ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ, ଟସ୍ ଜିତି ବୋଲିଂ କରିବ ଭାରତ
ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ସିରିଜ୍ ରହିଛି। ଭଦୋଦରାରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ୩ ପେସର୍ ଓ ୩ ସ୍ପିନର୍ ଭାରତୀୟ ଏକାଦଶରେ ସାମିଲ ହୋଇଛନ୍ତି। ସିରାଜ୍, ହର୍ଷିତ୍ , ପ୍ରସିଦ୍ଧଙ୍କ ସହ ଜାଡେଜା, ଓ୍ବାଶିଂଟନ୍ ଏବଂ କୁଲଦୀପ ସାମିଲ ହୋଇଛନ୍ତି। ଟ୍ବେଣ୍ଟି୨୦ ବିଶ୍ବକପ୍ ମାସକରୁ କମ୍ ସମୟ ଥିବା ବେଳେ ଉଭୟ ଦଳ ଦିନିକିଆ ଶୃଙ୍ଖଳାରୁ କିଛି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇଛନ୍ତି। ଭାରତର ଯଶପ୍ରୀତ ବୁମ୍ରା ଓ ହାର୍ଦିକ ପାଣ୍ଡ୍ୟା ବିଶ୍ରାମ ନେଇଛନ୍ତି। ତେବେ ନ୍ୟୁଜିଲାଣ୍ଡ ଦିନିକିଆ ଦଳରେ ଅର୍ଦ୍ଧାଧିକ ନିୟମିତ ଖେଳାଳି ନାହାନ୍ତି। ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର ମାଇକେଲ ବ୍ରେସ୍ୱେଲ ନ୍ୟୁଜିଲାଣ୍ଡର ନେତୃତ୍ବ ନେଉଛନ୍ତି। ବେକ ଆଘାତରୁ ସୁସ୍ଥହେବା ପରେ ଶୁଭମନ ଗିଲ୍ ଭାରତର ନେତୃତ୍ବ ନେବେ। ଦିନିକିଆ ଶୃଙ୍ଖଳା ପରେ ପାଞ୍ଚ ମ୍ୟାଚ୍ର ଟ୍ବେଣ୍ଟି୨୦ ଶୃଙ୍ଖଳା ଉପରେ ସମସ୍ତଙ୍କ ନଜର।













Click it and Unblock the Notifications