କାଲିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା; ସିରିଜ ଉନ୍ମୋଚିତ
ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ବିକେଟି ଟାୟାର୍ସ ପୁରୁଷ ଏକଦିବସୀୟ ଶୃଙ୍ଖଳାର ଉନ୍ମୋଚନ ଉତ୍ସବ ପର୍ଥଠାରେ ଶୁକ୍ରବାର ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ଏଥିରେ ଉଭୟ ଦଳର ଖେଳାଳି ଏକାଠି ହୋଇ କ୍ରିକେଟ୍ର ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କ ଲଢ଼େଇ ଉତ୍ସବ ପାଳନ କରିଥିଲେ । ଅଷ୍ଟ୍ରେଲୀୟ ତାରକା ମିଚେଲ ଷ୍ଟାର୍କ ଓ ଟ୍ରାଭିସ୍ ହେଡ୍ଙ୍କ ସହ ଭାରତୀୟ ଯୁବ ପ୍ରତିଭା ନୀତୀଶ କୁମାର ରେଡ୍ଡୀ ଓ ଧ୍ରୁବ ଜୁରେଲ ସାମିଲ ହୋଇଥିଲେ ।
ଅଷ୍ଟ୍ରେଲିଆ-ଭାରତ ଧଳା ବଲ୍ ଲଢ଼େଇର ସ୍ମରଣୀୟ ଫଟୋ ଫ୍ରେମ୍ ସମ୍ମୁଖରେ ଫଟୋ ଉଠାଇବାର ସୁଯୋଗ ପାଇଥିଲେ । ଆଗାମୀ ଧଳାବଲ୍ ମ୍ୟାଚ୍ଗୁଡ଼ିକରେ ନୂଆ ସ୍ମୃତି ଆଣିବା ସହ ପ୍ରତିଦ୍ୱନ୍ଦ୍ୱିତାର ଇତିହାସକୁ ସମ୍ମାନ ଦେବା ଲକ୍ଷ୍ୟରେ ପର୍ଥ ଷ୍ଟାଡିୟମ୍ଠାରେ ଏହି ଫଟୋ ଫ୍ରେମ୍ ନିର୍ମାଣ କରାଯାଇଛି । ଫଟୋ ସୁଟ୍ ପୂର୍ବରୁ ଟ୍ରାଭିସ୍ ହେଡ୍ ଓ ଅକ୍ଷର ପଟେଲ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥିତ ରହି ଶୃଙ୍ଖଳା ପ୍ରତି ଥିବା ଉତ୍ସାହକୁ ପରିପ୍ରକାଶ କରିଥିଲେ ।

ଟ୍ରାଭିସ୍ ହେଡ୍ କହିଥିଲେ, ''ଆମେ ଆଗାମୀ କିଛି ଦିନ ଭିତରେ ଏକ ଭଲ କ୍ରିକେଟ୍ ଆଶା କରୁଛୁ । ଉଭୟ ଦଳ ଅଭ୍ୟାସ ଜୋର୍ଦାର କରୁଛନ୍ତି। ପର୍ଥ ଷ୍ଟାଡିୟମ୍ର ପରିସ୍ଥିତି ଚମତ୍କାର ରହିଛି। ଶୃଙ୍ଖଳା ଆରମ୍ଭ ଲାଗି ଏହା ଏକ ଭଲ ସ୍ଥାନ ଏବଂ ଉଭୟ ଦଳ ଚମତ୍କାର ଅଛନ୍ତି । ଅକ୍ଷର କହିଥିଲେ, ''ଅଷ୍ଟ୍ରେଲିଆ ଓ ଭାରତ ସର୍ବଦା ଶ୍ରେଷ୍ଠ ପ୍ରଦର୍ଶନ କରିଥାନ୍ତି। ଏଠାକାର ପରିବେଶ ଚମତ୍କାର ଏବଂ ଆମେ ଏକ ପ୍ରତିଯୋଗିତାମୂଳକ ଶୃଙ୍ଖଳା ଅପେକ୍ଷାରେ ଅଛୁ'' । ଭାରତ-ଅଷ୍ଟ୍ରେଲିଆ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ଉଦ୍ଘାଟନୀ ମୁକାବିଲା ଚଳିତ ମାସ ୧୯ ତାରିଖରେ ପର୍ଥରେ ହେବ। ଏହି ଶୃଙ୍ଖଳା ଲାଗି ୧,୭୫,୦୦୦ ଟିକେଟ୍ ବିକ୍ରି ହୋଇସାରିଛି।
ଭାରତ ଖେଳିଛି ୫୪, ଜିତିଛି ୧୪
ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ୫୪ ଏକଦିବସୀୟ ମ୍ୟାଚ୍ ଖେଳି ମାତ୍ର ୧୪ଟିରେ ବିଜୟୀ ହୋଇଛି। ଦୁଇଟି ମ୍ୟାଚ୍ ଟାଇ ରହିଥିଲା ବେଳେ ୩୮ଟି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପରାଜୟର ସମ୍ମୁଖୀନ ହୋଇଛି। ନଭେମ୍ବର ୯, ୨୦୨୦ରେ ସିଡ୍ନି କ୍ରିକେଟ୍ ପଡ଼ିଆରେ କରିଥିବା ୩୩୮/୯ ହେଉଛି ଭାରତୀୟ କ୍ରିକେଟ୍ ଦଳର ସର୍ବୋଚ୍ଚ ଦଳଗତ ସ୍କୋର୍। ୧୯୯୧, ଡିସେମ୍ବର ୮ରେ ପର୍ଥର ୱାକା ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆକୁ ୧୦୭ ରନ୍ରେ ହରାଇବା ହେଉଛି ରନ୍ ବ୍ୟବଧାନରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସର୍ବବୃହତ୍ ବିଜୟ। ସେହିଭଳି ମେଲବର୍ଣ୍ଣରେ ଅଷ୍ଟ୍ରେଲିଆକୁ ମଧ୍ୟ ଭାରତ ୮ ୱିକେଟ୍ରେ ହରାଇ ସାରିଛି। ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୯ ଦିନିକିଆ ଖେଳି ହିଟ୍ମ୍ୟାନ୍ ରୋହିତ ଶର୍ମା ଭାରତ ପକ୍ଷରୁ ସର୍ବାଧିକ ୯୦୦ ରନ୍ କରିଛନ୍ତି। ୨୦୧୬ ଜାନୁଆରି ୧୨ରେ ରୋହିତ କରିଥିବା ୧୭୧* ରନ୍ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ କୌଣସି ଭାରତୀୟ ବ୍ୟାଟର୍ଙ୍କ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ହୋଇ ଆଜି ବି ରହିଛି। ଉଭୟ ଦଳ ଏବେସୁଦ୍ଧା ମୋଟ ଉପରେ ୧୫୨ ଦିନିକିଆ ଖେଳିଛନ୍ତି। ସେଥିରୁ ଅଷ୍ଟ୍ରେଲିଆ ୮୪ ଏବଂ ଭାରତ ୫୮ ମ୍ୟାଚ୍ ଜିତିଛି। ୧୦ଟି ମ୍ୟାଚ୍ ବାତିଲ ହୋଇଯାଇଛି।
-
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ












Click it and Unblock the Notifications