ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ

ଦିନିକିଆ ଶୃଙ୍ଖଳା ପରେ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ପାଞ୍ଚ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳା ଆରମ୍ଭ ହେଉଛି। ବୁଧବାର ପ୍ରଥମ ଟ୍ବେଣ୍ଟି୨୦ ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ବିଶ୍ବ ଟ୍ବେଣ୍ଟି୨୦ ମାନ୍ୟତାରେ ପ୍ରଥମ ୨ଟି ଦଳ। ତେଣୁ ଏହି ଶୃଙ୍ଖଳା ପ୍ରମାଣିତ କରିବ ଯେ ପ୍ରକୃତରେ ୧ନଂ ଟ୍ବେଣ୍ଟି୨୦ ଦଳ କିଏ। ଗତ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଜିତିବା ପରେ ଭାରତୀୟ ଦଳର ପ୍ରଦର୍ଶନ ଉନ୍ନତ ହେବାରେ ଲାଗିଛି। ନିକଟରେ ଭାରତ କୌଣସି ମ୍ୟାଚ୍‌ ନ ହାରି ଏସିଆ କପ୍‌ ଚମ୍ପିଆନ୍‌ ହୋଇଛି। ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଫାଇନାଲ ଜିତିବା ପରଠାରୁ ଭାରତ ୨୭ଟି ମ୍ୟାଚ୍‌ ଖେଳି ୨୨ଟି ଜିତିପାରିଛି। ଅଷ୍ଟ୍ରେଲିଆ ମଧ୍ୟ ପଛରେ ପଡ଼ିନାହିଁ। ଏହି ସମୟରେ ଅଷ୍ଟ୍ରେଲିଆ ୧୯ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ୧୬ଟି ଜିତିଛି। ଗତ ଟ୍ବେଣ୍ଟି୨୦ ବିଶ୍ବକପ୍‌ ପରଠାରୁ ଭାରତୀୟ ଦଳରେ ବହୁତ ପରିବର୍ତ୍ତନ ହୋଇଛି। ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡ଼େଜାଙ୍କ ପରି ତାରକା ଏହି ଫର୍ମାଟରୁ ଅବସର ନେଇଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଯୁବ ଖେଳାଳି ନିର୍ଭିକ କ୍ରିକେଟ୍‌ ଖେଳୁଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂକରି ଭାରତ ନିୟମିତ ଭାବେ ବଡ଼ ସ୍କୋର୍‌ କରିପାରିଛି।

India-Australia first T20

ଏହି ମାମଲାରେ ଅଷ୍ଟ୍ରେଲିଆ ମଧ୍ୟ ପଛରେ ପଡ଼ିନାହିଁ। ଗତ ବିଶ୍ବକପ୍‌ ପରଠାରୁ ଭାରତ ଟ୍ବେଣ୍ଟି୨୦ରେ ଓଭର ପିଛା ୯.୬୯ ରନ୍‌ ହାରରେ ସ୍କୋର୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ୧୦.୦୭ ହାରରେ ରନ୍‌ କରିଛି। ତେବେ ବୋଲିଂ ବିଭାଗରେ ଭାରତ ଆଗରେ ରହିଛି। ଓଭର ପିଛା ଭାରତ ୭.୬୫ ରନ୍‌ ଦେବା ସହ ୱିକେଟ୍‌ ପିଛା ୧୭.୦୯ ରନ୍‌ ଦେଇଛି। ଅଷ୍ଟ୍ରେଲିଆ ଓଭର ପିଛା ୮.୬୨ ରନ୍‌ ଦେବା ସହ ୱିକେଟ୍‌ ପିଛା ୧୯.୩୮ ରନ୍‌ ବ୍ୟୟ କରିଛି। ଏହି ଶୃଙ୍ଖଳାରୁ ଆସନ୍ତାବର୍ଷର ଟ୍ବେଣ୍ଟି୨୦ ବିଶ୍ବକପ୍‌ ପାଇଁ ଭାରତର ପ୍ରସ୍ତୁତି ଆରମ୍ଭ ହେବ। ଦିନିକିଆ ଶୃଙ୍ଖଳାରୁ ବିଶ୍ରାମ ନେବା ପରେ ଯଶପ୍ରୀତ ବୁମ୍‌ରା ଫେରିଛନ୍ତି। ଅଷ୍ଟ୍ରେଲିଆ ବାତାବରଣରେ ବୋଲିଂକୁ ସେ ଉପଭୋଗ କରିବେ। ଅଷ୍ଟ୍ରେଲିଆ ମଧ୍ୟ ଟ୍ବେଣ୍ଟି୨୦ରେ ନିୟମିତ ଭଲ ପ୍ରଦର୍ଶନ କରୁଛି। ଦୁଇ ଓପ୍‌ନର ଟ୍ରାଭିସ୍ ହେଡ୍‌ ଓ ଅଧିନାୟକ ମିଚେଲ ମାର୍ଶ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି।

