Get Updates
Get notified of breaking news, exclusive insights, and must-see stories!

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌, ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍

ଦୀର୍ଘ ଦିନର ଗ୍ୟାପ୍ । ଅନ୍ତର୍ଜାତୀୟ ଦିନିକିଆରେ ଦେଖିବାକୁ ମିଳିବେ ଦୁଇ ଭେଟେରାନ୍ । ଦକ୍ଷିଣ ଆଫ୍ରିକା ସିରିଜ୍ ଭଳି ଗର୍ଜିବ ବ୍ୟାଟ୍ । ବର୍ଷା ହେବ ଛକା ଏବଂ ଚଉକା । ରୋହିତ ଶର୍ମାଙ୍କ ଛକା ବର୍ଷା ସହ ବିରାଟ କୋହଲିଙ୍କ ସେଞ୍ଚୁରୀକୁ ଅପେକ୍ଷା କରି ରହିଛନ୍ତି ଫ୍ୟାନ୍ସ । ରବିବାର ଠାରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ । ଯେଉଁଥିପାଇଁ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ । ନିଜ ଫେଭରେଟ୍ ବ୍ୟାଟରଙ୍କୁ ଦେଖିବାକୁ ସେମାନେ ଚାହିଁ ରହିଛନ୍ତି ।

India-New Zealand ODI

ତେବେ ସିରିଜର ପ୍ରଥମ ମ୍ୟାଚ୍ ରବିବାର ଭଦୋଦରାର ବିସିଏ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ମୁକାବିଲା ପାଇଁ ଟସ୍ ଅପରାହ୍ନ ୧ଟାରେ ହେବ ଏବଂ ମ୍ୟାଚ୍ ଅପରାହ୍ନ ୧ଟା ୩୦ ଟାରେ ଆରମ୍ଭ ହେବ। ପ୍ରଥମ ଥର ଭାରତୀୟ ଦଳ ଏହି ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବ। ଏହି ଗ୍ରାଉଣ୍ଡରେ ପୂର୍ବରୁ ଭାରତ-ୱେଷ୍ଟଇଣ୍ଡିଜ୍ ମହିଳା ଦଳ ମଧ୍ୟରେ ଦିନିକିଆ ସିରିଜ୍ ଖେଳା ଯାଇଛି।

ଫୋକସରେ ରୋ-କୋ

ଫ୍ୟାନ୍ସଙ୍କ ନଜର ଭାରତୀୟ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ ରହିବ। ଉଭୟ ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରେ ଦମଦାର୍ ପ୍ରଦର୍ଶନ କରିଥିଲେ। କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ଆଡକୁ ଅଗ୍ରସର ହେଉଛନ୍ତି। ତେଣୁ ସେ ଏହି ସିରିଜରେ ଶତକ ହାସଲ କରିବେ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି। କିଙ୍ଗ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ମ୍ୟାଚରେ ଦୁଇଟି ଶତକ ହାସଲ କରିଥିଲେ। ଏହାସହ ଗୋଟିଏ ଅର୍ଦ୍ଧଶତକ ତାଙ୍କ ବ୍ୟାଟରୁ ବାହାରିଥିଲା । ସେହିପରି ରୋହିତ ଶର୍ମା ମଧ୍ୟ ଦମଦାର ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ। ବିଜୟ ହଜାରେ ଟ୍ରଫିରେ ଦୁଇ ବ୍ୟାଟର ରନ୍ ବର୍ଷା କରିଥିଲେ ।

କିଓ୍ୱି ଟିମରେ ନାହାଁନ୍ତି ଷ୍ଟାର୍ ପ୍ଲେୟାର

ଅନେକ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ମାଇକେଲ୍ ବ୍ରେସୱେଲ୍ ନ୍ୟୁଜିଲାଣ୍ଡ ଦଳର ନେତୃତ୍ଵ ନେବେ। ନିୟମିତ ଅଧିନାୟକ ମିଚେଲ ସାଣ୍ଟନର ଗ୍ରୋଇନ୍ ଆଘାତ ଯୋଗୁଁ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି। ଟମ୍ ଲାଥାମ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ପାଇଁ ସ୍ୱଦେଶ ଫେରିଥିବା ବେଳେ ପୂର୍ବତନ ଅଧିନାୟକ କେନ୍ ୱିଲିୟମ୍ସନ୍ ଦକ୍ଷିଣ ଆଫ୍ରିକାରେ SA 20 ଲିଗ୍ ଖେଳୁଛନ୍ତି। ରଚିନ୍ ରବିନ୍ଦ୍ର ଏବଂ ଦ୍ରୁତ ବୋଲର ଜାକବ୍ ଡଫିଙ୍କୁ ବିଶ୍ରାମ ଦିଆଯାଇଛି। ଆଘାତ ସମସ୍ୟାରୁ ଫେରିଥିବା ମ୍ୟାଟ୍ ହେନରୀ T20 ବିଶ୍ୱକପକୁ ଦୃଷ୍ଟିରେ ରଖି ବିଶ୍ରାମ ନେଉଛନ୍ତି।

ସେହିପରି କାଇଲ୍ ଜାମିସନ୍ ଏବଂ ୨୩ ବର୍ଷୀୟ ଲେଗ୍-ସ୍ପିନର ଆଦିତ୍ୟ ଅଶୋକଙ୍କ ଉପରେ ବୋଲିଂ ଭାର ରହିବ। ମିଚେଲ୍ ସାଣ୍ଟନରଙ୍କ ବଦଳ ଖେଳାଳି ଭାବେ ଜାଡେନ୍ ଲେନକ୍ସଙ୍କୁ ଦଳରେ ସାମିଲ କରାଯାଇଛି। ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ଶକ୍ତିଶାଳୀ ରହିଛି। ଦଳରେ ଡେଭନ୍ କନୱେ, ଡାରିଲ୍ ମିଚେଲ୍, ହେନରୀ ନିକୋଲାସ, ୱିଲ୍ ୟଙ୍ଗ ଏବଂ ଗ୍ଲେନ୍ ଫିଲିପ୍ସ ଭଳି ଖେଳାଳି ରହିଛନ୍ତି। ଏହା ସହିତ ଅନେକ ନୂତନ ଏବଂ ଅନଭିଜ୍ଞ ଚେହେରା ମଧ୍ୟ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+