ଫେଲ ମାରିଲା ବ୍ୟାଟିଙ୍ଗ : ଭାରତ ୧୮୬ ରନରେ ଅଲଆଉଟ୍
ଫେଲ ମାରିଲା ବ୍ୟାଟିଙ୍ଗ : ଭାରତ ୧୮୬ ରନରେ ଅଲଆଉଟ୍
IND vs BAN: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ୫୦ ଓଭର ଖେଳିପରିଲାନି ଟିମ୍ ଇଣ୍ଡିଆ। ଫେଲ ମାରିଲା ବ୍ୟାଟିଙ୍ଗ। ୧୮୬ ରନରେ ଅଲଆଉଟ୍ ହେଲା ଦଳ । ମାତ୍ର ୪୧ ଓଭର ୨ଟି ବଲ ଖେଳି ଦଳ ଅଲଆଉଟ୍ ହୋଇଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର କୌଣସି ବ୍ୟାଟସମ୍ୟାନ ପଡିଆରେ ଅଧିକ ସମୟ ଧରି ତିଷ୍ଠି ପାରିନଥିଲେ । ମାତ୍ର ୨୩ ରନରେ ଦଳକୁ ପ୍ରଥମ ଝଟ୍କା ଲାଗିଥିଲା । ଆଉ ତାପରେ ତାସ ପରି ୱିକେଟର ପତନ ହୋଇଥଲା। କେ ଏଲ ରାହୁଲ ଏକମାତ୍ର ବ୍ୟାଟସମ୍ୟାନ ଭାବରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଦଳ ପକ୍ଷରୁ ସର୍ବାଧିକ ୭୦ ରନ୍ କରିଛନ୍ତି। ସେହିପରି ଶିଖର ଧାଓ୍ୱାନ ୨୭ରନ୍, ଶ୍ରେୟସ ଆୟର ୨୪ ରନ୍, ଓ୍ୱାସିଂଟନ୍ ସୁନ୍ଦର ୧୯ ରନ୍ କରିଛନ୍ତି । ଏହାବ୍ୟତୀତ ଆଉ କୌଣସି ବ୍ୟାଟସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରିନଥିଲେ । ଯାହାଫଳରେ ଟିମ୍ ଇଣ୍ଡିଆ ମୋଟ ୪୧ ଓଭର ୨ଟି ବଲ୍ ଖେଳି ୧୮୬ କରି ଅଲ୍ଆଉଟ୍ ହୋଇଯାଇଛି ।
ତେବେ ଟିମ୍ ଇଣ୍ଡିଆକୁ ଜିତିବାକୁ ହେଲେ ଚମତ୍କାର କରିବାକୁ ପଡ଼ିିବ। ବୋଲିଂ ସହ ଫିଲଡିଂକୁ ଠିକ୍ କରିବାକୁ ପଡ଼ିବ। ନଚେତ୍ ଭାରତ ଏହି ମ୍ୟାଚ୍ ରେ ପରାସ୍ତ ହୋଇପାରେ। ଦୀପକ ଚହର, ଠାକୁରଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।












Click it and Unblock the Notifications