ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ଜାଣନ୍ତୁ ସେ କେତେ କୋଟି ସମ୍ପତ୍ତିର ମାଲିକ

Gautam Gambhir Net Worth: କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (BCCI) ମଙ୍ଗଳବାର ଅର୍ଥାତ୍ ଜୁଲାଇ 9 ତାରିଖରେ ଏକ ବଡ ଘୋଷଣା କରିଛି। ଯେଉଁଥିରେ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ତିଆର ମୁଖ୍ୟ କୋଚ୍ ଭାବେ ଘୋଷଣା କରାଯାଇଛି । ଟିମ୍ ଇଣ୍ତିଆ ପାଇଁ ଗୌତମ ଗମ୍ଭୀରଙ୍କ ଅନେକ ଅବଦାନ ରହିଛି । ଆମେରିକାରେ ଭାରତ ଟି -20 ବିଶ୍ୱକପ ଜିତିବା ପରେ ଦ୍ରାବିଡ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ବିସିସିଆଇ ସଚିବ ଜୟ ଶାହ ଖୁସି ବ୍ୟକ୍ତ କରିଛନ୍ତି। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମାର୍ଚ୍ଚ ୨ ରେ ପୂର୍ବତନ ଟିମ୍ ଇଣ୍ଡିଆର ଓପନର୍ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ସକ୍ରିୟ ରାଜନୀତି ଛାଡି କ୍ରିକେଟ୍ ଉପରେ ଧ୍ୟାନ ଦେବା ନେଇ ଘୋଷଣା କରିଥିଲେ। ତେବେ ଚାଲନ୍ତୁ ଜାଣିବା କ୍ରୀଡା ଠାରୁ ରାଜନୀତିକୁ ଯାତ୍ରା କରିଥିବା ଗମ୍ଭୀର କେତେ ସମ୍ପତ୍ତିର ମାଲିକ ।

Gautam Gambhir

ଗୌତମ ଗମ୍ଭୀର 14 ଅକ୍ଟୋବର 1981 ରେ ନୂଆଦିଲ୍ଲୀର ବ୍ୟବସାୟୀ ଦୀପକ ଗମ୍ଭୀରଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହନ୍ସରାଜ କଲେଜରେ ପାଠ ପଢିଥିଲେ । ପିଲାଦିନରୁ ଗମ୍ଭୀରଙ୍କର କ୍ରିକେଟ୍ ପ୍ରତି ଆଗ୍ରହ ଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଏହାକୁ ନିଜ କ୍ୟାରିୟର ଭାବରେ ବାଛିଥିଲେ। ଗୌତମ ଗମ୍ଭୀରଙ୍କ କ୍ରିକେଟ୍ କ୍ୟାରିୟର ମଧ୍ୟ ବେଶ୍ ଖାସ ଥିଲା । ସେ 2003 ରେ ଭାରତୀୟ କ୍ରିକେଟ୍ ଦଳ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ଗମ୍ଭୀର ଜଣେ ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ୍ ଥିଲେ ଏବଂ ତାଙ୍କର ଧର୍ଯ୍ୟ ଏବଂ ନିଷ୍ଠାରେ ସେ ଭାରତକୁ ଅନେକ ମ୍ୟାଚ୍ ଜତାଇବାରେ ସଫଳ ହୋଇଥିଲେ ।

ନେଟ୍ ୱର୍ଥ

ADR ଅନୁଯାୟୀ ଗମ୍ଭୀରଙ୍କର ମୋଟ ସମ୍ପତ୍ତି 147 କୋଟିରୁ ଅଧିକ । ତାଙ୍କ ପାଖରେ 35 କୋଟି ଟଙ୍କା ରହିଛି। ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗୌତମ ବର୍ତ୍ତମାନ 150-200 କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତିର ମାଲିକ ।

ଦିଲ୍ଲୀରେ ଗୌତମ ଗମ୍ଭୀରଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି । ଅନେକ ବିଳାସପୂର୍ଣ୍ଣ କାର କଲେକ୍ସନ ମଧ୍ୟ ତାଙ୍କର ରହିଛି । ମର୍ସିଡିଜ୍, ବିଏମଡବ୍ଲୁ, ଅଡି ଏବଂ ଟୟୋଟା କରୋଲା ଭଳି ମହଙ୍ଗା କାର ଗମ୍ଭୀର ଗ୍ୟାରେଜରେ ରହିଛି ।

ଆୟ ଉତ୍ସ: ତାଙ୍କର ରୋଜଗାରର ପ୍ରମୁଖ ଉତ୍ସ ହେଉଛି କ୍ରିକେଟ୍ (ବିସିସିଆଇରୁ ଦରମା, ଆଇପିଏଲରୁ ମ୍ୟାଚ୍ ଫି ଏବଂ ଏଣ୍ଡୋର୍ସମେଣ୍ଟ ଡିଲ୍) । ତାଙ୍କର ମାସିକ ରୋଜଗାର ମଧ୍ୟ 50 ଲକ୍ଷରୁ 1 କୋଟି ମଧ୍ୟରେ ।

ଅନ୍ୟାନ୍ୟ ବ୍ୟବସାୟ: ଗମ୍ଭୀରଙ୍କର ମଧ୍ୟ ନିଜର ପାରିବାରିକ ବ୍ୟବସାୟ ମଧ୍ୟ ରହିଛି । ସେହିପରି ଗମ୍ଭୀରଙ୍କ ପାଖରେ 102.58 ଗ୍ରାମ ସୁନା ଯାହାର ମୂଲ୍ୟ 3 ଲକ୍ଷରୁ ଅଧିକ ଏବଂ ରୂପା 5.650 କିଲୋଗ୍ରାମ ଯାହାର ମୂଲ୍ୟ 2 ଲକ୍ଷରୁ ଅଧିକ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+