ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କଲା ଭାରତ; ରୋହିତ ମ୍ୟାନ୍ ଅଫ୍ ଦି ମ୍ୟାଚ୍

ଭାରତର ଦମଦାର ବିଜୟ । ରୋହିତ ମ୍ୟାନ୍ ଅଫ୍ ଦି ମ୍ୟାଚ୍ । ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କଲା ଭାରତ । ଭାରତ ପକ୍ଷରୁ ସର୍ବାଧିକ ରନ ରୋହିତ ଶର୍ମା କରିଥିଲେ । ରୋହିତ ଶର୍ମା ୮୪ ବଲରୁ ସର୍ବାଧିକ ୧୩୧ ରନ କରିଥିଲେ । ଭାରତ ମାତ୍ର ୩୫ ଓଭରରେ ୨୭୩ ରନର ବିଜୟଲକ୍ଷ୍ୟ ହାସଲ କରିଛି ।

ଆଫଗାନିସ୍ତାନ ତରଫରୁ କେବଳ ରସିଦ ଖାନଙ୍କୁ ଦୁଇ ୱିକେଟ ମିଳିଥିଲା । ଅନ୍ୟ କୌଣସି ବୋଲର ପ୍ରଭାବ ପକାଇ ପାରି ନଥିଲେ । ରସିଦ ୮ ଓଭରରେ ୫୭ ରନ ଦେଇ ଦୁଇ ୱିକେଟ ନେଇଥିଲେ । ହେଲେ ଆଉ କେଉଁ ଆଫଗାନିସ୍ତାନ ବୋଲର ଭାରତୀୟ ବ୍ୟାଟରଙ୍କୁ ହଇରାଣ କରି ପାରି ନଥିଲେ ।

ROHIT_VIRAT

ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ବିଶ୍ଵକପ୍‌ର ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଲଢୁଆ ସ୍କୋର କରି ଭାରତ ସାମ୍ନାରେ ଏକ ଭଲ ଟାର୍ଗେଟ ରଖିଥିଲା । ହସମତୁଲ୍ଲାଙ୍କ ଲଢୁଆ ୮୦ ରନ ଓ ଅଜମତୁଲ୍ଲା ଅମରଜାଇଙ୍କ ୬୨ ରନର ଉପଯୋଗୀ ଇନିଂସ ବଳରେ ଆଫଗାନିସ୍ତାନ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୭୨ ରନ କରିଥିଲା ।

ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩୯ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦୁଇଟି, କୁଲଦୀପ ଯାଦବ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ଏହି ମ୍ୟାଚ୍‌ରେ ଭାରତ ଗୋଟିଏ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇ ଥିଲା । ରବିଚନ୍ଦ୍ରନ ଅଶ୍ଵିନଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ୍ କରାଯାଇଛି । ମୁକାବିଲାରେ ଟସ୍ ଜିତି ଆଫଗାନିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+