ଭାରତ ଓ ନ୍ୟୁଜିଲାଣ୍ଡ ସିରିଜ ନେଇ କ୍ରୀଡାସୂଚୀ ଜାରି; ପୁଣି ନଜର ଆସିବେ ରୋହିତ ଶର୍ମା ଏବଂ ବିରାଟ କୋହଲି
ବିସିସିଆଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଆଗାମୀ ଦ୍ୱିପାକ୍ଷିକ ସିରିଜ ନେଇ କ୍ରୀଡାସୂଚୀ ଜାରି କରିଛି । ଏହା ୨୦୨୬ ଜାନୁଆରୀରେ ଭାରତରେ ଆୟୋଜିତ ହେବ । ଭାରତ ଗସ୍ତରେ ଆସିବ ନ୍ୟୁଜିଲାଣ୍ଡ । ଏଥିରେ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ଖେଳାଯିବ ।
ଟେଷ୍ଟ ଏବଂ ଟି୨୦ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା ରୋହିତ ଶର୍ମା ଏବଂ ବିରାଟ କୋହଲି ପୁଣି ନଜର ଆସିବେ ।
ଏହି ସିରିଜ ଭାରତର ଅଲଗା ଅଲଗା ସହରରେ ୧୧ ଜାନୁଆରୀରୁ ୩୧ ଯାଏ ଆୟୋଜିତ ହେବ । ଦିନିକିଆ ମ୍ୟାଚ ଭଦୋଦରାରେ ଖେଳାଯିବ । ଏହାପରେ ଟିମ୍ ଦ୍ବିତୀୟ ଦିନିକିଆ ୧୪ ଜାନୁଆରୀ ରାଜକୋଟରେ ଖେଳାଯିବ । ଏହାପରେ ୩ୟ ଦିନିକିଆ ୧୮ ଜାନୁଆରୀ ଇନ୍ଦୋରେ ଖେଳାଯିବ । ଟି-୨୦ ସିରିଜ ଆଗାମୀ ଟି-୨୦ ବିଶ୍ୱକପ ୨୦୨୬ ଚୟନ ପାଇଁ ମହତ୍ତ୍ବପୂର୍ଣ୍ଣ ହେବ । ଏହା ରାୟପୁର ଏବଂ ଗୌହାଟୀରେ ଖେଳାଯିବ ।

କ୍ରୀଡ଼ା ସୂଚୀ :
ଜାନୁଆରୀ ୧୧ : ପ୍ରଥମ ଦିନିକିଆ-ଭଦୋଦରା
ଜାନୁଆରୀ ୧୪ : ଦ୍ୱିତୀୟ ଦିନିକିଆ-ରାଜକୋଟ
ଜାନୁଆରୀ ୧୮: ତୃତୀୟ ଦିନିକିଆ-ଇନ୍ଦୋର
ଜାନୁଆରୀ ୨୧: ପ୍ରଥମ ଟି୨୦- ନାଗପୁର
ଜାନୁଆରୀ ୨୩ : ଦ୍ୱିତୀୟ ଟି୨୦- ରାୟପୁର
ଜାନୁଆରୀ ୨୫ : ତୃତୀୟ ଟି୨୦-ଗୌହାଟୀ
ଜାନୁଆରୀ ୨୮: ଚତୁର୍ଥ ଟି୨୦-ବିଶାଖାପାଟନମ୍
ଜାନୁଆରୀ ୩୧ : ପଞ୍ଚମ ଟି୨୦- ତ୍ରିବେନ୍ଦ୍ରମ












Click it and Unblock the Notifications