Get Updates
Get notified of breaking news, exclusive insights, and must-see stories!

ଭାରତର ଅଷ୍ଟ୍ରେଲିଆ ଗସ୍ତ: ରାହୁଲଙ୍କ ରଣଜିତସିଂହଜୀକୁ ହରାଇଲା ବିରାଟ ସେନା

ଆଇପିଏଲ ଶେଷ ହୋଇସାରିଥିବା ବେଳେ ପୁଣି କାହିଁକି ମୁହାଁମୁହିଁ ହେଲେ ଏହି ଦୁଇ ଭାରତୀୟ ଖେଳାଳି ।

ସିଡନୀ: କେଏଲ ରାହୁଲଙ୍କ ଦଳକୁ ହରାଇଲା ବିରାଟ କୋହଲିଙ୍କ ଦଳ । ତେବେ ଆପଣ ଏଠି ଟିକେ କନଫ୍ୟୁଜ ହୋଇସାରିଥିବେ । ଆଇପିଏଲ ଶେଷ ହୋଇସାରିଥିବା ବେଳେ ପୁଣି କାହିଁକି ମୁହାଁମୁହିଁ ହେଲେ ଏହି ଦୁଇ ଭାରତୀୟ ଖେଳାଳି । ଆଉ କେମିତି ଜଣେ ହାରଇଲା ଅନ୍ୟ ଜଣଙ୍କ ଦଳକୁ । ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର....

ଭାରତର ଅଷ୍ଟ୍ରେଲିଆ ଗସ୍ତ

ଉଲ୍ଲେଖଥାଉ କି, ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ରହିଛି ଭାରତୀୟ ଦଳ । ଆସନ୍ତା 27ତାରିଖରୁ ଘରୋଇ ଦଳ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭ୍ରମଣକାରୀ ଭାରତୀୟ ଦଳ । ତେବେ ଏହି ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆରେ ପହଁଚି ନିଜର କ୍ବାରେଣ୍ଟାଇନ ଶେଷ କରିବା ପରେ ଅଭ୍ୟାସ ଆରମ୍ଭ କରିଛି । ଆଉ ଯେଉଁଠି 30 ଜଣିଆ ଭାରତୀୟ ଦଳକୁ ଭାଗ କରାଯାଇ, ଦୁଇ ଦଳ ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳାଯାଉଛି ।

ତେବେ ରବିବାର ଏଠାରେ ଖେଳା ଯାଇଥିବା ଅଭ୍ୟାସ ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଦଳ ସୀମିକ ଓଭର ଉପ ଅଧିନାୟକ କେଏଲ ରାହୁଲଙ୍କ ଏକାଦଶ ମୁହାଁମୁହିଁ ହୋଇଥିଲେ । ଯେଉଁଠି ବିରାଟ କୋହଲିଙ୍କ ସି.କେ ନୟୁଡୁ ଏକାଦଶ କେଏଲ ରାହୁଲଙ୍କ ରଣଜିତସିଂହଜୀ ଏକାଦଶକୁ 5 ୱିକେଟରେ ପରାସ୍ତ କରିଛି ।

ତେବେ ଏହି 40 ଓଭର ବିଶିଷ୍ଟ ଅଭ୍ୟାସ ମ୍ୟାଚରେ କେଏଲ ରାହୁଲଙ୍କ ଏକାଦଶ ପ୍ରଥମେ ବ୍ୟାଟିଂ କରି 235ରନ ଖାତରେ ଯୋଡିଥିଲା । ଦଳ ପାଇଁ ଓପନ କରିଥିଲେ ଶିଖର ଧୱନ ଓ ମୟଙ୍କ ଅଗ୍ରୱାଲ । ତେବେ ଅଧିନାୟକ କେଏଲ ରାହୁଲ ମଧ୍ୟ 66 ବଲରୁ ଦମଦାର 83ରନ ପାଳି ଖେଳିଥିଲେ ।

ଅନ୍ୟପଟେ 235ରନକୁ ପିଛା କରୁଥିବା କୋହିଲ ଏକାଦଶ 26ଟି ବଲ ବାକିଥାଇ 5ୱିକେଟରେ ମ୍ୟାଚକୁ ଜିତି ନେଇଥିଲା । କୋହିଲଙ୍କ ଦଳ ପକ୍ଷରୁ ଓପନ କରିଥିଲେ ଯୁବ ପୃଥ୍ବୀ ଶ ଓ ମୟଙ୍କ ଅଗ୍ରୱାଲ । ସେହିପରି ଅଧିନାୟକ କୋହଲି ମଧ୍ୟ 91 ବଲରୁ ଅପରାଜିତ 58ରନର ପାଳି ଖେଳିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+