Get Updates
Get notified of breaking news, exclusive insights, and must-see stories!

Women World Cup 2025: ଭାରତ ମହିଳା ବିଶ୍ୱକପ୍ ଚମ୍ପିୟାନ

ଭାରତୀୟ ମହିଳା ଦଳ ଇତିହାସ ରଚିଛି। ମହିଳା ଏକଦିବସୀୟ ବିଶ୍ୱକପ୍ 2025 ର ଫାଇନାଲରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ 52 ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 50 ଓଭରରେ 7 ୱିକେଟ ହରାଇ 298 ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା 246 ରନରେ ଅଲଆଉଟ୍ ହୋଇଥିଲା।

ଦୀପ୍ତି ଶର୍ମା ଚାରିଟି ୱିକେଟ ନେଇ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ଦକ୍ଷିଣ ଆଫ୍ରିକାର ଅଧିନାୟିକା ଏଲ୍ ୱୋଲଭାର୍ଡଙ୍କ 101 ରନର ଇନିଂସ ବ୍ୟର୍ଥ ଗଲା। ମହିଳା ଏକଦିବସୀୟ ବିଶ୍ୱକପ୍ ର 52 ବର୍ଷର ଇତିହାସରେ ଏହା ଭାରତର ପ୍ରଥମ ଏକଦିବସୀୟ ବିଶ୍ୱକପ୍ ଟାଇଟଲ୍। ପ୍ରଥମ ମହିଳା ଏକଦିବସୀୟ ବିଶ୍ୱକପ୍ 1973 ରେ ଖେଳାଯାଇଥିଲା।

India beat South Africa by 52 runs lift maiden ICC Women s ODI World Cup title

ନଭି ମୁମ୍ବାଇର ଡ. ଡିଓ୍ବାଇ ପାଟିଲ ଷ୍ଟାଡିୟମଠାରେ ରବିବାର ଖେଳାଯାଉଥିବା ମହିଳା ଦିନିକିଆ ବିଶ୍ବକପ(ICC Womens World Cup )ର ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ଚାମ୍ପିୟନ ହୋଇଛି । ଭାରତ ପକ୍ଷରୁ ରଖାଯାଇଥିବା ୨୯୯ ରନ ଲକ୍ଷ୍ୟର ଜବାବରେ ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୨୪୬ ରନ କରି ଅଲଆଉଟ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୌରା ଓଲଭାର୍ଟ ୧୦୧ ରନ କରିଥିବାବେଳେ ଆନରି ଡର୍କସେନ ୩୫ ରନ କରିଥିଲେ । ଭାରତ ପକ୍ଷରୁ ଦିପ୍ତି ଶର୍ମା ୫ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଦୁଇ ଓପନର ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା ପ୍ରଥମ ଓ୍ବିକେଟରେ ୧୦୪ ରନ କରି ଏକ ଭଲ ମୂଳଦୁଆ ସ୍ଥାପନ କରିଥିଲେ । ସ୍ମୃତି ୪୫ ରନ କରିଥିବାବେଳେ ଶେଫାଳି ୮୭ ରନ କରିଥିଲେ । ତେବେ ସେମିଫାଇନାଲରେ ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ଜେମିମା ଆଜି ମାତ୍ର ୨୪ ରନ କରି ପାଭିଲିୟନ ଫେରିଥିଲେ । ତେବେ ମଧ୍ୟକ୍ରମରେ ଦିପ୍ତି ଶର୍ମା ୫୮ ରନର ଏକ ଭଲ ଇନିଂସ ଖେଳିଥିଲେ । ଅଧିନାୟିକା ହରମନପ୍ରିତ କୌର ୨୦ ରନ ଓ ରିଚା ଘୋଷ ୩୪ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୯୮ ରନ କରିଥିଲା । ବର୍ଷା ଯୋଗୁଁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲେ ବି ଓଭର କଟାଯାଇନଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଆୟୋବୋଙ୍ଗା ଖାକା ୩ଟି ଓ୍ବିକେଟ ନେଇଥିଲେ । ସେହିପରି ନନ୍କୁଲୁଲେକୋ ମ୍ଲାବା, ନାଡାଇନ ଡିକ୍ଲର୍କ, ଛ୍ଲୋଏ ଟ୍ରାୟନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଅନ୍ତିମ ମୁହୂର୍ତ୍ତରେ ଡିପ୍ଟି ଶର୍ମାଙ୍କ ଯର୍କର ବଲ୍‌ରେ ଡି କ୍ଲର୍କଙ୍କ ଉଇକେଟ ନେଇ ଅଧିନାୟିକା ହରମନପ୍ରୀତ କୌର କ୍ୟାଚ୍ ଧରିଥିଲେ। ଏହାପରେ ଖେଳାଳିମାନେ ଆନନ୍ଦରେ ଅଧିନାୟିକାଙ୍କ ନିକଟରେ ଧାଇଁଆସିଥିଲେ। ଷ୍ଟାଣ୍ଡରେ ରୋହିତ ଶର୍ମା ମଧ୍ୟ ଆବେଗପ୍ରବଣ ହୋଇଥିବା ଦେଖାଯାଇଥିଲା। ଦର୍ଶକମାନେ ଏକଜୁଟ୍ ହୋଇ 'ବନ୍ଦେ ମାତରମ୍‌' ଧ୍ୱନିରେ ଷ୍ଟାଡିୟମ୍‌କୁ ଗଞ୍ଜାଇ ତୋଳିଥିଲେ। ବର୍ଷ ବର୍ଷର କଠିନ ପରିଶ୍ରମ ଓ ବିଶ୍ୱାସର ଫଳ ଏହି ବିଜୟ ବୋଲି ଖେଳାଳିମାନେ ପ୍ରକାଶ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+