ମଧ୍ୟକ୍ରମରେ ଜୋସ୍ ଇଙ୍ଗଲିସ୍, ମିଚେଲ ଓୱେନ, ଟିମ୍ ଡେଭିଡ୍‌, ମାର୍କସ ଷ୍ଟଇନିସ୍‌ଙ୍କ ପରି ବିସ୍ଫୋରକ ବ୍ୟାଟ୍‌ସମ୍ୟାନ ଅଛନ୍ତି। ମାଥ୍ୟୁ ସର୍ଟ ଆହତ ଥିବାରୁ ମଧ୍ୟକ୍ରମରେ ଜୋଶ୍‌ ଫିଲିପ୍‌ଙ୍କୁ ସୁଯୋଗ ମିଳିବ। ପ୍ରଥମ ୨ଟି ମ୍ୟାଚ୍‌ରେ ଗ୍ଲେନ୍ ମ୍ୟାକ୍ସୱେଲ ନ ଥିଲେ ମଧ୍ୟ ଅଷ୍ଟ୍ରେଲିଆର ବ୍ୟାଟିଂ ମଜ୍‌ଭୁତ ରହିଛି। ଆଡାମ୍ ଜାମ୍ପା ଏହି ଶୃଙ୍ଖଳାରୁ ଅବ୍ୟାହତି ନେଇଥିବାରୁ ବାମହାତି ସ୍ପିନର ମାଥ୍ୟୁ କୁନେମାନ ଖେଳିବେ। ଜୋଶ୍‌ ହାଜେଲ୍‌ଉଡ୍‌ଙ୍କ ସହ ନାଥାନ୍ ଏଲିସ୍‌ ଖେଳିବା ନିଶ୍ଚିତ। ଜାଭିଏର ବାର୍ଟଲେଟ୍‌ ଓ ସନ୍‌ ଆବଟ୍‌ଙ୍କ ମଧ୍ୟରୁ ଜଣେ ଖେଳିବେ। ଭାରତ ପାଇଁ ଅଭିଷେକ ଶର୍ମାଙ୍କ ସହ ଶୁଭମନ ଗିଲ୍‌ ଓପନ୍‌ କରିବେ। ମଧ୍ୟକ୍ରମରେ ସୂର୍ଯ୍ୟକୁମାରଙ୍କ ସହ ତିଳକ ବର୍ମା, ସଞ୍ଜୁ ସାମ୍‌ସନ, ଶିବମ୍ ଦୁବେ, ରିଙ୍କୁ ସିଂହଙ୍କ ପରି ମ୍ୟାଚ୍‌ ବିଜେତା ଅଛନ୍ତି। ତେବେ ଗତ ୧୪ଟି ଟ୍ବେଣ୍ଟି୨୦ ଇନିଂସରୁ ସୂର୍ଯ୍ୟ ଅର୍ଦ୍ଧଶତକ ମାରିନାହାନ୍ତି ଏବଂ ୧୦.୫୦ ଆଭ୍‌ରେଜରେ ରନ୍‌ କରିଛନ୍ତି। ଅଲ୍‌ରାଉଣ୍ଡର ଭାବେ ଅକ୍ଷର ପଟେଲ ଖେଳିବା ନିଶ୍ଚିତ ଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣେ ଖେଳିବେ। ଯଶପ୍ରୀତ ବୁମ୍‌ରା ନୂଆ ବଲ୍‌ରେ ଟ୍ରାଭିସ୍ ହେଡ୍‌ ଓ ମିଚେଲ ମାର୍ଶଙ୍କୁ ଜଲ୍‌ଦି ଆଉଟ୍‌ କରିବାର ପ୍ରୟାସ କରିବେ। ଅର୍ଶଦୀପ ସିଂହ ଖେଳିବା ନିଶ୍ଚିତ। ଶିବମ୍‌ ଦୁବେ ଓ ହର୍ଷିତ ରାଣାଙ୍କ ମଧ୍ୟରୁ ଜଣେ ଖେଳିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+