ଇତିହାସ ସୃଷ୍ଟି କରି ପ୍ୟାରିସ ପାରାଲିମ୍ପିକ୍ସରେ ଅଭିଯାନ ଶେଷ କଲା ଭାରତର

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ଅଭିଯାନ ଶେଷ ହୋଇଛି। ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ଏଥର ସର୍ବାଧିକ ପଦକ ହାସଲ କରି ଅଭିଯାନ ସାରିଛି ଭାରତ। ମୋଟ ୨୯ଟି ପଦକ ମଧ୍ୟରେ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଏବଂ ୧୩ଟି ବ୍ରୋଞ୍ଜ ପଦକ ରହିଛି। ଏହି ବିଜୟ ସହ ଭାରତ ପଦକ ତାଲିକାରେ ୧୮ ନଂ ସ୍ଥାନ ଅଳଙ୍କୃତ କରିଛି।

Paris Paralympics

ଚଳିତ ସଂସ୍କରଣରେ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ଏହା ପୂର୍ବରୁ କୌଣସି ବି ସିଜିନରେ ଭାରତ ଏତେ ସଂଖ୍ୟକ ପଦକ ପାଇନଥିଲା। ଏପରିକି ଚଳିତ ସିଜିନରେ ମଧ୍ୟ ଭାରତକୁ ସର୍ବାଧିକ ସ୍ୱର୍ଣ୍ଣ ପଦକ ମିଳିଛି। ସବୁଠୁ ବଡ଼ କଥା ହେଉଛି କି ଭାରତ ସ୍ୱର୍ଣ୍ଣରୁ ଅଭିଯାନ ଆରମ୍ଭ କରିଥିଲା ଏବଂ ସ୍ୱର୍ଣ୍ଣରେ ହିଁ ଅଭିଯାନ ଶେଷ କରିଛି।

ଇଭେଣ୍ଟର ଆରମ୍ଭରେ ଅବନୀ ଲେଖରା ଶୁଟିଂ (୧୦ ମିଟର ଏୟାର ରାଇଫଲ)ରେ ସ୍ୱର୍ଣ୍ଣ ଜିତି ଥିବାବେଳେ ଜାଭଲିନ ଥ୍ରୋ (ପୁରୁଷ)ରେ ନବଦୀପ ସିଂହ ସ୍ୱର୍ଣ୍ଣ ଜିତି ଅଭିଯାନକୁ ଶେଷ କରିଛନ୍ତି। ସେହିପରି ପାରାଲିମ୍ପିକ୍ସରେ ଗତ ଦୁଇ ସଂସ୍କରଣରେ ଭାରତ ମୋଟ ୪୮ଟି ପଦକ ଜିତିବାର ଗୌରବ ଅର୍ଜନ କରିଛି। ଏହା ପୂର୍ବରୁ ଅନୁଷ୍ଠିତ ମୋଟ ୧୧ ସଂସ୍କରଣରେ ଭାରତ ମାତ୍ର ୧୨ଟି ପଦକ ଜିତିଥିଲା।

ଟୋକିଓ ପାରାଲିମ୍ପିକ୍ସରେ ୫୪ ଜଣ ଭାରତୀୟ ଆଥଲେଟ୍ ଅଂଶଗ୍ରହଣ କରି ଥିବାବେଳେ ପ୍ୟାରିସ ପାରାଲିମ୍ପିକ୍ସରେ ରେକର୍ଡ ସଂଖ୍ୟକ ୮୪ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ। ଏଥିସହ ଗୋଟିଏ ସଂସ୍କରଣରେ ସର୍ବାଧିକ ପଦକ ଜିତିବାର ରେକର୍ଡ କରି ଇତିହାସ ସୃଷ୍ଟି କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+