Get Updates
Get notified of breaking news, exclusive insights, and must-see stories!

ଆଜି ଭାରତ-ନ୍ୟୁଜିଲାଣ୍ଡ ନିର୍ଣ୍ଣାୟକ ଲଢେଇ

ଭାରତ ମାଟିରେ କ୍ରମାଗତ ୮ଟି ଦିନିକିଆ ମ୍ୟାଚ୍‌ ହାରିବା ପରେ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ। ଭାରତ ପ୍ରଥମ ଓ ନ୍ୟୁଜିଲାଣ୍ଡ ୨ୟ ଦିନିକିଆ ଜିତିଥିଲା। ଫଳରେ ୩-ମ୍ୟାଚ୍‌ର ଶୃଙ୍ଖଳା ଏବେ ୧-୧ ରହିଛି। ରବିବାର ହୋଲ୍‌କାର ଷ୍ଟାଡିୟମ୍‌ରେ ଶୃଙ୍ଖଳା ନିର୍ଣ୍ଣାୟକ ତୃତୀୟ ଦିନିକିଆ ଖେଳାଯିବ। ପୂର୍ବରୁ ୩ ଥର ନ୍ୟୁଜିଲାଣ୍ଡ ଭାରତ ମାଟିରେ ଦିନିକିଆ ଶୃଙ୍ଖଳାକୁ ଶେଷ ମ୍ୟାଚ୍‌ ପର୍ଯ୍ୟନ୍ତ ନେଇଥିଲେ ହେଁ ପ୍ରତ୍ୟେକ ଥର ଭାରତ ହିଁ ବିଜୟୀ ହୋଇଛି। ଏବେ ଦେଖିବାର କଥା ଯେ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଶୃଙ୍ଖଳା ନ ହାରିବାର ରେକର୍ଡ ଭାରତ ବଜାୟ ରଖୁଛି ନା ନ୍ୟୁଜିଲାଣ୍ଡ ପ୍ରଥମଥର ଭାରତରେ ଦିନିକିଆ ଶୃଙ୍ଖଳା ଜିତୁଛି। ପ୍ରମୁଖ ଖେଳାଳିଙ୍କ ବିନା ଉଭୟ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବା ନ୍ୟୁଜିଲାଣ୍ଡକୁ ଆତ୍ମବିଶ୍ବାସ ଦେଇଛି। ପ୍ରଥମ ମ୍ୟାଚ୍‌ରେ ଦୁଇ ଓପ୍‌ନର ଡେଭନ୍‌ କନ୍‌ୱେ ଓ ହେନ୍‌ରି ନିକୋଲ୍‌ସ ଏବଂ ୨ୟ ମ୍ୟାଚ୍‌ରେ ଡ୍ୟାରିଲ ମିଚେଲ ଚମତ୍କାର ପ୍ରଦର୍ଶନ କରିଥିଲେ।

India-New Zealand

ଦ୍ବିତୀୟ ମ୍ୟାଚ୍‌ରେ ଓପ୍‌ନର ବିଫଳ ହୋଇଥିଲେ ହେଁ ୱିଲ୍‌ ୟଙ୍ଗ୍‌ ଓ ଡ୍ୟାରିଲ ମିଚେଲ ୧୬୨ ରନ୍‌ ଯୋଗ କରିଥିଲେ। ମିଚେଲ କ୍ରମାଗତ ୨ୟ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ଅପରାଜିତ ଶତକ ମାରି ଦଳକୁ ଜିତାଇଥିଲେ। ରବିବାର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଅନୁରୂପ ପ୍ରଦର୍ଶନର ପ୍ରୟାସ କରିବ। ବିଶ୍ବର ୨ନଂ ଦିନିକିଆ ବ୍ୟାଟର ଡ୍ୟାରିଲ ମିଚେଲ ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ଗତ ୧୦ଟି ଦିନିକିଆରେ ମିଚେଲ ୬୩, ୭୬, ୧୮, ୪୩, ୭୮*, ୫୬*, ୪୪, ୧୧୯, ୮୪ ଓ ୧୩୧* ରନ୍‌ କରିଛନ୍ତି। ଗତ ୨ଟି ମ୍ୟାଚ୍‌ରେ ମିଚେଲ ମୋଟ ୨୧୫ ରନ୍‌ କରିଛନ୍ତି। ତେଣୁ ତାଙ୍କ ପ୍ରତି ଭାରତକୁ ସତର୍କ ରହିବାକୁ ପଡ଼ିବ। ଗତବର୍ଷ ଭାରତରେ ଟେଷ୍ଟ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିଥିବା ୱିଲ୍‌ ୟଙ୍ଗ୍‌ ୨ୟ ମ୍ୟାଚ୍‌ରେ ୮୭ ରନ୍‌ କରିଛନ୍ତି। ରାଜକୋଟ ମ୍ୟାଚ୍‌ରେ ଉଭୟ ଦଳଙ୍କ ଫରକ ଥିଲା ସ୍ପିନରଙ୍କ ପ୍ରଦର୍ଶନ।

