ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ଭାରତ

ଓ୍ଵେଷ୍ଟଇଣ୍ଡିଜକୁ ହରାଇ ଭାରତ ଚତୁର୍ଥ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। ଏହା ସହିତ ୨୦୨୬ ଟି୨୦ ବିଶ୍ଵକପ୍ ପାଇଁ ଚାରି ସେମିଫାଇନାଲିଷ୍ଟଙ୍କ ନାଁ ସ୍ପଷ୍ଟ ହୋଇ ଯାଇଛି। ରବିବାର, ଭାରତୀୟ ଦଳ କୋଲକାତାର ଇଡେନ୍ ଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୫ ୱିକେଟରେ ଐତିହାସିକ ବିଜୟ ହାସଲ କରିଥିଲା। ସଞ୍ଜୁ ସାମସନ୍ ୯୭ ରନର ଏକ ସ୍ମରଣୀୟ ଇନିଂସ ଖେଳି ଟିମ୍ ଇଣ୍ଡିଆକୁ ସେମିଫାଇନାଲରେ ପହଞ୍ଚାଇଛନ୍ତି। ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତ ଚତୁର୍ଥ ଦେଶ।

India

ଚାରି ସେମିଫାଇନାଲିଷ୍ଟ: ଭାରତ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ​​​​​​​

ଭାରତ ପୂର୍ବରୁ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ସେମାନଙ୍କର ସେମିଫାଇନାଲ୍ ସ୍ଥାନ ସୁରକ୍ଷିତ କରିସାରିଥିଲେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ସୁପର ୮ର ପ୍ରଥମ ଗ୍ରୁପରୁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଦ୍ଵିତୀୟ ଗ୍ରୁପରୁ ଯୋଗ୍ୟତା ଅର୍ଜନ କରିଥିଲେ।

ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ନିଜ ନିଜ ଗ୍ରୁପରେ ଶୀର୍ଷରେ ରହି ସେମିଫାଇନାଲରେ ପ୍ରବେଶ କରିଥିଲେ। ଟିମ୍ ଇଣ୍ଡିଆ ନିଜର କର ବା ମର ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ପରାସ୍ତ କରିଥିଲା। ଆଉ ଦଳ ସେମି ପାଇଁ ଟିକେଟ୍ କାଟିଛି। ପାକିସ୍ତାନ ସୁପର ୮ ମ୍ୟାଚରେ ଶ୍ରୀଲଙ୍କାକୁ ୬୫ କିମ୍ବା ତା'ଠାରୁ ଅଧିକ ରନରେ ପରାସ୍ତ କରିବାରୁ ନ୍ୟୁଜିଲ୍ୟାଣ୍ଡ ଶେଷ ଚାରୋଟି ଦଳ ଭାବେ ପ୍ରବେଶ କରିଛି।

ଭାରତ କାହା ବିପକ୍ଷରେ ଖେଳିବ ସେମି ମ୍ୟାଚ୍?

୨୦୨୬ ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମାର୍ଚ୍ଚ ୪ରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ। ଦ୍ଵିତୀୟ ସେମିଫାଇନାଲ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମାର୍ଚ୍ଚ ୫ରେ ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ।

ପ୍ରଥମ ସେମିଫାଇନାଲ - ଦକ୍ଷିଣ ଆଫ୍ରିକା ବନାମ ନ୍ୟୁଜିଲ୍ୟାଣ୍ଡ - ମାର୍ଚ୍ଚ ୪ (କୋଲକାତା)

ଦ୍ଵିତୀୟ ସେମିଫାଇନାଲ - ଭାରତ ବନାମ ଇଂଲଣ୍ଡ - ମାର୍ଚ୍ଚ ୫ (ମୁମ୍ବାଇ)

ଉଭୟ ସେମିଫାଇନାଲର ବିଜେତା ମାର୍ଚ୍ଚ ୮ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲରେ ଭେଟିବେ। ଭାରତ ପାଖରେ ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି।, କାରଣ କୌଣସି ଦଳ ଲଗାତାର ଦୁଇଥର ଟି-୨୦ ବିଶ୍ଵକପ୍ ଜିତିନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+