ବ୍ୟାଣ୍ଡ-ବାଜା-କେକ୍: କଙ୍ଗାରୁ ଦମନ ପରେ ଏମିତି ସ୍ୱାଗତ କରାଗଲା ଭାରତୀୟ କ୍ରିକେଟରଙ୍କୁ

ଆଜି ଦେଶର ବିଭିନ୍ନ ସ୍ଥାନରେ ଭାରତୀୟ କ୍ରିକେଟରଙ୍କୁ ସ୍ବାଗତ କରିବାର ଦୃଶ୍ଯ । କୋଭିଡ କଟକଣା ମଧ୍ୟରେ ବି ନିଜ ଅଞ୍ଚଳର ଷ୍ଟାର ଖେଳାଳିଙ୍କୁ ବାଜା ବଜେଇ ବାଣ ଫୁଟାଇ ସ୍ବାଗତ କରିଛନ୍ତି ଲୋକେ ।

ନୂଆଦିଲ୍ଲୀ: ଭାରତରେ କ୍ରିକେଟ କେବଳ ଏକ ଖେଳ ନୂହେଁ, ଏହା ଦେଶର କୋଟି କୋଟି ଲୋକଙ୍କ ଭାବପ୍ରବଣତା । ଯାହାର ଜ୍ବଳନ୍ତ ଉଦାହରଣ ହେଉଛି, ଆଜି ଦେଶର ବିଭିନ୍ନ ସ୍ଥାନରେ ଭାରତୀୟ କ୍ରିକେଟରଙ୍କୁ ସ୍ୱାଗତ କରିବାର ଦୃଶ୍ୟ । କୋଭିଡ କଟକଣା ମଧ୍ୟରେ ବି ନିଜ ଅଞ୍ଚଳର ଷ୍ଟାର ଖେଳାଳିଙ୍କୁ ବାଜା ବଜେଇ ବାଣ ଫୁଟାଇ ସ୍ୱାଗତ କରିଛନ୍ତି ଲୋକେ । କାରଣ ଭାରତୀୟ ଖେଳାଳି ବିଶ୍ବକପ ବିଜୟ ଠାରୁ ମଧ୍ୟ ଏକ ବଡ ରେକର୍ଡ କରିଛନ୍ତି ।

ଭାରତୀୟ କ୍ରିକେଟର

ତେବେ ଏହି ସୁପରଷ୍ଟାରମାନଙ୍କ ଆଗମନରେ ବିଭିନ୍ନ ସ୍ଥାନରେ ଗ୍ରାଣ୍ଡ ରିସେପ୍ସନ୍ ହୋଇଥିଲା। ଆଜିଙ୍କ୍ୟ ରାହାଣେଙ୍କୁ ମୁମ୍ବାଇବାସୀ ଏବଂ ତାଙ୍କ ପଡ଼ୋଶୀମାନେ ସ୍ୱାଗତ କରିଥିଲେ ଯାହାକୁ ସେ କେବେବି ଭୁଲି ପାରିବେ ନାହିଁ। ବିମାନବନ୍ଦରରେ ରୋହିତ ଶର୍ମା, ପୃଥ୍ବୀ ଶ, ଶ୍ରାଦ୍ଦୁଲ ଠାକୁର ଏବଂ ରବି ଶାସ୍ତ୍ରୀଙ୍କୁ ଖୁସିରେ ସ୍ୱାଗତ କରାଯାଇଥିଲା। ଟି. ନାଟାରାଜନ ସାଲେମ ଜିଲ୍ଲାର ନିଜ ଗ୍ରାମ ଚିନ୍ନାପମ୍ପାଟିରେ ପହଞ୍ଚିବା ପରେ ତାଙ୍କୁ ଏକ ଗ୍ରାଣ୍ଡ ୱେଲକମ କରାଯାଇଥିଲା । ଏଥିରେ ଜିଲ୍ଲା ତଥା ଆଖାପାଖ ଅଞ୍ଚଳର ହାଜାର ହଜାର ଲୋକେ ଏକାଠି ହୋଇଥିଲେ ।

ସୂଚନଥାଉ କି, ଗତ ଏକ ମାସ ମଧ୍ୟରେ ଟିମ୍ ଇଣ୍ଡିଆ ଦେଶର କୋଟି କୋଟି ଲୋକଙ୍କ ମୁହଁରେ ହସ ଆଣିଛି। କାରଣ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ଦଳକୁ ଧୂଳି ଚଟାଇ ବର୍ଡର ଗାଭାସ୍କର ଟ୍ରଫି ହାତେଇଛି ଭାରତ । ଆହାତ, ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିରେ ଭାରତ ଏହି ବିଜୟ କୌଣସି ଐତିହାସିକ ରେକର୍ଡଠୁ ମଧ୍ୟ କମ ନୂହେଁ ।

ସିରିଜ୍ ଓପନର୍ 8 ୱିକେଟ୍ ହରାବା ସହ 36 ରନ୍ କରି ଆଉଟ୍ । ଯାହା ଭାରତୀୟ କ୍ରିକେଟ୍ ଇତିହାସରେ ସବୁଠାରୁ ଲଜ୍ଜାଜନକ ଧାରା ଥିଲା । କ୍ୟାପଟେନ ବିରାଟ କୋହଲି ତାଙ୍କର ପ୍ରଥମ ସନ୍ତାନର ଜନ୍ମରେ ଯୋଗଦେବା ପାଇଁ ଭାରତ ଆସିଥିଲେ ଏବଂ ମ୍ୟାଚ ପରେ ସିନିୟର ମୋଷ୍ଟ ମହମ୍ମଦ ଶାମି ଆହତ ହୋଇ ସିରିଜରୁ ବାଦ ପଡିଥିଲା।

କିନ୍ତୁ ପରବର୍ତ୍ତୀ ସମୟରେ ଯାହା ଘଟିଲା ତାହା ଏକ କାହାଣୀଠୁ କମ ନୁହେଁ । ବକ୍ସିଂ ଡେ ଟେଷ୍ଟ ମ୍ୟାଚରେ ବିଜୟ, ତା'ପରେ ଏସସିଜିରେ ଏକ ଆଇକନ୍ ଡ୍ର ଏବଂ ସିରିଜର ଅନ୍ତିମ ପର୍ଯ୍ୟାୟରେ ଅଷ୍ଟ୍ରେଲିଆର ନିଜସ୍ୱ ଗବା ଦୁର୍ଗକୁ ଭାଙ୍ଗିବା । ଭାରତ ପ୍ରତ୍ୟେକ ମ୍ୟାଚ୍ ପରେ ପ୍ରମୁଖ ଖେଳାଳିଙ୍କୁ ହରାଇଲା । ୨ୟ ଟେଷ୍ଟ ପରେ ଉମେଶ ଯାଦବ ଆହତ ହୋଇଥିଲେ । ରବିନ୍ଦ୍ର ଜାଡେଜା, ହନୁମା ବିହାରୀ, ଋଷଭ ପନ୍ତ, ଜସପ୍ରୀତ ବୁମରା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଆହାତ ଭାରତକୁ ମହଙ୍ଗା ପଡିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+