ସିରିଜ୍ ଜିତିଲା ଭାରତ: ଚତୁର୍ଥ ଟି-୨୦ରେ ୧୫ ରନରେ ଇଂଲଣ୍ଡକୁ ପରାସ୍ତ କଲା ଟିମ ଇଣ୍ଡିଆ
IND vs ENG 4th T20: ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଚତୁର୍ଥ ମ୍ୟାଚରେ ୧୫ ରନରେ ଇଂଲଣ୍ଡକୁ ହରାଇଲା ଭାରତୀୟ ଟିମ୍ । ଭାରତ ବର୍ତ୍ତମାନ ଏହି ସିରିଜରେ 2-1ରେ ଆଗୁଆ ଅଛି ।ପୁଣେରେ ଖେଳାଯାଇଥିବା ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ୧୫ ରନ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ ବହୁତ ରୋମାଞ୍ଚକର ଥିଲା ଏବଂ ଶେଷ ଓଭର ପର୍ଯ୍ୟନ୍ତ ସସପେନ୍ସ ଲାଗି ରହିଥିଲା ।

ପ୍ରଥମେ ବ୍ୟାଟିଂ କରି ଭାରତ ୧୮୨ ରନର ଟାର୍ଗେଟ ଦେଇଥିଲା। ଜବାବରେ ଇଂଲଣ୍ଡ ମାତ୍ର ୧୬୬ ରନ କରିବା ପାରିଥିଲା । ତେବେ ଆଜି ଭାରତ ବୋଲରଙ୍କ ବଳରେ ଏହି ମ୍ୟାଚ୍ ଜିତିଛି । ପୁଣେରେ ବିଜୟ ସହିତ, ଟିମ୍ ଇଣ୍ଡିଆ ସିରିଜରେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଅଗ୍ରଣୀ ହାସଲ କରିଛି।
𝗪𝗛𝗔𝗧. 𝗔. 𝗪𝗜𝗡! 👏 👏#TeamIndia held their composure & sealed a 1⃣5⃣-run victory in the 4th T20I to bag the series, with a game to spare! 🙌 🙌
Scorecard ▶️ https://t.co/pUkyQwxOA3 #INDvENG | @IDFCFIRSTBank pic.twitter.com/Jjz5Cem2US
— BCCI (@BCCI) January 31, 2025
ପୁନେରେ ଖେଳାଯାଇଥିବା ମ୍ୟାଚ୍ରେ ହର୍ଷିତ ରାଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ 3ଟି ୱିକେଟ ନେଇଥିଲେ। ରବି ବିଷ୍ଣୋଇ ମଧ୍ୟ 3 ୱିକେଟ୍ ନେଇଥିଲେ । ସେ ୪ ଓଭରରେ ୨୮ ରନ୍ ଦେଇଥିଲେ। ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୮ ରନ ଦେଇ ୨ଟି ୱିକେଟ ନେଇଥିଲେ। ଅର୍ଶଦୀପ ସିଂହଙ୍କୁ ଗୋଟିଏ ୱିକେଟ ମିଳିଥିଲା।












Click it and Unblock the Notifications