ବର୍ମିଂହାମ୍ରେ ଐତିହାସିକ ବିଜୟ: ୫୮ ବର୍ଷ ପରେ ବିଜୟ, ଆକାଶ ଦୀପଙ୍କୁ ୧୦ ୱିକେଟ୍, ଗିଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି
ବର୍ମିଂହାମ୍ ଟେଷ୍ଟରେ ଭାରତର ବଡ଼ ବିଜୟ । ଇଂଲଣ୍ଡକୁ ୩୩୬ ରନରେ ହରାଇଲା ଭାରତ। ୬୦୮ ରନ୍ ଜବାବରେ ୨୭୧ ରନରେ ଇଂଲଣ୍ଡ ଅଲଆଉଟ୍। ଗିଲ୍ଙ୍କ ଅଧିନାୟକତ୍ବରେ ପ୍ରଥମ ଟେଷ୍ଟ ବିଜୟ ।
ବୋଲିଂର କମାଲ୍ ଦେଖାଇଲେ ଆକାଶଦୀପ । ୬ ଓ୍ୱିକେଟ୍ ହାତେଇ ଆକାଶଦୀପଙ୍କ ରେକର୍ଡ । ସିରିଜ୍କୁ ୧-୧ ସମାନ ସ୍ତରକୁ ଆଣିଲା ଭାରତ । ଶୁବମନ ଗିଲ୍ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ।

ଯେଉଁ ମାଟିରେ ଦୀର୍ଘ ୫୮ ବର୍ଷ ଧରି କେବଳ ପରାଜୟ ମିଳୁଥିଲା, ସେଠାରେ ବିଜୟର ଖାତା ଖୋଲିଛି ଶୁବମନ ଗିଲ୍ଙ୍କ ଦଳ। ଏଜ୍ବାଷ୍ଟନ୍ରେ ପ୍ରାଧାନ୍ୟ ବିସ୍ତାର କରିଥିବା ଭାରତୀୟ ଦଳ ୩୩୬ ରନ୍ର ବଡ଼ ବିଜୟ ସହ ତେନ୍ଦୁଲକର ଆଣ୍ଡରସନ୍ ଟ୍ରଫି ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇ ଆସିଛି। ଶୁବମନ ଗିଲ୍ଙ୍କ ଉଭୟ ପାଳି ଶତକ (୨୬୯ ଓ ୧୬୧) ସହିତ ମହମ୍ମଦ ସିରାଜଙ୍କ ପ୍ରଥମ ପାଳି ୬ ୱିକେଟ୍ ଏବଂ ବୁମ୍ରାଙ୍କ ବଦଳରେ ଖେଳିଥିବା ଆକାଶ ଦୀପଙ୍କ ପ୍ରଥମ ୧୦ ୱିକେଟ୍ ସଫଳତା (୪/୮୮ ଓ ୬/୯୯) ଏହି ଐତିହାସିକ ବିଜୟରେ ବଡ଼ ଯୋଗଦାନ ରଖିଛି। ୨୦୨୧ ମସିହାରେ ଶୁବମନ ଗିଲ୍, ମହମ୍ମଦ ସିରାଜ, ଋଷଭ ପନ୍ତ ଗାବାରେ ଅଭେଦ୍ୟ ଦୁର୍ଗ ଭେଦ କରିବା ଭଳି ଏଠାରେ ଗିଲ୍, ସିରାଜ, ଆକାଶ ଦୀପ ସ୍ମରଣୀୟ ଛାପ ଛାଡ଼ିଛନ୍ତି। ନୂଆ ଫର୍ଦ ଯୋଡ଼ିଛି ଭାରତୀୟ କ୍ରିକେଟ୍। କାରଣ ବର୍ମିଂହାମ୍ରେ ଭାରତ ୧୯୬୭ ମସିହାଠାରୁ ଆରମ୍ଭ କରି ୮ ଟେଷ୍ଟ୍ ଖେଳିଥିବା ବେଳେ ୭ ପରାଜୟ ଓ ଗୋଟିଏ ଡ୍ର' ରଖିଥିଲା। ଏଥର ନବମ ପ୍ରୟାସରେ ପ୍ରଥମ ବିଜୟର ସ୍ପର୍ଶ ପାଇଛି। ଲିଡ୍ସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ର ଶେଷ ଦିନରେ ପ୍ରଭାବହୀନ ବୋଲିଂ ପାଇଁ ପରାଜିତ ଭାରତ କିନ୍ତୁ ଏଥର ୬୦୮ ରନ୍ର ବଡ଼ ଲକ୍ଷ୍ୟ ଦେଇ ଅସମ୍ଭବକୁ ସମ୍ଭବ କରିଛି।
