Get Updates
Get notified of breaking news, exclusive insights, and must-see stories!

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ! ଅଲିମ୍ପିକ୍ସ କମିଟିକୁ ଚିଠି

୨୦୩୬ରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ପ୍ରଥମ ପଦକ୍ଷେପ। ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ଚିଠି କଲା ଭାରତୀୟ ଅଲିମ୍ପିକ୍ସ ସଂଘ। ଆୟୋଜନ ପାଇଁ ଇଚ୍ଛୁକ ଦର୍ଶାଇ ଔପଚାରିକ ଭାବେ ଚିଠି।ଅଲିମ୍ପିକ୍ସ ସହ ପାରା ଅଲିମ୍ପିକ୍ସ ଆୟୋଜନ ନେଇ ଇଚ୍ଛୁକ ଦର୍ଶାଇ ଚିଠି।

Olympics

ଅଲିମ୍ପିକ୍ସ ୨୦୨୪ ପ୍ୟାରିସରେ ଖେଳାଯାଇଥିଲା । ଏହା ପରେ ୨୦୨୮ର ଅଲିମ୍ପିକ୍ସ ଯୁକ୍ତରାଷ୍ଟ୍ରର ଲସ ଆଞ୍ଜେଲସରେ ଖେଳାଯିବ । ଏହା ପରେ ୨୦୩୨ ଆୟୋଜନ ପାଇଁ ଦେଶ ଏବଂ ସହର ମଧ୍ୟ ଚୟନ କରାସରିଛି। କିନ୍ତୁ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଯେ ୨୦୩୬ରେ ଅଲିମ୍ପିକ କେଉଁଠାରେ ଅନୁଷ୍ଠିତ ହେବ। ବର୍ତ୍ତମାନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତ ୨୦୩୬ରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସ ଆୟୋଜନ କରିବାକୁ ଦାବି କରିଛି।

ଏହା ପ୍ରଥମ ଘଟଣା ନୁହେଁ ଯେ ଭାରତରେ ଆୟୋଜିତ ଅଲିମ୍ପିକ୍ସ ୨୦୩୬ର ଖବର ସାମ୍ନାକୁ ଆସିଛି। ଏହାପୂର୍ବରୁ ମଧ୍ୟ ଏ ସମ୍ପର୍କରେ କିଛି ରିପୋର୍ଟ ବାହାରିଛି ଯେଉଁଥିରେ କୁହାଯାଇଥିଲା ଯେ ୨୦୩୬ରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଭାରତ ଆଗକୁ ଆସିପାରେ।

ନ୍ୟୁଜ ଏଜେନ୍ସି IANS ଏକ ସୂତ୍ରରୁ ପ୍ରକାଶ ଯେ, ଭାରତ ଅଲିମ୍ପିକ୍ସ ୨୦୩୬ ପାଇଁ ଏକ ବିଡ ଦାଖଲ କରିଛି। ଅକ୍ଟୋବର ୧ ୨୦୨୪ରେ ଭାରତୀୟ ଅଲିମ୍ପିକ ଆସୋସିଏଶନ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)କୁ ଏକ ଚିଠି ଦାଖଲ କରିଛି, ଯାହା ପରେ ଅଲିମ୍ପିକ ଆୟୋଜନ କରିବାର ସମ୍ଭାବନାକୁ ବଢାଇ ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+