ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୫ ୱିକେଟ୍ରେ ହରାଇଲା ଭାରତ
WI vs IND : ୫ ୱିକେଟରେ ଜିତିଲା ଭାରତ। ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ୫ ୱିକେଟରେ ବିଜୟ ଲାଭ କଲା ଟିମ୍ ଇଣ୍ଡିଆ। ହେଲେ ମାତ୍ର ୧୧୪ ରନର ଟାର୍ଗେଟ ପାଇଁ ଦଳ ୫ ୱିକେଟ ହରାଇଥିଲା। ଆଗକୁ ବିଶ୍ବକପ୍ ଥିବା ବେଳ ଏହି ପ୍ରଦର୍ଶନ କେତେ ଗ୍ରହଣୀୟ ତାହା ଆଗକୁ ଜଣା ପଡ଼ିବ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ମାତ୍ର ୨୦ ଓଭରରେ ୧୧୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ୱେଷ୍ଟଇଣ୍ଡିଜ । ଜବାବରେ ଭାରତୀୟ ଟିମ୍ ୨୨.୫ ଓଭରରେ ୫ ୱିକେଟ୍ ହରାଇ ୧୧୮ ରନ୍ କରି ନେଇଛି।

ଭାରତ ପକ୍ଷରୁ ଇଶାନ କିଶନ ସର୍ବାଧିକ ୫୨ ରନ୍ କରିଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ୧୯ ଓ ରବିନ୍ଦ୍ର ଜାଡ଼େଜା ୧୬ ରନ କରିଥିଲେ। ସେହିପରି ଅଧିନାୟକ ରୋହିତ ଶର୍ମା ୧୨ ରନ କରିଥିଲେ।
୩.୬ ଓଭରରେ ପ୍ରଥମେ ଶୁଭମନ ଗିଲ୍(୧୬ ବଲ ୭ ରନ୍)ଙ୍କ ୱିକେଟ୍ ଯାଇଥିଲା। ଏହାପରେ ୧୦.୫ ଓଭରେରେ ସୂର୍ଯ୍ୟ କୁମାର ଯାଦବ(୨୫ ବଲ୍ରେ ୧୯), ୧୩.୧ ହାର୍ଦ୍ଦିକ ପାଣ୍ଡ୍ୟ(୫), ୧୬.୨ ଓଭରରେ ଇଶାନ କିଶାନ(୪୬ ବଲରେ ୫୨), ୧୭.୨ ଓଭରରେ ଶାର୍ଦୁଲ ଠାକୁର ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। ଶେଷ ବେଳକୁ ରବିନ୍ଦ୍ର ଜାଡ଼େଜା ଓ ରୋହିତ ଶର୍ମା ମ୍ୟାଚ୍ ଜିତାଇଥିଲେ।
ମାତ୍ର ୧୧୪ ରନ୍ର ଟାର୍ଗେଟ୍ ପୂରା କରିବାକୁ ଟିମ୍ ଇଣ୍ଡିଆକୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥିଲା। ବ୍ୟାଟରମାନେ ଏତେଟା ଭଲ ପ୍ରଦର୍ଶନ କରିପାରି ନଥିଲେ। କୁଳଦୀପ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।
କୁଳଦୀପ ୪ଟି ୱିକେଟ ନେଇଥିବା ବେଳେ ଜାଡେଜା ୩ଟି ସଫଳତା ନେଇଥିଲେ । ସେହିପରି ଶାର୍ଦ୍ଦୁଲ ଠାକୁର, ମୁକେଶ କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ବୋଲର ମୁକେଶ କୁମାରଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଥିବା ବେଳେ ଇଶାନ କିଶନ ୱିକେଟକିପର ଭାବେ ଖେଳିଥିଲେ ।












Click it and Unblock the Notifications