FIH ପୁରୁଷ ହକି ପ୍ରୋ ଲିଗ୍: ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଭାରତ, ମ୍ୟାଚ ଦେଖିଲେ ମୁଖ୍ୟମନ୍ତ୍ରୀ
ନ୍ୟୁଜିଲାଣ୍ଡକୁ ୪-୩ ଗୋଲରେ ହରାଇଛି ଭାରତ। ୩ୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୨ ଗୋଲରେ ପଛୁଆ ଥିବା ଭାରତ ଶେଷ କ୍ୱାର୍ଟର ୨ଟି ଗୋଲ କରି ମ୍ୟାଚକୁ ନିଜ ସପକ୍ଷରେ ନେଇଥିଲା।
ଭୁବନେଶ୍ବର: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି FIH ପୁରୁଷ ହକି ପ୍ରୋ ଲିଗ୍ । ସନ୍ଧ୍ୟା ୭ଟାରେ ଭାରତ-ନ୍ୟୁଜିଲାଣ୍ଡ ଉଦଘାଟନୀ ମ୍ୟାଚ ଖେଳାଯାଇଛି । ଉଦଘାଟନୀ ମ୍ୟାଚରେ ଭାରତ ଦମଦାର ବିଜୟ ବିଜୟ ହାସଲ କରିଛି ।

ନ୍ୟୁଜିଲାଣ୍ଡକୁ ୪-୩ ଗୋଲରେ ହରାଇଛି ଭାରତ। ୩ୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୨ ଗୋଲରେ ପଛୁଆ ଥିବା ଭାରତ ଶେଷ କ୍ୱାର୍ଟର ୨ଟି ଗୋଲ କରି ମ୍ୟାଚକୁ ନିଜ ସପକ୍ଷରେ ନେଇଥିଲା। ତେବେ ଆଜିର ମ୍ୟାଚକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଏଥିସହିତ ଷ୍ଟାଣ୍ଡରେ ବସି ସମ୍ପର୍ଣ୍ଣ ମ୍ୟାଚ ଦେଖିଥିଲେ । ଭାରତର ଏହି ବିଜୟ ମୁଖ୍ୟମନ୍ତ୍ରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।
ଆସନ୍ତା କାଲି ସ୍ପେନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ନଭେମ୍ବର ୬ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଦଳ ପରସ୍ପର ସହ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ । ଆସନ୍ତାବର୍ଷ ଜାନୁଆରୀରେ ଖେଳାଯିବାକୁ ଥିବା ବିଶ୍ୱକପ ହକି ପୂର୍ବରୁ ପ୍ରୋ ହକି ଲିଗ୍ ତିନି ଦଳ ପାଇଁ ଭଲ ଅଭ୍ୟାସ ସାବ୍ୟସ୍ତ ହୋଇପାରିବ । ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ କେବେ ବି ପ୍ରଥମ ସ୍ଥାନ ହାସଲ କରିପାରି ନାହିଁ । ଦୁଇଥର ଦଳ ତୃତୀୟ ସ୍ଥାନରେ ହିଁ ସନ୍ତୁଷ୍ଟ ହୋଇଛି ।












Click it and Unblock the Notifications