ଇଂଲଣ୍ଡର ବିଶାଳ ସ୍କୋର ଜବାବରେ ଲଢ଼ୁଛି ଭାରତ: ଗିଲ୍ ଏବଂ ରାହୁଲ ମିଶି କଲେ ରେକର୍ଡ
ଇଂଲଣ୍ଡର ବିଶାଳ ସ୍କୋର ଜବାବରେ ଲଢ଼ୁଛି ଭାରତ । ମଞ୍ଚେଷ୍ଟରରେ ଚାଲିଥିବା ୪ର୍ଥ ଟେଷ୍ଟ ମ୍ୟାଚରେ ଭାରତ ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ୨ ଓ୍ବିକେଟ ହରାଇ ୧୭୪ ରନ ସଂଗ୍ରହ କରିଛି । ଅଧିନାୟକ ଶୁବମନ ଗିଲ୍ ଓ କେଏଲ ରାହୁଲଙ୍କ ଲଢ଼ୁଆ ବ୍ୟାଟିଂ । ଗିଲ୍ ୭୮ ଓ ରାହୁଲ ୮୭ ରନ କରି କ୍ରିଜରେ ଅଛନ୍ତି । ଗତକାଲି ଷ୍ଟମ୍ପସ ସୁଦ୍ଧା ଭାରତ ଦୁଇ ୱିକେଟ ହରାଇ ୧୭୨ ରନ କରିଥିଲା ।
ଶୁବମନ ଗିଲ ଏବଂ କେଏଲ ରାହୁଲ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ୫୦୦ରୁ ଅଧିକ ରନ୍ କରିଛନ୍ତି । ୫୫ ବର୍ଷ ପରେ ଏଭଳି ହୋଇଛି କି, ବିଦେଶ ମାଟିରେ ଏକ ଟେଷ୍ଟ ସିରିଜରେ ଦୁଇଜଣ ଭାରତୀୟ ୫୦୦ରୁ ଅଧିକ ରନ କରିଛନ୍ତି । ଶେଷ ଥର ପାଇଁ ସୁନୀଲ ଗାଭାସ୍କର ଏବଂ ଦିଲ୍ଲୀପ ସରଦେଶାଇ ୧୯୭୦-୭୧ରେ ଏଭଳି ରେକର୍ଡ କରିଥିଲେ ।

ଗିଲ ଓ ରାହୁଲଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଭାରତ ଭଲ ସ୍ଥିତିରେ ପହଞ୍ଚି ପାରିଛି । ଯଶୱୀ ଜୟଶ୍ବାଲ ଓ ସାଇ ସୁଦର୍ଶନ ଖାତା ନଖୋଲି ପାଭିଲିଅନକୁ ଫେରିବା ପରେ କ୍ରିଜରେ ଯୋଡ଼ି ଜମାଇଥିଲେ ରାହୁଲ୍ ଓ ଗିଲ୍ । ଆଜି ମାଞ୍ଚେଷ୍ଟର ଟେଷ୍ଟର ଚତୁର୍ଥ ଦିନରେ ଦୁଇ ୱିକେଟ ୧୭୨ ରନରୁ ଖେଳ ଆରମ୍ଭ କରିବ ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତ ୩୫୮ରନ କରିଥିଲା । ଏହାର ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ବିଶାଳ ୬୬୯ ରନ କରିଛି ।
ପ୍ରଥମ ପାଳିରେ ଘରୋଇ ଦଳ ଇଂଲଣ୍ଡ ୩୧୧ ରନରେ ଆଗୁଆ ଥିବାବେଳେ ଭାରତ ୪ର୍ଥ ଦିନ ସୁଦ୍ଧା ୧୩୭ରେ ପଛୁଆ ରହିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୩୫୮ ରନ ସଂଗ୍ରହ କରିଥିଲା । ଜବାବରେ ଜୋ ରୁଟଙ୍କ ୧୫୦ ଏବଂ ବେନ ଷ୍ଟୋକ୍ସଙ୍କ ୧୪୧ ରନ ବଳରେ ଘରୋଇ ଦଳ ୬୬୯ ରନର ବିଶାଳ ସ୍କୋର କରିଥିଲା । ୪ ମ୍ୟାଚ ବିଶିଷ୍ଟ ଶୃଙ୍ଖଳରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି ।












Click it and Unblock the Notifications