ନ୍ୟୁଜିଲାଣ୍ଡର ଦୁଇ ଅନଭିଜ୍ଞ ସ୍ପିନର ମାଇକେଲ ବ୍ରେସ୍‌ୱେଲ ଓ ଜେଡେନ୍ ଲିନକ୍‌ସ ୨୦ ଓଭରରେ ମାତ୍ର ୭୬ ରନ୍‌ ଦେଇ ୨ଟି ୱିକେଟ୍‌ ନେଇଥିଲେ। ହେଲେ ଦୁଇ ଅଭିଜ୍ଞ ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବ ୧୮ ଓଭରରୁ ୧୨୬ ରନ୍‌ ଦେଇ ଗୋଟିଏ ୱିକେଟ୍‌ ପାଇଥିଲେ। ରବିବାର ଭାରତ ଅଲ୍‌ରାଉଣ୍ଡର ନୀତୀଶ ରେଡ୍‌ଡୀଙ୍କ ସ୍ଥାନରେ ଆୟୁଷ ବଦୋନିଙ୍କୁ ଖେଳାଇପାରେ। ବଦୋନି କିଛି ଓଭର ସ୍ପିନ୍‌ ବୋଲିଂ କରିପାରନ୍ତି। ପୁଣି ପ୍ରସିଦ୍ଧ କୃଷ୍ଣଙ୍କ ସ୍ଥାନରେ ଅର୍ଶଦୀପ ସିଂହ ସୁଯୋଗ ପାଇପାରନ୍ତି। ଭାରତର ଆଉ ଏକ ସମସ୍ୟା ହେଉଛି ଫିଲ୍‌ଡିଂ। ୨ଟି ମ୍ୟାଚ୍‌ରେ ଭାରତୀୟ ଫିଲ୍‌ଡର ଏକାଧିକ କ୍ୟାଚ୍‌ ଛାଡ଼ିଛନ୍ତି। ଏଥିରେ ସୁଧାର ଆଣିବାକୁ ଭାରତ ପ୍ରୟାସ କରିବ। ଅଧିନାୟକ ଶୁଭମନ ଗିଲ୍‌ ଉଭୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ବିରାଟ କୋହଲି ଓ କେ.ଏଲ୍‌. ରାହୁଲ ଦୁଇଟି ଭଲ ଇନିଂସ ଖେଳିଛନ୍ତି। ତେବେ ରୋହିତ ଶର୍ମା ଓ ଶ୍ରେୟସ ଆୟର ବଡ଼ ସ୍କୋର୍‌ କରିନାହାନ୍ତି। ନ୍ୟୁଜିଲାଣ୍ଡର ବାମହାତି ସ୍ପିନର ଜେଡେନ୍‌ ଲିନକ୍ସ ୨ୟ ମ୍ୟାଚ୍‌ରେ ଭଲ ବୋଲିଂ କରିଥି​‌େ​‌ଲ। ୧୦ ବର୍ଷ ତଳେ ଇନ୍ଦୋରରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ଭାରତ ୩୮୫ ରନ୍‌ କରିଥିଲା। ବ୍ୟାଟିଂ ସହାୟକ ପିଚ୍‌ ଓ ଛୋଟ ବାଉଣ୍ଡରୀ ଯୋଗୁଁ ରବିବାର ବଡ଼ ସ୍କୋର୍‌ ହୋଇପାରେ। ମୋଟ ଉପରେ ଭାରତ ଏହି ମ୍ୟାଚ୍‌ ସହ ଶୃଙ୍ଖଳା ଜିତିବାକୁ ଫେଭରିଟ୍‌।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+