ୱେଷ୍ଟଇଣ୍ଡିଜକୁ ଇନିଂସ ଏବଂ ୧୪୦ ରନରେ ହରାଇଲା ଭାରତ; ରବିନ୍ଦ୍ର ଜାଡେଜା ପ୍ଲେୟାର ଅଫ ଦି ମ୍ୟାଚ
ଅହମ୍ମଦାବାଦରେ ଚାଲିଥିବା ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତକୁ ବଡ଼ ବିଜୟ । ୩ ଦିନରେ ପ୍ରଥମ ଟେଷ୍ଟକୁ ବାଜିମାରିନେଇଛି ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜକୁ ଇନିଂସ ଏବଂ ୧୪୦ ରନରେ ହରାଇଛି ଭାରତ । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଜାଡେଜା ଅଲରାଉଣ୍ଡର ପ୍ରଦର୍ଶନ କରିଛନ୍ତି । ଶତକ ମାରିବା ସହିତ ୪ ଓ୍ବିକେଟ ନେଇଛନ୍ତି ।
ଅହମ୍ମଦାବାଦରେ ଚାଲିଥିବା ଟେଷ୍ଟରେ ପ୍ରଥମ ଟସ୍ ଜିତି ବ୍ୟାଟିଂ କରିଥିଲା ୱେଷ୍ଟଇଣ୍ଡିଜ । ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୧୬୨ ରନରେ ଅଲଆଉଟ୍ ହୋଇଥିଲା । ଏହାପରେ ଭାରତ ବ୍ୟାଟିଂ କରି କେଏଲ ରାହୁଲ, ରବିନ୍ଦ୍ର ଜାଡେଜା ଏବଂ ଧ୍ରୁବ ଜୁରେଲଙ୍କ ଶତକରେ ୫ ୱିକେଟ ହରାଇ ୪୪୮ ରନ କରି ପାଳି ଘୋଷଣା କରିଥିଲା । ଏହାପରେ ଦ୍ବିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ୧୪୬ ରନ କରି ଅଲଆଉଟ ହୋଇଥିଲା । ଫଳରେ ଭାରତ ୱେଷ୍ଟଇଣ୍ଡିଜକୁ ଇନିଂସ ଏବଂ ୧୪୦ ରନରେ ହରାଇଛି ।
ତୃତୀୟ ଦିନ ଲଞ୍ଚ ବ୍ରେକ୍ ପରେ ୱେଷ୍ଟଇଣ୍ଡିଜର ଦ୍ୱିତୀୟ ଇନିଂସ ୧୪୬ ରନରେ ପରାସ୍ତ ହୋଇଥିଲା । ଏହି ମ୍ୟାଚରେ ଭାରତ ପାଇଁ ରବିନ୍ଦ୍ର ଜାଡେଜା ଅଲରାଉଣ୍ଡ ପ୍ରଦର୍ଶନ କରିଥିଲେ । ଶତକ ହାସଲ କରିବା ସହିତ, ସେ ଦ୍ୱିତୀୟ ଇନିଂସରେ ଚାରୋଟି ୱିକେଟ ନେଇଥିଲେ । ସେ ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି ।

ଏହି ମ୍ୟାଚ୍ରେ ଭାରତୀୟ ଦଳ ୫ ୱିକେଟ୍ରେ ୪୪୮ ରନ୍ରେ ପ୍ରଥମ ଇନିଂସ୍ ଘୋଷଣା କରିଥିଲା । ଭାରତ ପ୍ରଥମ ଇନିଂସ୍ ଆଧାରରେ ୨୮୬ ରନ୍ର ଅଗ୍ରଣୀ ପାଇଥିଲା, ଯେତେବେଳେ ୱେଷ୍ଟଇଣ୍ଡିଜ୍ ୧୬୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ଏବଂ ଅନ୍ତିମ ଟେଷ୍ଟ୍ ମ୍ୟାଚ୍ ଅକ୍ଟୋବର ୧୦ ତାରିଖରୁ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍ରେ ଖେଳାଯିବ ।
ଦ୍ଵିତୀୟ ଇନିଂସରେ ମଧ୍ୟ ୱେଷ୍ଟଇଣ୍ଡିଜ୍ ବ୍ୟାଟସମ୍ୟାନମାନେ ଖରାପ ପ୍ରଦର୍ଶନ କରିଥିଲେ । ଓ୍ୱେଷ୍ଟଇଣ୍ଡିଜ ଦଳ ୫୦ ରନ ମଧ୍ୟରେ ପାଞ୍ଚଟି ୱିକେଟ ହରାଇଥିଲେ । ରବିନ୍ଦ୍ର ଜାଡେଜା ଜନ୍ କ୍ୟାମ୍ପବେଲ୍, ବ୍ରାଣ୍ଡନ୍ କିଙ୍ଗ ଏବଂ ଶାଇ ହୋପଙ୍କୁ ଆଉଟ୍ କରିଥିଲେ । ମହମ୍ମଦ ସିରାଜ ତେଜନାରାୟଣ ଚନ୍ଦ୍ରପଲଙ୍କୁ ଆଉଟ୍ କରିଥିଲେ । ଚାଇନାମ୍ୟାନ୍ କୁଲଦୀପ ଯାଦବ ଅଧିନାୟକ ରୋଷ୍ଟନ୍ ଚେଜଙ୍କୁ ଆଉଟ୍ କରିଥିଲେ । ପାଞ୍ଚ ୱିକେଟ୍ ପରାଜୟ ପରେ ଆଲିକ୍ ଆଥାନାସେ ଏବଂ ଜଷ୍ଟିନ୍ ଗ୍ରୀଭ୍ସ ୪୬ ରନର ଭାଗୀଦାରି କରିଥିଲେ । ଏହି ଭାଗୀଦାରି ଭାଙ୍ଗିବା ପରେ, ଭାରତର ବିଜୟ କେବଳ ଔପଚାରିକତା ଥିଲା । ରବିନ୍ଦ୍ର ଜାଡେଜା ଦ୍ୱିତୀୟ ଇନିଂସରେ ଚାରିଟି ୱିକେଟ୍ ନେଇଥିଲେ, ମହମ୍ମଦ ସିରାଜ ତିନୋଟି ୱିକେଟ୍ ନେଇଥିଲେ । କୁଲଦୀପ ଯାଦବ ଦୁଇଟି ୱିକେଟ୍ ନେଇଥିଲେ, ଏବଂ ୱାଶିଂଟନ୍ ସୁନ୍ଦର ଗୋଟିଏ ୱିକେଟ୍ ନେଇଥିଲେ।












Click it and Unblock the Notifications