Get Updates
Get notified of breaking news, exclusive insights, and must-see stories!

ଅନ୍ତିମ ଟି ଟ୍ବେଣ୍ଟିରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ୍ ଜିତିଲା ଭାରତ

ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ କରି ଭାରତ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪୬ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୪-୧ରେ ଜିତିନେଇଛି।

India

ଭାରତ ଦ୍ୱାରା ଧାର୍ଯ୍ୟ ୨୭୨ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭ୍ରମଣକାରୀ ଦଳ ୧୯.୪ ଓଭରରେ ସମସ୍ତ ଉଇକେଟ ହରାଇ ୨୨୫ ରନ କରିଥିଲା। ଦଳର ଟପ୍‌ ସ୍କୋରର ଫିନ୍‌ ଆଲେନ ୮୦ରନ କରିଥିବା ବେଳେ ଇସ୍‌ ସୋଧି ୩୩, ରାଚିନ ରବୀନ୍ଦ୍ର ୩୦ ଓ ଡେରିଲ ମିଚେଲ ୨୬ ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍ପର୍ଶ କରିପାରି ନ ଥିଲେ।

ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଦ୍ରୁତତମ ବ୍ୟାଟର ଭାବେ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ୩ ହଜାର ରନ ପୂରଣ କରିଛନ୍ତି। ବିଶ୍ୱକପ୍‌ ପୂର୍ବରୁ ଏହା ଅନ୍ତିମ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍‌ ହୋଇଥିବାରୁ ଅଧିନାୟକ ସୂର୍ଯ୍ୟକୁମାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଖରାପ ଫର୍ମ କାରଣରୁ ସଭିଙ୍କ ନଜରରେ ରହିଥିବା ସଞ୍ଜୁ ସାମସନ ନିଜ ଲୋକାଲ ଗ୍ରାଉଣ୍ଡରେ ମଧ୍ୟ ବିଫଳ ହୋଇଥିଲେ। ସେ ୬ ବଲରେ ୬ ରନ କରି ଆଉଟ୍‌ ହୋଇଥିଲେ।

ଅଭିଷେକ ଶର୍ମା ୧୬ ବଲରେ ୪ ଚୌକା ଓ ୨ ଛକା ସହିତ ୩୦ ରନ କରି ଆଉଟ୍‌ ହୋଇଥିଲେ। ଏହାପରେ ଇଶାନ ଓ ଅଧିନାୟକ ସୂର୍ଯ୍ୟ ତୃତୀୟ ଉଇକେଟରେ ମାତ୍ର ୫୭ ବଲରେ ଦ୍ରୁତ ୧୩୭ ରନ ଯୋଡ଼ିଥିଲେ। ଏହା ଭାରତ ଲାଗି ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଯେକୌଣସି ଉଇକେଟ ପାଇଁ ଦ୍ୱିତୀୟ ସର୍ବାଧିକ ଭାଗୀଦାରି। ଏଥିମଧ୍ୟରେ ଇଶ ସୋଧିଙ୍କ ଏକ ଓଭରରେ ଇଶାନ ୪ ଚୌକା ଓ ୨ ଛକା ସହ ୨୮ ରନ ସ୍କୋର କରିଥିଲେ। ଅଧିନାୟକ ସୂର୍ଯ୍ୟ ୧୫ତମ ଓଭରରେ ସାଣ୍ଟନରଙ୍କ ଏକ ବଲକୁ ଷ୍ଟେପ ଆଉଟ୍‌ କରିବାକୁ ଯାଇ ଷ୍ଟମ୍ପିଂ ହୋଇଥିଲେ। ସେ ଆଉଟ୍‌ ହେବା ପୂର୍ବରୁ ୩୦ ବଲରେ ୪ ଚୌକା ଓ ୬ ଛକା ସହିତ ୬୩ ରନ କରିଥିଲେ।

ଅନ୍ୟପକ୍ଷରେ ଇଶାନ ୧୭ତମ ଓଭରରେ ଲଗାତର ଦୁଇ ଛକା ମାରି ଶତକ ପୂରଣ କରିଥିଲେ। ସେ ୪୩ ବଲରେ ୧୦୩ ରନ କରି ଆଉଟ୍‌ ହୋଇଥିଲେ। ତାଙ୍କର ଏହି ଇନିଂସରେ ୬ ଚୌକା ଓ ୧୦ ଛକା ସାମିଲ ଥିଲା। ଶେଷ ଆଡ଼କୁ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରେ ଦ୍ରୁତ ୪୨ (୧ ଚୌକା ଓ ୪ ଛକା) ରନ କରିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୭୧ ରନ୍‌ କରିଥିଲା। ଏହା ଭାରତୀୟ ଦଳ ପାଇଁ ଅନ୍ତର୍ଜାତୀୟ ଟି୨୦ରେ ତୃତୀୟ ସର୍ବାଧିକ ସ୍କୋର। ନ୍ୟୁଜିଲାଣ୍ଡ ପକ୍ଷରୁ ଲୋକି ଫର୍ଗୁସନ ୨ ଉଇକେଟ ନେଇଥିବା ବେଳେ ଜେକବ ଡଫି ଓ ଅଧିନାୟକ ମିଚେଲ ସାଣ୍ଟନର ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+