ଭାରତ- ଇଂଲଣ୍ଡ ଟେଷ୍ଟ ସିରିଜ, ଟସ ଜିତି ବ୍ୟାଟିଂ କରିବ ଇଂଲଣ୍ଡ
ଆରମ୍ଭ ହେଲା ଭାରତ ଇଂଲଣ୍ଡ ଟେଷ୍ଟ ସିରିଜ୍ । ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଗୁରୁବାର ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଛି । ଟସ୍ ଜିତି ବ୍ୟାଟିଂ କରିବାକୁ ଇଂଲଣ୍ଡ ନିଷ୍ପତ୍ତି ନେଇଛି। ଯଶସ୍ବୀ ଜୟସ୍ବାଲ , ଶିକର ଭାରତ ଟିମରେ ସ୍ଥାନ ପାଇଛନ୍ତି। ପ୍ଲେଇଂ ଇଲେଭେନରେ ତିନି ଜଣ ସ୍ପିନର ଏବଂ ଦୁଇ ଜଣ ପେସର ରହିଛନ୍ତି।

ଅଶ୍ବିନ, ଜାଦେଜା , ଅକ୍ଷର , ବୁମରା ଓ ସିରାଜ , ରୋହିତ୍ , ଶୁଭମନ୍ , ରାହୁଲ ଏବଂ ଶ୍ରେୟାସ୍ ବି ଭାରତୀୟ ଦଳରେ ପ୍ରଥମ ଟେଷ୍ଟ ପାଇଁ ସ୍ଥାନ ପାଇଛନ୍ତି। ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ । ପ୍ରଥମ ଦୁଇଟି ମ୍ୟାଚରେ ବିରାଟ କୋହଲି ବ୍ୟକ୍ତିଗତ କାରଣରୁ ଖେଳିବେନାହିଁ। ରୋହିତ୍ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ ଗୁରୁବାର ମୈଦାନକୁ ଓହ୍ଲାଇଛି।
୧୨ ବର୍ଷ ତଳେ ଇଂଲଣ୍ଡ ଶେଷଥର ଭାରତମାଟିରେ ଟେଷ୍ଟ ଶୃଙ୍ଖଳା ଜିତିଥିଲା। ଉକ୍ତ ଶୃଙ୍ଖଳାରେ ଇଂଲଣ୍ଡର ଦୁଇ ସ୍ପିନର ଗ୍ରାଏମ୍ ସ୍ବାନ୍ ଓ ମଣ୍ଟି ପାନେସାର ଭାରତକୁ ପରାସ୍ତ କରିଥିଲେ। ଏଥର ମଧ୍ୟ ପୂରା ଶୃଙ୍ଖଳାରେ ସ୍ପିନ୍ ବୋଲିଂର ପ୍ରାଧାନ୍ୟ ଦେଖିବାକୁ ମିଳିବ।












Click it and Unblock the Notifications