ଇଂଲଣ୍ଡ ପାଳିକୁ ଭାରତୀୟ ବୋଲର ୨୭୧ ରନ୍ରେ ଶେଷ କରି ଦେଇଥିଲେ। ବୁମ୍ରାଙ୍କ ବିନା ଯେ ଭାରତୀୟ ବୋଲିଂ ସମସ୍ୟାରେ ନାହିଁ, ଏହାର ବଡ଼ ପ୍ରମାଣ ବି ପାଇଗଲା ଭାରତ। ବର୍ମିଂହାମରେ ବିଜୟ ପାଇବାରେ ଭାରତ ମଧ୍ୟ ପ୍ରଥମ ଏସୀୟ ଦଳ। ଗୋଟିଏ ମ୍ୟାଚ୍ରୁ ୪୩୦ ରନ୍ କରିବା ଏବଂ ପ୍ରଥମ ଥର ଭାରତକୁ ୧୦୦୦ରୁ ଊର୍ଧ୍ବ ରନ୍ (୧୦୧୪) ସ୍କୋର୍ ଦେଇଥିବା ଗିଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସିରାଜ ଓ ଆକାଶ ଦୀପ କ୍ରିକେଟ୍ପ୍ରେମୀଙ୍କ ହୃଦୟ ଜିତିଯାଇଛନ୍ତି। ଲର୍ଡସ୍ରେ ତୃତୀୟ ଟେଷ୍ଟ୍ ଜୁଲାଇ ୧୦ ତାରିଖରୁ ଆରମ୍ଭ ହେବ।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୫୮୭ (ଶୁବମନ ଗିଲ୍-୨୬୯, ରବୀନ୍ଦ୍ର ଜାଡ଼େଜା-୮୯, ଯଶସ୍ବୀ ଜୟସ୍ବାଲ-୮୭, ସୋଏବ୍ ବସିର୍-୩/୧୬୭, କ୍ରିସ୍ ୱକ୍ସ-୨/୮୧, ଜୋସ୍ ଟଙ୍ଗ୍-୨/୧୧୯)। ଇଂଲଣ୍ଡ ପ୍ରଥମ ପାଳି: ୪୦୭ (ଜାମି ସ୍ମିଥ୍-୧୮୪*, ହ୍ୟାରି ବ୍ରୁକ୍-୧୫୮, ମହମ୍ମଦ ସିରାଜ-୬/୭୦, ଆକାଶ ଦୀପ-୪/୮୮)। ଭାରତ ଦ୍ବିତୀୟ ପାଳି: ୮୩ ଓଭରରେ ୪୨୭/୬, ଘୋଷଣା (ଶୁବମନ ଗିଲ୍-୧୬୧, ରବୀନ୍ଦ୍ର ଜାଡ଼େଜା-୬୯*, ଋଷଭ ପନ୍ତ-୬୫, କେଏଲ୍ ରାହୁଲ୍-୫୫, ଯଶସ୍ବୀ ଜୟସ୍ବାଲ-୨୮, ଜୋସ୍ ଟଙ୍ଗ୍-୨/୯୩, ସୋଏବ୍ ବସିର୍-୨/୧୧୯, ବ୍ରାଏଡନ୍ କାର୍ସ-୧/୫୬, ଜୋ ରୁଟ୍-୧/୬୫)। ଇଂଲଣ୍ଡ ଦ୍ବିତୀୟ ପାଳି : ୬୮.୧ ଓଭରରେ ୨୭୧/୧୦ (ଜାମି ସ୍ମିଥ୍-୮୮, ବ୍ରାଡନ୍ କାର୍ସ-୩୮, ବେନ୍ ଷ୍ଟୋକ୍ସ-୩୩, ହାରି ବ୍ରୁକ୍-୨୩, ବେନ୍ ଡକେଟ୍-୨୫, ଓଲି ପୋପ୍-୨୪, ଆକାଶ ଦୀପ-୬/୯୯, ୱାସିଂଟନ୍ ସୁନ୍ଦର-୧/୨୮, ପ୍ରସିଦ୍ଧ କୃଷ୍ଣ-୧/୩୯, ରବୀନ୍ଦ୍ର ଜାଡ଼େଜା-୧/୪୦, ମହମ୍ମଦ ସିରାଜ-୧/୫୭)।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications