ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍; ଗିଲ୍‌ଙ୍କ ଅଧୀନରେ ଖେଳିବେ ରୋହିତ, କୋହଲି

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ । ନୂଆ ଅଧିନାୟକ ସହ ଖେଳିବ ଭାରତ । ଚାମ୍ପିଅନ୍ସ ଟ୍ରଫି ବିଜୟ ପରର ଲମ୍ବା ବ୍ୟବଧାନ ପରେ ଦୁଇ ମହାନ ଭାରତୀୟ ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ କରିଛି। ଶୁବମନ୍ ଗିଲ୍‌ଙ୍କ ନେତୃତ୍ବରେ ଭାରତର ପ୍ରଥମ ଦିନିକିଆ ସିରିଜ ଏବଂ ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତି।

ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଲଢ଼େଇ ରବିବାର ସକାଳେ ପର୍ଥର ଅପଟସ୍ ଷ୍ଟାଡିୟମ୍‌ରେ ହେବ। ଯାହାକୁ ନେଇ ଦୁଇ ଦେଶର ପ୍ରଶଂସକ ବେଶ୍ ଉଲ୍ଲସିତ ଓ ଉତ୍ସାହିତ ଅଛନ୍ତି। ଗିଲ୍‌ଙ୍କ ଅଧୀନରେ ରୋହିତ, କୋହଲି ଖେଳିବେ ।

India-Australia ODI series starts today

ଟେଷ୍ଟ୍ କ୍ରିକେଟ୍‌ରେ ବଳିଷ୍ଠ ନେତୃତ୍ବର ପରିଚୟ ଦେଇଥିବା ଗିଲ୍‌ଙ୍କ ପାଇଁ ଏହି ଶୃଙ୍ଖଳା ମଧ୍ୟ ନୂଆ ପରୀକ୍ଷା ନେଇ ଆସିଛି। ସୀମିତ ଓଭର କ୍ରିକେଟ୍‌ର ଆଗଧାଡ଼ିରେ ରହି ଭାରତୀୟ ଦଳରେ ଥିବା ଏକାଧିକ ତାରକାଙ୍କୁ ସେ କିଭଳି ପରିଚାଳନା କରୁଛନ୍ତି? ଅଷ୍ଟ୍ରେଲିଆ ମଧ୍ୟ ଏହି ଶୃଙ୍ଖଳାକୁ ୨୦୨୭ ବିଶ୍ବକପ୍ ଲାଗି ପ୍ରସ୍ତୁତି ପର୍ବର ପ୍ରଥମ ଅଧ୍ୟାୟ ଭାବେ ନେବ ବୋଲି ସଙ୍କେତ ଦେଇଛି। ଦଳରେ କିଛି ନବାଗତ ଓ ଅଣଅନ୍ତର୍ଜାତୀୟ‌ ଖେଳାଳି ନେଇ ଭବିଷ୍ୟତ ଯୋଜନାକୁ ସଫଳ ରୂପାୟନ ଓ ଆକାର ଦେବାକୁ ଲକ୍ଷ୍ୟ ରଖିଛି। ଆହତ କମିନ୍ସଙ୍କ ଅନୁପସ୍ଥିତି, ଜୋସ୍ ଇଂଗ୍ଲିସ୍ ପୂରା ଶୃଙ୍ଖଳାରୁ ବାଦ୍ ପଡ଼ିବା, ସ୍ପିନର୍ ଆଡାମ ଜାମ୍ପା ନିଜ ପ୍ରଥମ ସନ୍ତାନର ଜନ୍ମ ପାଇଁ ପ୍ରଥମ ଦୁଇ ଦିନିକିଆରୁ ଦୂରେଇ ରହିବା ଏବଂ ଆଲେକ୍ସ କ୍ୟାରି ପ୍ରଥମ ଦିନିକିଆରେ ଖେଳିବା ନେଇ ଲାଗି ରହିଥିବା ଦ୍ବନ୍ଦ୍ବ ପାଇଁ ଏହି ଶୃଙ୍ଖଳା ମଧ୍ୟ ଘରୋଇ ଅଷ୍ଟ୍ରେଲିଆ ପାଇଁ ନୂଆ ଆହ୍ବାନ ନେଇ ଆସିବ। ପୂରା ଦିନିକିଆ ଶୃଙ୍ଖଳା ସହ ଭାରତ-ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଟିକେଟ୍ ବିକ୍ରି ପ୍ରାୟ ସରିଛି। ଅପଟ୍‌ସ ଷ୍ଟାଡିୟମ୍‌ରେ ରବିବାର ୫୦,୦୦୦ରୁ ଅଧିକ ଦର୍ଶକ ଉପସ୍ଥିତ ରହିବା ସମ୍ଭାବନା ରହିଛି। ଏହି ନବନିର୍ମିତ ଷ୍ଟାଡିୟମ୍‌ର ଛୋଟିଆ ଇତିହାସରେ ମାତ୍ର ଦୁଇ ଥର ଦର୍ଶକ ସଂଖ୍ୟା ୫୦,୦୦୦ ଛୁଇଁଥିବାରୁ ରବିବାର ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି।
ଭାରତ ଶେଷ ଥର ଲାଗି ଗତ ମାର୍ଚ୍ଚ ମାସରେ ଚାମ୍ପିଅନ୍ସ ଟ୍ରଫି ଦିନିକିଆ କ୍ରିକେଟ୍ ଖେଳିଥିଲା। ଏହି ମ୍ୟାଚ୍‌ରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଖେଳିଥିବା ଭାରତର ଶୀର୍ଷ ୬ ବ୍ୟାଟର୍‌ ଅପରିବର୍ତ୍ତିତ ରହିବାର ଏକପ୍ରକାର ନିଶ୍ଚିତ। ରୋହିତ ଶର୍ମା ଓ ଶୁବମନ୍ ଗିଲ୍ ଓପନ୍ କରିବେ। କୋହଲି ତୃତୀୟ ଏବଂ ଶ୍ରେୟସ୍ ଆୟର ଚତୁର୍ଥରେ ବ୍ୟାଟିଂ କରିବେ। କେଏଲ୍ ରାହୁଲ ୱିକେଟ୍ ରକ୍ଷକ ଦାୟିତ୍ବରେ ରହିବେ। ୮ ନମ୍ବର ସ୍ଥାନକୁ ନେଇ ଅବଶ୍ୟ କିଛିଟା ଦ୍ବନ୍ଦ୍ବ ରହିଛି। ଜଣେ ଅତିରିକ୍ତ ବ୍ୟାଟର୍‌ଙ୍କୁ ଖେଳାଇବାକୁ ହେଲେ ଦଳକୁ ୱାସିଂଟନ୍ ସୁନ୍ଦର କିମ୍ବା ବିଶେଷଜ୍ଞ ସ୍ପିନର ଭାବେ କୁଲଦୀପ ଯାଦବଙ୍କ ଭିତରୁ ଜଣକୁ ଚୂଡ଼ାନ୍ତ ଦଳରେ ନେବାକୁ ହେବ। ସିରାଜ, ଅର୍ଶଦୀପ, ପ୍ରସିଦ୍ଧ ଓ ହର୍ଷିତଙ୍କ ଭିତରୁ ୩ଜଣ ଖେଳିବେ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ଶୁବମନ ଗିଲ୍ (ଅଧିନାୟକ), ବିରାଟ କୋହଲି, ଶ୍ରେୟସ୍ ଆୟର, କେଏଲ୍ ରାହୁଲ (ୱିକେଟ୍ ରକ୍ଷକ), ଅକ୍ଷର ପଟେଲ, ନୀତୀଶ ରେଡ୍ଡୀ, ୱାସିଂଟନ୍ ସୁନ୍ଦର (କୁଲଦୀପ ଯାଦବ), ହର୍ଷିତ ରାଣା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା/ଅର୍ଶଦୀପ ସିଂହ।

ସମ୍ଭାବ୍ୟ ଅଷ୍ଟ୍ରେଲିଆ:ଟ୍ରାଭିସ୍ ହେଡ୍, ମିଚେଲ ମାର୍ସ (ଅଧିନାୟକ), ମ୍ୟାଟ୍ ସର୍ଟ, ମ୍ୟାଟ୍ ରେନସ', ଜୋସ୍ ଫିଲିପ୍ସ (ୱିକେଟ୍ ରକ୍ଷକ), ମିଚ୍ ଓଏନ, କୁପର କନୋଲି, ମିଚେଲ ଷ୍ଟାର୍କ, ନାଥନ ଏଲିଅସ୍, ମ୍ୟାଟ୍ କୁନେମ୍ୟାନ୍, ଜୋସ୍ ହାଜେଲଉଡ୍।

ରବିବାର ପର୍ଥରେ ବର୍ଷା ହେବାର ପୂର୍ବାନୁମାନ ଥିବାରୁ ଏହା ସବୁକିଛି ବିଗାଡ଼ି ଦେବାର ମଧ୍ୟ ଆଶଙ୍କା ରହିଛି। ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ସ୍ଥାନୀୟ ସମୟ ଅପରାହ୍‌ଣ ୧୧ଟାରେ ବର୍ଷା ହୋଇପାରେ। ଯାହାର ସମ୍ଭାବନା ପରବର୍ତ୍ତୀ ସମୟରେ ୩୫ ପ୍ରତିଶତକୁ ବଢ଼ିବ। ଏଣୁ ମ୍ୟାଚ୍ ବାରମ୍ବାର ବର୍ଷା ଯୋଗୁଁ ବ୍ୟାଘାତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। କୋହଲା ପାଗର ପ୍ରଭାବ ଟସ୍‌କୁ ମଧ୍ୟ ପ୍ରଭାବିତ କରିପାରେ। ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିପାରନ୍ତି। ପର୍ଥର ବାଉନ୍ସ, କୋହଲା ପାଗ ତଥା ଅପ୍‌ଟସ୍ ପିଚ୍‌ରେ ଥିବା‌ ଟର୍ଣ୍ଣରେ ପ୍ରଥମ ଏକ ଘଣ୍ଟା ଏଠାରେ ବ୍ୟାଟିଂ କରିବା ଆଦୌ ସହଜ ହେବନି।

ଅପ୍‌ଟସ୍‌ ଷ୍ଟାଡିୟମ୍‌ରେ ଖେଳିଥିବା ତିନିଟି ଯାକ ଦିନିକିଆରେ ଘରୋଇ ଅଷ୍ଟ୍ରେଲିଆ ପରାଜିତ ହୋଇଛି। ଏହି ପରିସଂଖ୍ୟାନ ଭାରତକୁ ଉତ୍ସାହିତ କରିପାରେ। ଚମତ୍କାର ଫର୍ମରେ ଥିବା ଅଷ୍ଟ୍ରେଲୀୟ ଓପନର୍ ଟ୍ରାଭିସ୍ ହେଡ୍ ଆଉ ୫୮ ରନ୍ କଲେ ୩,୦୦୦ ରନ୍ ପୂରଣ କରିବେ। ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଥିବା ହେଡ୍, ଭାରତ ବିପକ୍ଷରେ ସବୁବେଳେ ଭଲ ପ୍ରଦର୍ଶନ କରୁଥିଲା ବେଳେ ଏହି ଶୃଙ୍ଖଳାରେ ମଧ୍ୟ ଦୃଢ଼ ଆରମ୍ଭ ଲକ୍ଷ୍ୟରେ ରହିଛନ୍ତି। କୋହଲି ଓ ରୋହିତ ୯ ବର୍ଷ ପ‌ରେ ଜଣେ ଭିନ୍ନ ଅଧିନାୟକଙ୍କ ଅଧୀନରେ ଖେଳିବେ। ଯାହା ଉଭୟଙ୍କ ପାଇଁ ନୂଆ ଅନୁଭୂତି ନେଇ ଆସିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+