Paris Olympics:ଭାରତ-ଆର୍ଜେଣ୍ଟିନା ମ୍ୟାଚ୍ ୧-୧ରେ ହେଲା ଡ୍ର
ପ୍ୟାରିସ୍: ୨୦୨୪ ପ୍ୟାରିସ୍ ଅଲମ୍ପିକ୍ସରେ ହକିର ପୁଲ୍-'ବି'ର ଦ୍ୱାଦଶ ମ୍ୟାଚ୍ରେ ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଡ୍ର ରହିଛି। ପ୍ୟାରିସ୍ ଅଲିମ୍ପିକ୍ସରେ ଦ୍ୱିତୀୟ ମ୍ୟାଚ୍ ହାରୁ ହାରୁ ଭାରତୀୟ ହକି ଦଳ ରକ୍ଷା ପାଇଛି। ନିଜଠାରୁ କମ୍ ମାନ୍ୟତା ଆର୍ଜେଣ୍ଟିନା ବିପକ୍ଷରେ ଖେଳି ଟିମ୍ ଇଣ୍ଡିଆକୁ ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ଗୋଲ୍ ଦେଇଥିଲା।
ତେବେ ମ୍ୟାଚ୍ ୨ ମିନିଟରୁ କମ୍ ସମୟ ବାକି ଥିବା ବେଳେ ଅଧିନାୟକ ହରମାନପ୍ରୀତ ସିଂ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତିକୁ ୧-୧କୁ ଆଣିଥିଲେ। ଏହି ମ୍ୟାଚ୍ରେ ଭାରତକୁ ୧୦ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା। ହେଲେ ଟିମ୍ ଇଣ୍ଡିଆ କେବଳ ଗୋଟିଏ ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲା।

୨ଟି ମ୍ୟାଚ୍ରୁ ଭାରତ ୪ ପଏଣ୍ଟ ପାଇ ପୁଲ ବିରେ ତୃତୀୟ ସ୍ଥାନରେ ରହିଛି। ବେଲଜିୟମ ଏବଂ ଅଷ୍ଟ୍ରେଲିଆ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଆର୍ଜେଣ୍ଟିନା ଚତୁର୍ଥ ସ୍ଥାନରେ ରହିଛି। କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାକୁ ଭାରତ ପୁଲ ବିରେ ଟପ୍ ୪ରେ ରହିବାକୁ ପଡିବ।












Click it and Unblock the Notifications