ୱାର୍ଲ୍ଡ ଚାମ୍ପିୟନ୍ସ ଅଫ୍ ଲିଜେଣ୍ଡସ (WCL): ପାକିସ୍ତାନକୁ ୫ ଉଇକେଟରେ ହରାଇ ଭାରତ ଚମ୍ପିୟାନ
ୱାର୍ଲ୍ଡ ଚାମ୍ପିୟନ୍ସ ଅଫ୍ ଲିଜେଣ୍ଡସ (WCL) ୨୦୨୪ର ଚମ୍ପିୟାନ ହୋଇଛି ଭାରତ । ଫାଇନାଲରେ ୫ ୱିକେଟରେ ପରାସ୍ତ ହୋଇ ପାକିସ୍ତାନର ଟାଇଟଲ ଆଶା ଧୂଳିସାତ୍ ହୋଇଯାଇଛି । ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ଅଧିନାୟକତ୍ୱରେ ଭାରତ ଡବ୍ଲ୍ୟୁସିଏଲ ୨୦୨୪ ଟାଇଟଲ ଜିତିଛି ।
ପାକିସ୍ତାନକୁ ହରାଇ ଭାରତ ଲିଜେଣ୍ଡ ଚାମ୍ପିୟନସିପ ଟାଇଟଲ ଜିତିଛି । ପୂର୍ବତନ କ୍ରିକେଟ ଖେଳାଳିଙ୍କୁ ନେଇ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଥିଲା । ଫାଇନାଲରେ ଦୁଇ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ପାକିସ୍ତାନ କ୍ୟାପଟେନ୍ ୟୁନିସ୍ ଖାନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ ୧୫୬ ରନ୍ କରିଥିଲା । ଜବାବରେ ଭାରତ ୧୯ ଦଶମିକ ୧ ଓଭରରେ ୫ ୱିକେଟ ହରାଇ ମ୍ୟାଚ୍ ଜିତିନେଇଥିଲା । ବ୍ରିଟେନର ବର୍ମିଂହାମରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା ।
କିଛିଦିନର ବ୍ୟବଧାନ ପରେ ପୁଣି ଥରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ କ୍ରିକେଟ ମୈଦାନରେ ମୁହାଁମୁହିଁ ହୋଇଥିଲେ । ୱାର୍ଲ୍ଡ ଚାମ୍ପିୟନ୍ସ ଅଫ୍ ଲିଜେଣ୍ଡସ (ଡବ୍ଲ୍ୟୁସିଏଲ) ୨୦୨୪ ଫାଇନାଲରେ ଭାରତ ବିଜୟୀ ହୋଇ ଟାଇଟଲ ଜିତିଛି ।
ପାକିସ୍ତାନ ଅଧିନାୟକ ୟୁନିସ୍ ଖାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୬ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶୋଏବ ମଲ୍ଲିକ ସର୍ବାଧିକ ୪୧ ରନ୍ ସଂଗ୍ରହ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କୁ ସାମ୍ନା କରିପାରି ନଥିଲେ ।

ଦଳର ୱିକେଟ ନିୟମିତ ଭାବେ ପଡ଼ିବାରେ ଲାଗିଥିଲେ । ଭାରତ ପକ୍ଷରୁ ଅନୁରିତ ସିଂହ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ତେବେ ଏହାର ଜବାବରେ ଭାରତ ୧୯.୧ ଓଭରରେ ୫ ୱିକେଟ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା ।
ଦଳ ପକ୍ଷରୁ ଓପନର ଅମ୍ବାତି ରାୟଡ଼ୁ ୫୦ ରନ୍ ସଂଗ୍ରହ କରିଥିବା ବେଳେ ଗୁରକିରାତ ସିଂହ ମାନ୍ ୩୪ ଓ ୟୁସୁଫ ପଠାନ୍ ୩୦ ରନ୍ ସଂଗ୍ରହ କରିଥିଲେ । ଯୁବରାଜ ସିଂହ (୧୫) ଓ ଇର୍ଫାନ୍ ପଠାନ (୫) ରନ୍ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ପାକିସ୍ତାନ ପକ୍ଷରୁ ଅମର ୟାମିନ୍ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ ।












Click it and Unblock the Notifications