୨୧ ବର୍ଷରେ ୱେଷ୍ଟଇଣ୍ଡିଜଠୁ ଗୋଟିଏ ବି ସିରିଜ୍ ହାରିନି ଭାରତ
୨୧ ବର୍ଷରେ ୱେଷ୍ଟଇଣ୍ଡିଜଠୁ ଟେଷ୍ଟ ସିରିଜ୍ ହାରିନି ଭାରତ। ୨୦୦୨ ପରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୮ଟି ସିରିଜ୍ ଖେଳାଯାଇଛି। ଭାରତ ଏହି ସବୁ ସିରିଜରେ ବିଜୟଲାଭ କରିଛି। ୨୦୦୨, ୨୦୦୬, ୨୦୧୧, ୨୦୧୩, ୨୦୧୬, ୨୦୧୮, ଏବଂ ୨୦୧୯ରେ ବିଜୟୀ ହୋଇଛି
ଟିମ୍ ଇଣ୍ଡିଆ ।
ଇଣ୍ଡିଆ ପ୍ରଥମ ଥର ପାଇଁ ୧୯୫୨ରେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିଥିଲା। ୧୯୭୦ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିଥିଲା ଭାରତ । ଏହାପରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ରେ ୧୨ ଟେଷ୍ଟ ସିରିଜ୍ ଖେଳିଛି। ଏଥିରୁ ୫ଟି ମ୍ୟାଚ୍ ଜିତିଥିବା ବେଳେ ୭ଟି ମ୍ୟାଚ୍ ହାରିଛି। ଶେଷ ଥର ପାଇଁ ଭାରତ ୨୦୦୨ରେ ହାରିଥିଲା।


ଜୁଲାଇ ୧୨ରୁ ଆରମ୍ଭ ହେବ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍ । ପ୍ରଥମ ଟେଷ୍ଟ ମ୍ୟାଚ୍ ୧୨ ଜୁଲାଇରେ ଡୋମିନିକାରେ ଖେଳାଯିବ। ଏହି ମୁକାବିଲା ପାଇଁ ଉଭୟ ଟିମ୍ ଡୋମିନିକାରେ ପହଞ୍ଚି ସାରିଛନ୍ତି। ଦୁଇ ଟିମରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିବ।
ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ଟିମ୍ ପାଇଁ ଓ୍ବେଷ୍ଟଇଣ୍ଡିଜର ୧୩ ଜଣିଆ ଘୋଷଣ କରିଛି। ଟିମରେ କ୍ରିଗ୍ ବ୍ରେଥଓ୍ବେଟ୍ କ୍ୟାପଟେନ୍ ଥିବା ବେଳେ ଜର୍ମିନ ବ୍ଲକଉଡ୍, ଏଲିକ୍ ଅଥାନାଜ୍, ଟୈଗେନରିନ୍ ଚନ୍ଦ୍ରପଲ୍, ରହକିମ୍ କାର୍ଣ୍ଣଓ୍ବାଲ, ଜୈଶୁଆ ଦା ସିଲଭା, ଶୌନନ ଗେବ୍ରିୟଲ, ଜୈସନ ହୋଲ୍ଡର, ଅଲଜାରୀ ଜୌଶଫ, କିର୍କ ମୈଙ୍କଜି, ରେମନ ରିଫର, କେମର ରୋଚ୍ ଜୋମେଲ ବାରିକନଙ୍କୁ ସାମିଲ କରାଯାଇଛି












Click it and Unblock the Notifications