Get Updates
Get notified of breaking news, exclusive insights, and must-see stories!

ନ୍ୟୁଜିଲାଣ୍ଡ ବିପକ୍ଷରେ ହାରିଲା ଭାରତ

ରାଜକୋଟ ଗ୍ରାଉଣ୍ଡ ପୁଣିଥରେ ଟିମ୍ ଇଣ୍ଡିଆ ପାଇଁ ଦୁର୍ଭାଗ୍ୟଜନକ ସାବ୍ୟସ୍ତ ହେଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଟିମ୍ ଇଣ୍ଡିଆର ଏକ ବଡ଼ ପରାଜୟ ହୋଇଛି । ୨୮୪ ରନ୍ କରିଥିବା ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଠାରୁ ଏକପାଖିଆ ଭାବରେ ୭ ୱିକେଟରେ ପରାସ୍ତ ହେଲା। ଚମତ୍କାର ଶତକ ଖେଳିଥିବା ଡାରିଲ୍ ମିଚେଲ୍ ନ୍ୟୁଜିଲ୍ୟାଣ୍ଡର ବିଜୟ ଏବଂ ଭାରତର ପରାଜୟର ଏକ ପ୍ରମୁଖ କାରଣ । ତାଙ୍କ ବ୍ୟତୀତ ୱିଲ୍ ୟଙ୍ଗ୍ ମଧ୍ୟ ୮୭ ରନ୍ କରି ତାଙ୍କ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ଭାରତ ପାଇଁ କେଏଲ୍ ରାହୁଲ ଅପରାଜିତ ୧୧୨ ରନ୍ କରିଥିଲେ, କିନ୍ତୁ ତାଙ୍କର ଶତକ ବ୍ୟର୍ଥ ହୋଇଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।

ବୁଧବାର ଭାରତୀୟ କ୍ରିକେଟ୍‌ ଦଳ ରାହୁଲଙ୍କ ଲଢ଼ୁଆ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୮୪ ରନ୍‌ କରିଥିଲା। ଜବାବରେ ମାତ୍ର ୪୬ ରନ୍‌ରେ ଉଭୟ ଓପନର୍‌ଙ୍କୁ ହରାଇ ନ୍ୟୁଜିଲାଣ୍ଡ ସଂଘର୍ଷ କରିଥିଲା। ହେଲେ ନିର୍ଭରଯୋଗ୍ୟ ମିଚେଲ (୧୩୧*) ଓ ୱିଲ ୟଙ୍ଗ (୮୭) ତୃତୀୟ ୱିକେଟ୍‌ରେ ୧୬୨ ରନ୍‌ର ଭାଗୀଦାର ଗଢ଼ି ଭାରତ ହାତରୁ ଏକପ୍ରକାର ମ୍ୟାଚ୍‌ ଛାଡ଼ାଇ ନେଇଥିଲେ।

ew Zealand
ୟଙ୍ଗଙ୍କୁ ୩୮ତମ ଓଭରରେ ଆଉଟ୍‌ କରି ସ୍ପିନର୍‌ କୁଲଦୀପ ଯାଦବ ସେମାନଙ୍କୁ ଅଲଗା କରିଥିଲେ। ତେବେ ମିଚେଲ ଅବିଭାଜିତ ଚତୁର୍ଥ ୱିକେଟ୍‌ରେ ଗ୍ଲେନ୍‌ ଫିଲିପ୍ସ (୩୨*)ଙ୍କ ସହ ମିଶି ୭୮ ରନ୍‌ ସଂଗ୍ରହ କରି ନିଜ ଦଳକୁ ୧୫ ବଲ୍‌ ପୂର୍ବରୁ ମହତ୍ତ୍ବପୂର୍ଣ୍ଣ ବିଜୟ ଉପହାର ଦେବା ସହ ଶୃଙ୍ଖଳାକୁ ଜୀବନ୍ତ ରଖିଥିଲେ।

ସଂକ୍ଷିପ୍ତ ସ୍କୋର୍: ନ୍ୟୁଜିଲାଣ୍ଡ ୪୭.୩ ଓଭରରେ-୨୮୬/୩ (ଡାରିଲ ମିଚେଲ ୧୩୧*, ୱିଲ ୟଙ୍ଗ୍‌ ୮୭, ଗ୍ଲେନ୍‌ ଫିଲିପ୍ସ ୩୨*, ପ୍ରସିଦ୍ଧ କ୍ରିଷ୍ଣା ୧/୪୯, ହର୍ଷିତ ରାଣା ୧/୫୨, କୁଲଦୀପ ଯାଦବ ୧/୮୨)।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+