଲେ, ଯେଉଁଥିରେ ଭାରତ ତିନୋଟି ମ୍ୟାଚ୍ ଜିତିଥିଲା । ସେପ୍ଟେମ୍ବରରେ ଏସିଆ କପ୍ ପରେ ପ୍ରଥମ ଥର ପାଇଁ ଦୁଇ ଦଳ ମୁହାଁମୁହିଁ ହେବେ ।

୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ଅନେକ ନାଟକୀୟ ପର୍ଯ୍ୟାୟ ପରେ ହେବାକୁ ଯାଉଛି । ବାଂଲାଦେଶ ଟି-୨୦ ବିଶ୍ୱକପରୁ ବାଦ ପଡ଼ିବା ପରେ ପାକିସ୍ତାନ ଭାରତ ସହିତ ଖେଳିବାକୁ ମନା କରିଦେଇଥିଲା । ଆଇସିସି ସହିତ ଏକ ବୈଠକ ପରେ, ଭାରତ ସହିତ ଖେଳିବାକୁ ରାଜି ହୋଇଥିଲେ ।

୨୦୨୬ ଟି-୨୦ ବିଶ୍ୱକପ୍ର ଗ୍ରୁପ୍ ଏରେ ଭାରତ ଏବଂ ପାକିସ୍ତାନ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି । ଭାରତ ଏବଂ ପାକିସ୍ତାନ ଉଭୟ ବିଜୟୀ ହୋଇଛନ୍ତି । ଭାରତ ଆମେରିକା ଏବଂ ନାମିବ୍ୟା ବିପକ୍ଷରେ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ନେଦରଲ୍ୟାଣ୍ଡସ୍ ଏବଂ ଆମେରିକା ବିପକ୍ଷରେ ବିଜୟୀ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+