ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଭାରତ-ପାକିସ୍ତାନ ହେଡ୍ ଟୁ ହେଡ୍ ରେକର୍ଡ; କାହାର ପଲ୍ଲା ଭାରି ?
କାଲି ବଡ ଲଢେଇ । ଭାରତ ବନାମ ପାକିସ୍ତାନ। ୨୦୧୭ ପରେ ପ୍ରଥମ ଥର ପାଇଁ ଏହି ମେଗା ଇଭେଣ୍ଟ ପାକିସ୍ତାନ ଏବଂ ୟୁଏଇରେ ଆୟୋଜିତ ହେଉଛି । ଭାରତ-ପାକିସ୍ତାନ ଲଢେଇକୁ ସମସ୍ତେ ଅପେକ୍ଷା କରିଛନ୍ତି । ଏହି ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଆସନ୍ତୁ ଜାଣିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ହେଡ୍ ଟୁ ହେଡ୍ ରେକର୍ଡ ।
ଚାମ୍ପିଅନ୍ସ ଟ୍ରଫିରେ ଭାରତ ବନାମ ପାକିସ୍ତାନ ରେକର୍ଡ
ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଭାରତ ବିପକ୍ଷରେ ପାକିସ୍ତାନ ପଲ୍ଲା ଭାରି । ଭାରତ ଏବଂ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରେ ୫ ଥର ମୁହାଁମୁହିଁ ହୋଇଛନ୍ତି । ଏହି ଅବଧି ମଧ୍ୟରେ ପାକିସ୍ତାନ ୩ଟି ମ୍ୟାଚ୍ ଜିତିଛି । ଏଥି ସହିତ ଭାରତ ୨ଟି ମ୍ୟାଚ୍ ଜିତିଛି । ଚାମ୍ପିଅନ୍ସ ଟ୍ରଫି 2004, 2009 ଏବଂ 2013 ରେ ଥରେ ଏବଂ ଦୁଇଥର ଚାମ୍ପିଅନ୍ସ ଟ୍ରଫି 2017 ରେ ଦୁଇ ଟିମ୍ ମୁହାଁମୁହିଁ ହୋଇଥିଲେ ।

ବର୍ଷ ସ୍ଥାନ ଫଳାଫଳ
- 2004 ଏଜବାଷ୍ଟନ୍ ବର୍ମିଂହାମ ପାକିସ୍ତାନ 3 ୱିକେଟରେ ବିଜୟୀ
- 2009 ସୁପରସ୍ପୋର୍ଟ ପାର୍କ, ସେଞ୍ଚୁରିଅନ୍ ପାକସ୍ତାନ 54 ରନରେ ବିଜୟୀ
- 2013 ଏଜବାଷ୍ଟନ୍, ବର୍ମିଂହାମ ଭାରତ 8 ୱିକେଟରେ ବିଜୟୀ
- 2017 ଏଜବାଷ୍ଟନ୍, ବର୍ମିଂହାମ୍ ଭାରତ 124 ରନରେ ବିଜୟୀ
- 2017 ଓଭାଲ, ଲଣ୍ଡନ ପାକିସ୍ତାନ 180 ରନରେ ବିଜୟୀ
ଶେଷ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ ଟୁର୍ନାମେଣ୍ଟର 2017 ସଂସ୍କରଣର ଅନ୍ତିମ ମ୍ୟାଚରେ । ଲଣ୍ଡନର ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଟାଇଟଲ ମ୍ୟାଚରେ ଭାରତୀୟ ଦଳକୁ 180 ରନରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହି ପରାଜୟ ସହିତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ୍ ଜିତିବାର ଟିମ୍ ଇଣ୍ଡିଆର ସ୍ୱପ୍ନ ଭାଙ୍ଗିଗଲା ।
ଚାମ୍ପିଅନ୍ସ ଟ୍ରଫି 2025 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ 23 ଫେବୃଆରୀ 2025 ରବିବାର ଦିନ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ଇତିହାସରେ ଏହା ଦୁଇ ଦଳ ମଧ୍ୟରେ ଷଷ୍ଠ ମ୍ୟାଚ୍ । 2017 ସଂସ୍କରଣର ଫାଇନାଲରେ ପରାଜୟର ପ୍ରତିଶୋଧ ନେବାକୁ ଭାରତୀୟ ଦଳ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ।












Click it and Unblock the Notifications