ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ
ଆଇସିସି ଟି୨୦ ବିଶ୍ୱକପରେ ଇତିହାସ ରଚିଛି ଭାରତ । ତୃତୀୟ ଥର ପାଇଁ ଚାମ୍ପିଅନ୍ ହୋଇଛି ଟିମ୍ ଇଣ୍ଡିଆ । ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ଶୋଚନୀୟ ଭାବେ ମାତ୍ ଦେଇ ମେନ୍ ଇନ୍ ବ୍ଲୁ ଟ୍ରଫି ହାତେଇଛି । ତେବେ ଭାରତ ଜିତିବା ପରେ କିଛି ଏମିତି ଦେଖିବାକୁ ମିଳିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭାରତ ମ୍ୟାଚ୍ ଜିତିବାର କିଛି ମିନିଟ୍ ପରେ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ଅହମ୍ମଦାବାଦରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଧୋନୀ ଷ୍ଟାଡିୟମରେ ନଜର ଆସିଥିଲେ । ସେ ଭିଭିଆଇପି ବକ୍ସରେ ବସିଥିଲେ । ତାଙ୍କ ସହ ରୋହିତ ଶର୍ମା ଏବଂ ଜୟ ଶାହ ମଧ୍ୟ ଉପସ୍ଥିତ ଥିଲେ । ମ୍ୟାଚ୍ ଶେଷ ହେଲା ପରେ ଧୋନୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।
ଧୋନୀ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, କୋଚ୍ ସାହେବ । ଆପଣ ହସିଲେ ବହୁତ ଭଲ ଲାଗେ । ଏହାସହ ମାହି ଭାରତୀୟ ଦଳର ପ୍ରଦର୍ଶନ ଏବଂ ଗତ କିଛି ଦିନ ମଧ୍ୟରେ ହୋଇଥିବା ପରିବର୍ତ୍ତନକୁ ପ୍ରଶଂସା କରିଛନ୍ତି । ସେ ଆହୁରି ଲେଖିଛନ୍ତି ଯେ, ଅହମ୍ମଦାବାଦରେ ଇତିହାସ ଲେଖାଯାଇଛି । ଏହି ବିଜୟ ସାରା ଦେଶ ପାଇଁ ଗର୍ବର ସମୟ ବୋଲି ଧୋନୀ କହିଛନ୍ତି ।
କେବଳ ଏତିକି ନୁହେଁ, ମାହି ଆହୁରି ମଧ୍ୟ ଲେଖିଛନ୍ତି ଯେ, ସମସ୍ତ ସହଯୋଗୀ ଷ୍ଟାଫ୍ ଏବଂ ଭାରତୀୟ ଦଳର ସାରା ବିଶ୍ୱରେ ଥିବା ଫ୍ରଶଂସକଙ୍କୁ ଅନେକ ଅନେକ ଅଭିନନ୍ଦନ । ସମସ୍ତେ ଖେଳରେ ନିଜର ଯୋଗଦାନ ଦେଇଛନ୍ତି । ଯାହା ବହୁତ ଭଲ କଥା । ତେବେ ତାଙ୍କର କୋଚ୍ ସାହେବ ଶବ୍ଦ ସିଧାସଳଖ ଗମ୍ଭୀରଙ୍କୁ ସୂଚାଉଛି । କାରଣ ଗମ୍ଭୀର ସଦାବେଳେ ଗମ୍ଭୀର ରହିବା ସହ ଖୁବ୍ କମ୍ ହସିଥାନ୍ତି । ତେଣୁ ବିଜୟ ପରେ ତାଙ୍କ ଖୁସିକୁ ନେଇ ଧୋନୀ ଟିପ୍ପଣୀ ଦେଇଥିବା ପୋଷ୍ଟ୍ ଖୁବ୍ ଚର୍ଚ୍ଚାରେ ରହିଛି ।
-
ୱେଲ୍ ଡନ୍ ଟିମ୍ ଇଣ୍ଡିଆ କହି ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ ଜଣାଇଲେ ମୋଦୀ -
ଟି-୨୦ ୱାଲ୍ଡକପ୍ରେ ‘କ୍ଲୋଜିଂ ସେରେମନି’ରେ ଜମିବ ଗ୍ଲୋବାଲ ଷ୍ଟାରଙ୍କ ଜଲୱା -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଫାଇନାଲରେ ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା










Click it and Unblock the Notifications