Get Updates
Get notified of breaking news, exclusive insights, and must-see stories!

କାଲିଠୁ ଭାରତ-ଅଷ୍ଟ୍ରେଲିଆ ପଞ୍ଚମ ଟେଷ୍ଟ: ଆକାଶଦୀପ ଆଉଟ୍, ବର୍ଷା ବାଧକ -

ବର୍ଡର ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚ ଆସନ୍ତାକାଲି ଖେଳାଯିବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର କାଲି ଶେଷ ମ୍ୟାଚ । ଯଦି ଭାରତ ଏହି ମ୍ୟାଚ ଜିତେ ତେବେ ସିରିଜ ବରାବର ରହିବ, ଯଦି ଅଷ୍ଟ୍ରେ୍ଲିଆ ବିଜୟୀ ହୁଏ ତେବେ ସିରିଜ ବିଜୟ ସହ କଙ୍ଗାରୁ ଦଳ ସିଧା WTC ଫାଇନାଲରେ ପହଞ୍ଚିବ । ମ୍ୟାଚର ଫଳାଫଳ ଉପରେ ଭାରତ ଡବ୍ଲୁଟିସି ଫାଇନାଲ ରେସରେ ରହିବ ନା ନାହିଁ ତାହା ସ୍ପଷ୍ଟ ହେବ । ସମ୍ମାନ ବଞ୍ଚାଇବା ପାଇଁ ଜୋରଦାର ପ୍ରୟାସ କରିବ ଟିମ୍‌ ଇଣ୍ଡିଆ ।

ସିଡନୀ ଗ୍ରାଉଣ୍ଡରେ ଶୁକ୍ରବାର ସକାଳ ୫ଟା ସମୟରେ ମ୍ୟାଚ ଆରମ୍ଭ ହେବ । ୪ଟା ୩୦ମିନିଟରେ ଟସ୍ ପଡ଼ିବ । ଷ୍ଟାର ସ୍ପୋର୍ଟ୍ସ ଚ୍ୟାନେଲରେ ଏହାର ସିଧାପ୍ରସାରଣ ହେବ । ଦୁଇ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ବପୂର୍ଣ୍ଣ । ୫ଟିକିଆ ଟେଷ୍ଟ ସରିଜର ପ୍ରଥମ ୪ଟି ମ୍ୟାଚ ଶେଷ ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ୨-୧ ରେ ଆଗୁଆ ରହିଛି ।

India-Australia fifth Test

ପଞ୍ଚମ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ ପାଇଁ ସିଡନୀ କ୍ରିକେଟ ଗ୍ରାଉଣ୍ଡ ପ୍ରସ୍ତୁତ । ଦୁଇ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ତୟାର । ତେବେ ସିଡନୀରେ ବର୍ଷା ବାଧକ ସାଜିବାର ଆଶଙ୍କା ରହିଛି । ପାଣିପାଗ ପୂର୍ବ ଆକଳନ ଅନୁସାରେ ମ୍ୟାଚର ପ୍ରଥମ ଦିନରେ କାଉଁଳିଆ ପାଗ ସହ ବର୍ଷା ହେବାର ୨୫ ପ୍ରତିଶତ ସମ୍ଭାବନା ରହିଛି । ସେହିପରି ମ୍ୟାଚର ଶେଷ ଦୁଇ ଦିନ ଅର୍ଥାତ ଚତୁର୍ଥ ଏବଂ ପଞ୍ଚମ ଦିନରେ ବର୍ଷା ହେବାର ଆଶଙ୍କା ମଧ୍ୟ ରହିଛି । ତେବେ ପାଣିପାଗକୁ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।

ଶେଷ ମ୍ୟାଚ ଖେଳିବେନି ଆକାଶଦୀପ:

ଶେଷ ଟେଷ୍ଟ ପାଇଁ କଙ୍ଗାରୁ ଦଳ ଏକାଦଶ ଘୋଷଣା କରିଥିବା ବେଳେ ଟିମ୍‌ ଇଣ୍ଡିଆ ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହିଁ । ଆଶା କରାଯାଉଛି ଏକାଦଶରେ ବଡ ପରିବର୍ତ୍ତନ ହୋଇପାରେ । କାହିଁକି ନା ଦଳର ବ୍ୟାଟିଂ ବିଭାଗ ପୂର୍ବ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ଯେଉଁ କାରଣରୁ ମେଲବର୍ଣ୍ଣ ଟେଷ୍ଟରେ ହାରିଥିଲା ଭାରତ । ତେଣୁ ପୂର୍ବ ଭୁଲକୁ ସୁଧାରି ପୁଣି ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ରୋହିତ ବାହିନୀ । ମ୍ୟାଚ ପୂର୍ବରୁ ଭାରତୀୟ ଦଳ ପାଇଁ ଅଶୁଭ ଖବର । ଶେଷ ମ୍ୟାଚରେ ଉପସ୍ଥିତ ରହିବେନି ଦ୍ରୁତ ବୋଲର ଆକାଶଦୀପ । ତାଙ୍କ ପିଠିରେ ଯନ୍ତ୍ରଣା କାରଣରୁ ସେ ମ୍ୟାଚ ଖେଳିବେ ନାହିଁ ବୋଲି ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+