Get Updates
Get notified of breaking news, exclusive insights, and must-see stories!

ଭାରତ-ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟେଷ୍ଟ: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି କ୍ୱିୱି ବାହିନୀ, ଅଶ୍ଵିନୀ ଓ ସୁନ୍ଦରଙ୍କ କମାଲ

ଭାରତ-ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଉଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି କ୍ୱିୱି ବାହିନୀ। ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି। ଖବର ଲେଖା ହେବା ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ଛଅ ୱିକେଟ ହରାଇ ୨୧୦ ରନ୍ କରିଥିଲା। ଦଳ ପକ୍ଷରୁ ମିଚେଲ ସାଣ୍ଟନର ଏବଂ ଗ୍ଲେନ ଫିଲିପସ ବ୍ୟାଟିଂ କରୁଥିଲେ। ସେହିପରି ଅଶ୍ଵିନୀ ଓ ସୁନ୍ଦର ଉଭୟ ତିନୋଟି ଲେଖାଏଁ ୱିକେଟ ନେଇଥିଲେ ।

ବେଙ୍ଗାଲୁରରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଥିଲା ନ୍ୟୁଜିଲ୍ୟାଣ୍ଡ। ଭାରତକୁ ତା'ର ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଲ୍ ଆଉଟ୍ କରାଇ ନେଇଥିଲା। ଦ୍ୱିତୀୟ ଇନିଂସରେ ଭାରତ ଭଲ ଖେଳିଥିଲେ ମଧ୍ୟ ହାତରୁ ଚାଲି ଯାଇଥିଲା ଏହି ମ୍ୟାଚ୍।

Ashwini and Sundar

ତେଣୁ ପୁଣେ ଟେଷ୍ଟରେ ବଦଲା ଲକ୍ଷରେ ରହିଛି ରୋହିତ ବାହିନୀ। ସେହିପରି ପ୍ରଥମ ମ୍ୟାଚ୍ ଜିତିବା ପରେ ନ୍ୟୁଜିଲ୍ୟାଣ୍ଡର ମନୋବଳ ମଧ୍ୟ ଦୃଢ ରହିଛି। ତେଣୁ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ତେବେ ଦ୍ୱିତୀୟ ଟେଷ୍ଟର ବାଜି କିଏ ମାରୁଛି, ତା' ଉପରେ ନଜର।

ଅନ୍ୟପଟେ, ଭାରତ ତାର ସ୍କ୍ୱାର୍ଡରେ ପରିବର୍ତ୍ତନ କରିଛି। ବେଙ୍ଗାଲୁର ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ କରିଛି ଦଳ। କେଏଲ ରାହୁଲ ଏବଂ କୁଳଦୀପ ଯାଦବଙ୍କୁ ଦଳରୁ ବାଦ୍ ଦିଆଯାଇଛି। ମହମ୍ମଦ ସିରାଜଙ୍କ ସ୍ଥାନରେ ଆକାଶ ଦୀପଙ୍କୁ ସାମିଲ କରାଯାଇଛି। ସେହିପରି ପ୍ଲେଇଂ ଇଲେଭେନରେ ଯୋଗ ଦେଇଛନ୍ତି ୱାଶିଂଟନ ସୁନ୍ଦର।

ଭାରତର ଚୂଡ଼ାନ୍ତ ଏକାଦଶ: ଯଶସ୍ୱୀ ଜୈସ୍ୱାଲ, ରୋହିତ ଶର୍ମା (କ୍ୟାପ୍ଟେନ), ଶୁଭମନ ଗିଲ, ବିରାଟ କୋହଲି, ଋଷଭ ପନ୍ତ (ଲିକେଟ କିପର୍), ସରଫରାଜ ଖାନ, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ୱିନ, ଆକାଶ ଦୀପ, ଯଶପ୍ରୀତ ବୁମ୍ରା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+