ବିରାଟଙ୍କ ଦମଦାର ଶତକ; ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ପାକିସ୍ତାନକୁ ହରାଇଲା ଭାରତ । ଟିମ୍‌ ଇଣ୍ଡିଆର ବିଜୟ ପରେ ସବୁଠି ଉତ୍ସବର ମାହୋଲ । ଚାମ୍ପିଅନ୍ସ ଟ୍ରଫିରେ କୋହଲିଙ୍କ ବିରାଟ ଇନିଂସ । ଚୌକା ମାରି ଶତକ ହାସଲ କଲେ କୋହଲି । ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ।

ଭାରତୀୟ ବୋଲରଙ୍କୁ ମୁକାବିଲା କରି ନ ପାରି ପାକିସ୍ତାନ ୪୯.୪ ଓଭରରେ ୨୪୧ ରନ କରି ଅଲ୍‌ଆଉଟ ହୋଇଯାଇଥିଲା। ଜବାବରେ ବିରାଟ କୋହଲିଙ୍କ କିର୍ତ୍ତୀମାନ ଶତକ ଏବଂ ଶ୍ରେୟସ ଆୟରଙ୍କ ସହ ଶତକୀୟ ଭାଗୀଦାରି ବଳରେ ଭାରତ ୪୨.୩ ଓଭରରେ ୪ ଉଇକେଟ ହରାଇ ୨୪୪ ରନ ସଂଗ୍ରହ କରି ନେଇଥିଲା। ଏଥିସହ ପୂର୍ବ ସଂସ୍କରଣ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛି ଟିମ୍‌ ଇଣ୍ଡିଆ।

India beats Pakistan

ଟାର୍ଗେଟ ବଡ଼ ନ ଥିବାରୁ ଭାରତ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମା ୨୦ ରନକରି ଆଉଟ ହୋଇ ଯାଇଥିଲେ ହେଁ ଶୁବମନ ଗିଲ୍‌ ଓ ବିରାଟ କୋହଲି ଦ୍ୱିତୀୟ ଉଇକେଟରେ ୬୯ ରନ ଯୋଡ଼ି ଇନିଂସ ସମ୍ଭାଳି ଥିଲେ। ଗିଲ୍‌ ୪୬ ରନ୍‌ କରି ଆଉଟ ହୋଇ ଯାଇଥିଲେ। ତେବେ ଚମତ୍କାର ବ୍ୟାଟିଂ କରିଥିଲେ କିଙ୍ଗ୍‌ କୋହଲି। ସେ ଦ୍ୱିତୀୟ ଭାରତୀୟ ଭାବେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ୧୪,୦୦୦ ରନ୍‌ ପୂରଣ କରିଥିବା ବେଳେ କ୍ୟାଚ ନେବାରେ ମଧ୍ୟ ମହମ୍ମଦ ଆଝାରୁଦ୍ଦିନଙ୍କୁ ପଛରେ ପକାଇ ଦେଇଥିଲେ।

ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ଟିମ୍‌ ଇଣ୍ଡିଆର ବୋଲିଂ ଆଟାକ୍‌ ଆଗରେ ୨୪୧ ରନ୍ ହିଁ କରି ପାରିଥିଲା । ସାଦ୍‌ ଶକିଲଙ୍କ ଅର୍ଦ୍ଧ ଶତକୀୟ ପାଳି ସତ୍ତ୍ୱେ ପାକିସ୍ତାନ ୨୫୦ ରନ ସ୍କୋର ମଧ୍ୟ କରି ପାରିନଥିଲା । ପାକିସ୍ତାନ ଦଳ ପୁଣି ଥରେ ଧିମା ବ୍ୟାଟିଂ କରି ଅଧିକ ସ୍କୋର୍‌ କରିବାରେ ବିଫଳ ହୋଇଥିଲା । ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ଦଳ ନ୍ୟୁଜିଲ୍ୟାଣ୍ଡଠାରୁ ମ୍ୟାଚ୍ ହାରି ସାରିଛି ।

ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ କୂଳଦୀପ ଯାଦବ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ୱିକେଟ୍‌ ନେଇଥିଲେ । ହର୍ଷିତ ରାଣା ଅକ୍ଷର ପଟେଲ ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍‌ ନେଇ ପାକିସ୍ତାନ୍‌କୁ ବଡ଼ ସ୍କୋର୍‌ କରିବାରୁ ରୋକିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+