ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ, ୫ ଉଇକେଟ ହରାଇ ୧୬୪ ରନ ସଂଗ୍ରହ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବକ୍ସି ଡେ' ଟେଷ୍ଟର ୨ୟ ଦିନ ଖେଳ ଜାରି ରହିଥିବାବେଳେ ଘରୋଇ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୪୭୪ ରନ କରି ଅଲଆଉଟ ହୋଇଯାଇଛି। ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହେବା ସହିତ ୫ ଉଇକେଟ ହରାଇ ୧୬୪ ରନ ସଂଗ୍ରହ କରିଛି। ଫଳରେ ଅଷ୍ଟ୍ରେଲିଆଠାରୁ ଟିମ ଇଣ୍ଡିଆ ୩୧୦ ରନରେ ପଛୁଆ ରହିଛି।

India v s Australia

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଷ୍ଟିଭ ସ୍ମିଥଙ୍କ ଶତକ(୧୪୦) ଏବଂ ସାମ କନଷ୍ଟାସ(୬୦), ଉସମାନ ଖ୍ବାଜା(୫୭) ଓ ମାରନସ ଲାବୁସଚାନେ(୭୨)ଙ୍କ ଅର୍ଦ୍ଧଶତକ ବଳରେ ୪୭୪ ରନ କରିବାରେ ସଫଳ ହୋଇଥିଲା। ଅଧିନାୟକ ପ୍ୟାଟ କମିନ୍ସ ୪୯ ରନ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪ ଉଇକେଟ ନେଇଥିବାବେଳେ ରବୀନ୍ଦ୍ର ଜାଡେଜା ୩ ଓ ଆକାଶ ଦୀପ ୨ ଉଇକେଟ ଅକ୍ତିଆର କରିଥିଲେ।

ଜବାବରେ ଭାରତ ଏହାର ପ୍ରଥମ ପାଳିରେ ଭଲ ପ୍ରାରମ୍ଭ କରିଥିଲେ ହେଁ ରୋହିତ ଶର୍ମା ବେଶୀ ସମୟ ତିଷ୍ଠିପାରି ନ ଥିଲେ। ସେ ମାତ୍ର ୩ ରନ କରି ଆଉଟ ହୋଇଯାଇଥିଲେ। ଏହା ପରେ କେ.ଏଲ. ରାହୁଲ ଏବଂ ବିରାଟ କୋହଲି ଜୟସୱାଲଙ୍କ ସହିତ ମିଶି ପାଳି ସମ୍ବାଳିଥିଲେ। ହେଲେ ପ୍ୟାଟି କମିନ୍ସ ଏବଂ ସ୍କଟ ବୋଲାଣ୍ଡଙ୍କ ଘାତକ ବୋଲିଂ ଯୋଗୁ ୧୫୩ରୁ ୧୫୯ ରନ ମଧ୍ୟରେ ଦଳ ୩ଟି ଉଇକେଟ ହରାଇ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା।ରାହୁଲ ୨୪, ବିରାଟ କୋହଲି ୩୬ ଏବଂ ଆକାଶ ଦୀପ ବିନା କୌଣସି ରନ କରି ପ୍ୟାଭିଲିଅନ ଫେରିଯାଇଥିଲେ। ଜୟସୱାଲ ୮୨ ରନ କରି ଆଉଟ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+