Get Updates
Get notified of breaking news, exclusive insights, and must-see stories!

ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଟି-୨୦ ବିଶ୍ୱକପ ଦ୍ୱିତୀୟ ସେମିଫାଇନାଲ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ମୁମ୍ୱାଇର ୱାଙ୍ଖେଡ଼ ଷ୍ଟାଡିୟମରେ ହେବ ଏହି ହାଇଭୋଲଟେଜ ମ୍ୟାଚ। ରାତି ୭ଟାରେ ମ୍ୟାଚ ଆରମ୍ଭ ହେବ। ଆଜିର ମ୍ୟାଚରେ ବିଜୟୀ ଟିମ ସିଧା ଫାଇନାଲ ଖେଳିବ । ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲକୁ ପ୍ରବେଶ କରିସାରିଛି । ଆଜିର ମ୍ୟାଚ କେବଳ ମୁକାବିଲା ନୁହେଁ ପୁରୁଣା ପ୍ରତିଶୋଧ ନେବାର ଅବସର ମଧ୍ୟ ଉଭୟ ଦଳ ପାଇଁ ଆଣି ଦେଇଛି ।

T20 World Cup

ଲଗାତାର ତୃତୀୟ ଥର ପାଇଁ ଭାରତ ଓ ଇଂଲଣ୍ଡ ଟି-୨୦ ସେମିଫାଇନରେ ମୁହାଁମୁହିଁ ହେଉଛନ୍ତି । ଏହାପୂର୍ବରୁ ୨୦୨୨ ଓ ୨୦୨୪ ଟି-୨୦ ବିଶ୍ୱକପ ସେମିଫାଇନାଲରେ ଦୁଇ ଦଳ ମୁହାଁମୁହିଁ ହୋଇସାରିଛନ୍ତି । ଟି-୨୦ ସେମିଫାଇନାଲ ମୁକାବିଲାରେ ଦୁଇ ଦଳର ରେକର୍ଡ ୧-୧ରେ ବରାବର ରହିଛି । ଟି-୨୦ ବିଶ୍ୱକପରେ ଉଭୟ ଟିମ ଷଷ୍ଠ ଥର ପାଇଁ ସେମିଫାଇନାଲ ଖେଳୁଛନ୍ତି । ତେଣୁ ଆଜିର ମ୍ୟାଚ ରୋମାଞ୍ଚକର ହେବ ବୋଲି ଦର୍ଶକ ଆଶା ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+