Get Updates
Get notified of breaking news, exclusive insights, and must-see stories!

ବିଶାଖାପଟ୍ଟନମରେ ଆଜି ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଚତୁର୍ଥ ଟି-ଟ୍ୱେଣ୍ଟି ଖେଳାଯିବ । ଭାରତ ପ୍ରଥମ ୩ଟି ଯାକ ମ୍ୟାଚ ଜିତି ସିରିଜ କବ୍‌ଜା କରି ସାରିଛି । ବାକି ୨ ଟି ମ୍ୟାଚରେ ଅବଶିଷ୍ଟ ଖେଳାଳିଙ୍କୁ ସୁଯୋଗ ଦେବା ମୁଖ୍ୟ କାର୍ଯ୍ୟ ହେବ । ନ୍ୟୁଜିଲାଣ୍ଡ ଦଳ ଦିନିକିଆ ସିରିଜ ଜିତି ସାରିଥିବାରୁ ଟି-ଟ୍ୱେଣ୍ଟି ସିରିଜ ପରାଜୟକୁ ନେଇ ଚିନ୍ତିତ ନୁହେଁ । ତଥାପି ସମ୍ମାନ ବଞ୍ଚାଇବା ସହ ଆଗାମୀ ବିଶ୍ୱକପ୍‌ ପୂର୍ବରୁ ସମସ୍ତ ତ୍ରୁଟି ସୁଧାରିବାରେ ବାକି ୨ଟି ମ୍ୟାଚର ସହାୟତା ନେବ ଏବଂ ମ୍ୟାଚ ଜିତି ମନୋବଳ ସୁଦୃଢ଼ କରିବ । ଭାରତୀୟ ଏକାଦଶରେ ଇଶାନ କିଷନଙ୍କ ଉପସ୍ଥିତି ଓ ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମ ଦଳକୁ ସନ୍ତୁଳିତ ଓ ସୁଦୃଢ଼ କରିଛି ।

IndiaNew Zealand 4

ଦୀର୍ଘ ଦିନ ପରେ ଫର୍ମକୁ ଫେରିଥିବା ସୂର୍ଯ୍ୟକୁମାର କ୍ରମାନ୍ୱୟରେ ୨ଟି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । କିଷନଙ୍କ ବିସ୍ଫୋରକ ବ୍ୟାଟିଂ ତିଳକ ବର୍ମାଙ୍କ ଅନୁପସ୍ଥିତିକୁ ଭୁଲାଇ ଦେଇଛି । ତିଳକ ଫିଟ୍‌ ହୋଇ ସାରିଥିଲେ ହେଁ ବିଶ୍ୱକପ୍‌ ପର୍ଯ୍ୟନ୍ତ ତାଙ୍କୁ ବିଶ୍ରାମ ଦେବା ଉପଯୁକ୍ତ ନିଷ୍ପତ୍ତି ହେବ ବୋଲି ବିସିସିଆଇ ଅନୁଭବ କରିଛି । କିନ୍ତୁ ତିଳକ ଫେରିବା ପରେ ଏକାଦଶ କିଭଳି ହେବ, ତାହା ଏକ ପ୍ରଶ୍ନ ରୂପେ ଉଭା ହୋଇଛି । ତିଳକ ଏକାଦଶକୁ ଫେରିଲେ କିଷନଙ୍କୁ ଖେଳାଇବା କଷ୍ଟକର ହେବ । ତେଣୁ ଏବେଠୁ କିଷନଙ୍କୁ ଅନ୍ୟ ଏକ ସ୍ଥାନରେ ବ୍ୟାଟିଂ କରାଇବା ପାଇଁ ଟିମ ମ୍ୟାନେଜମେଣ୍ଟ ଧ୍ୟାନ ଦେବ । ଆଜି କିଷନଙ୍କୁ ଓପନ୍‌ କରାଇବା ଏକ ଯୋଜନା ହୋଇ ପାରେ । କାରଣ ସଞ୍ଜୁ ସାମସନ ରନ୍‌ ପାଇଁ ସଂଘର୍ଷ କରୁଛନ୍ତି । ବିଶ୍ୱକପ୍‌ରେ ଏଭଳି ପ୍ରଦର୍ଶନ ଜାରି ରହିଲେ ତାଙ୍କ ବିକଳ୍ପ ଭାବେ କିଷନଙ୍କୁ ଉପଯୋଗ କରାଯାଇ ପାରିବ । ଏବେଠୁ କିଷନଙ୍କୁ ଓପନ୍‌ ପାଇଁ ମଧ୍ୟ ପ୍ରସ୍ତୁତ କରାଯିବ । ଆଜି ନ୍ୟୁଜିଲାଣ୍ଡ ଏକାଦଶରେ ପରିବର୍ତ୍ତନ ନିଶ୍ଚିତ । ଟିମ ରବିନସନ ଓ କ୍ରିଷ୍ଟିଆନ କ୍ଲାର୍କ ଦଳରୁ ବାଦ ପଡ଼ିଛନ୍ତି । ଉଭୟଙ୍କ ସ୍ଥାନରେ ଜେମ୍ସ ନୀଶମ ଓ ଲୋକି ଫର୍ଗୁସନ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଉଭୟ ବିଶ୍ୱକପ୍‌ ଦଳର ସଦସ୍ୟ ଥିବାରୁ ଶେଷ ୨ଟି ମ୍ୟାଚ ଜରିଆରେ ପ୍ରସ୍ତୁତ ହେବେ।

ଭାରତ ଆଜି ଏକାଦଶରେ ପରିବର୍ତ୍ତନ କରିବାର ସେଭଳି ସମ୍ଭାବନା ନାହିଁ । ତଥାପି ଯଶପ୍ରୀତ ବୁମରା ଓ ରବି ବିଷ୍ଣୋଇଙ୍କ ସ୍ଥାନରେ ଯଥାକ୍ରମେ ଅର୍ଶଦୀପ ସିଂହ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିପାରେ । ବିଶାଖାପଟ୍ଟନମ ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ । ଶେଷ ଥର ପାଇଁ ୨୦୨୩ ନଭେମ୍ବରେ ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଟି-ଟ୍ୱେଣ୍ଟି ଖେଳାଯାଇଥିଲା । ଭାରତ ୨୦୯ ରନ୍‌ର ବିଜୟ ଲକ୍ଷ୍ୟକୁ ୨ ୱିକେଟ୍‌ ବାକି ଥାଇ ହାସଲ କରିଥିଲା । ଆଜି ମଧ୍ୟ ବିଶାଳ ସ୍କୋର ସଂଗୃହୀତ ହେବା ଆଶା କରାଯାଉଛି । ଫ୍ଲଡ ଲାଇଟ୍‌ରେ ମ୍ୟାଚ୍‌ ଖେଳା ଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ସମ୍ଭାବ୍ୟ ଭାରତୀୟ ଏକାଦଶ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂହ, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ । ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ: ଟିମ ସାଇଫର୍ଟ, ଡେଭନ କନୱେ, ରଚିନ ରବିନ୍ଦ୍ର, ଗ୍ଲେନ ଫିଲିପ୍ସ, ଡାରିଲ ମିଚେଲ, ମାର୍କ ଚାପମାନ, ଜେମ୍ସ ନୀଶମ, ମିଚେଲ ସାଣ୍ଟନର (ଅଧିନାୟକ), ମାଟ ହେନରୀ, ଲୋକି ଫର୍ଗୁସନ, ଆଇସ ସୋଦ୍ଧି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+