ପାକିସ୍ତାନକୁ ୬ ଓ୍ବିକେଟରେ ହରାଇଲା ଭାରତ

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଟିମ୍ ଟି-୨୦ ବିଶ୍ବ କପ୍ ୨୦୨୪ ପାଇଁ ନିଜ ଦ୍ବିତୀୟ ମୁକାବିଲାରେ ପାକିସ୍ତାନକୁ ୬ ଓ୍ବିକେଟରେ ହରାଇଛି । ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ପାକିସ୍ତାନର ଅଧିନାୟକ ଫାତିମା ସନା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

କିନ୍ତୁ ଆରମ୍ଭରୁ ହିଁ ଭାରତୀୟ ବୋଲରମାନେ ପାକିସ୍ତାନର ବ୍ଯାଟରମାନଙ୍କୁ ଚାପରେ ରଖିଥିଲେ । ପାକିସ୍ତାନ ମାତ୍ର ୧ ରନରେ ନିଜର ପ୍ରଥମ ଓ୍ବିକେଟ ହରାଇଥିଲା । ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । କେବଳ ନିଦା ଦର୍ ସର୍ବାଧିକ ୨୮ ରନ ଓ ମୁନିବା ଅଲ୍ଲି ୧୭ ରନ ଓ ସଇଦା ଆୟୁବ ୧୪ ରନ କରିଥିଲେ । ସେହିପରି ଫାତିମା ସାନା ୧୩ ରନ କରିଥିଲେ ।

India Beat Pakistan By 6 Wickets In Women s T20 World Cup

ଭାରତ ପକ୍ଷରୁ ଅରୁନ୍ଧତି ରେଡ୍ଡୀ ୩ଟି ଓ୍ବିକେଟ ନେଇଥିବାବେଳେ ଶ୍ରେୟଙ୍କା ପାଟିଲ୍ ୨ଟି ଓ୍ବିକେଟ ନେଇଥିଲେ । ଆଶା ଶୋଭନା, ରେଣୁକା ସିଂ ଓ ଦିପ୍ତି ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ୧୦୬ ରନ୍‌ ଲକ୍ଷ୍ୟ ନେଇ ଆରମ୍ଭ କରିଥିବା ଭାରତ ଆକ୍ରମଣାତ୍ମକ ଖେଳିବା ଆଶା କରାଯାଉଥିଲା। ତେବେ ଦୁଇ ଓପନର ସ୍ମୃତି ମାନ୍ଧନା(୭) ଓ ଶେଫାଳି ବର୍ମା(୩୨) ଧିମା ବ୍ୟାଟିଂ କରି ପ୍ରଥମ ଉଇକେଟରେ ୧୮ ରନ୍‌ ଯୋଡିଥିଲେ। ପରେ ଜେମିମା ରୋଡ୍ରିଗୁଏଜ(୨୩) ଓ ଶେଫାଳି ବର୍ମା ତୃତୀୟ ଉଇକେଟରେ ୪୩ ରନ୍‌ ଯୋଡିଥିଲେ। ଜେମିମା ଖାତା ଖୋଲିବା ଆଗରୁ ଲଗାତର ବଲରେ ଆଉଟ ହୋଇଥିଲେ। ଅଧିନାୟିକା ହରମନ୍‌ପ୍ରୀତ୍‌ କୌର ୨୪ ବଳ୍‌ରୁ ୨୯ ରନ୍‌ କରିଥିବା ବେଳେ ରିଟାୟର୍ଡ ହର୍ଟ ହୋଇଥିଲେ।

ବିଜୟ ପାଇଁ ୪ ରନ ଆବଶ୍ୟକ ଥିବା ହରମନଙ୍କ ଗୋଡ ଖସିବା କାରଣରୁ ବେକରେ ଆଘାତ ଲାଗିଥିଲା। ସଜୀବନ୍‌ ସଜନା ପ୍ରଥମ ବଲରେ ଚୌକା ମାରି ମ୍ୟାଚକୁ ଷ୍ଟାଇଲରେ ଶେଷ କରିଥିଲେ। ପାକିସ୍ତାନ ପକ୍ଷରୁ ଫାତିମା ସାନା ୨, ଓମାଇମା ସୋହେଲ ଓ ସାଦିଆ ଇକବାଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+