ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ : ପରାଜୟରୁ ଗିଲ୍ ଯୁଗ ଆରମ୍ଭ, ୫ ୱିକେଟ୍ରେ ଜିତିଲା ଇଂଲଣ୍ଡ
ହେଡିଙ୍ଗଲେ ଟେଷ୍ଟରେ ଇଂଲଣ୍ଡ ଭାରତକୁ ୫ ଓ୍ବିକେଟରେ ହରାଇ ଦେଇଛି । ଏହା ସହିତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି ଇଂଲଣ୍ଡ ।
ଏହି ମ୍ୟାଚରେ ବିଜୟ ପାଇଁ ଇଂଲଣ୍ଡ ଆଗରେ ୩୭୧ ରନର ଲକ୍ଷ୍ୟ ରଖିଥିଲା ଭାରତ । ଏହି ଲକ୍ଷ୍ୟକୁ ଇଂଲଣ୍ଡ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା। ଇଂଲଣ୍ଡ ପକ୍ଷରୁ ବେନ ଡକେଟ୍ ୧୪୯ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ ।
ସେହିପରି ଜ୍ୟାକ୍ କ୍ରାଉଲି ୬୮ ରନ, ଜୋ ରୁଟ ୫୩ ରନ ଓ ଜେମି ସ୍ମିଥ ୪୩ ରନ କରିଥିଲେ । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ଶାର୍ଦ୍ଦୁଳ ଠାକୁର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ଭାରତ ୪୭୧ ରନ କରିଥିବାବେଳେ ଇଂଲଣ୍ଡ ୪୬୫ ରନ କରିଥିଲା । ଦ୍ବିତୀୟ ଇନିଂସରେ ଭାରତ ୩୬୪ ରନ କରିଥିଲା । ଏହି ଇନିଂସରେ ଭାରତ ପକ୍ଷରୁ କେଏଲ ରାହୁଲ ଓ ଋଷଭ ପନ୍ତ ଶତକ ଅର୍ଜନ କରିଥିଲେ । କିନ୍ତୁ ପ୍ରଥମ ଇନିଂସ ପରି ଏହି ଇନିଂସରେ ବି ଭାରତର ଟେଲଏଣ୍ଡର୍ସ ମାନେ ବିଫଳ ହୋଇଥିଲେ । ଭାରତ ୩୬୪ରନରେ ଅଲଆଉଟ ହେବା ପରେ ଇଂଲଣ୍ଡ ଆଗରେ ୩୭୧ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ।
ସଂକ୍ଷିପ୍ତ ସ୍କୋର୍: ଭାରତ ପ୍ରଥମ ପାଳି: ୪୭୧। ଇଂଲଣ୍ଡ ପ୍ରଥମ ପାଳି: ୪୬୫ (ଓଲି ପୋପ୍ ୧୦୬, ହ୍ୟାରି ବ୍ରୁକ୍ ୯୯, ଯଶପ୍ରୀତ୍ ବୁମ୍ରା ୫/୮୩, ପ୍ରସିଦ୍ଧ କ୍ରିଷ୍ଣା ୩/୧୨୮, ମହମ୍ମଦ ସିରାଜ ୨/୧୨୨)। ଭାରତ ଦ୍ବିତୀୟ ପାଳି: ୩୬୪ (କେଏଲ୍ ରାହୁଲ-୧୩୭, ଋଷଭ ପନ୍ତ୍-୧୧୮, ଜୋସ୍ ଟଙ୍ଗ୍-୩/୭୨, ବ୍ରାଇଡନ୍ କାର୍ସ ୩/୮୦)। ଇଂଲଣ୍ଡ ଦ୍ବିତୀୟ ପାଳି: ୮୨ ଓଭରରେ ୩୭୩/୫ (ବେନ୍ ଡକେଟ୍-୧୪୯, ଜ୍ୟାକ୍ କ୍ରଲି-୬୫, ଜୋ ରୁଟ୍-୫୩*, ବେନ୍ ଷ୍ଟୋକ୍ସ-୩୩, ଜାମି ସ୍ମିଥ୍-୪୪*, ଶାର୍ଦୁଳ ଠାକୁର-୨/୫୧, ପ୍ରସିଦ୍ଧ କୃଷ୍ଣା-୨/୯୨, ରବୀନ୍ଦ୍ର ଜାଡ଼େଜା-୧/୧୦୪)।












Click it and Unblock the Notifications