ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଘୋଷଣା କଲା ଭାରତ

ଆଗାମୀ ମହିଳା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ମଙ୍ଗଳବାର ଦିନ ବିସିସିଆଇ ଟିମ୍ ଘୋଷଣା କରିଛି । ହରମନପ୍ରୀତ କୌର ଅଧିନାୟକ ପଦ ବଜାୟ ରଖିଥିବା ବେଳେ ସ୍ମୃତି ମନ୍ଧାନା ଉପ ଅଧିନାୟକ ରହିଛନ୍ତି ।

ICC Women

ଅନ୍ୟମାନଙ୍କ ମଧ୍ୟରେ ସେଫାଳୀ ବର୍ମା, ଦୀପ୍ତି ଶର୍ମା, ଜୋମିମା ରୋଡିଗ୍ସ, ଋଚା ଘୋଷ, ସ୍ୱାତିକା ଭାଟିଆ, ପୂଜା ବସ୍ତ୍ରାକର, ଅରୁନ୍ଧତି ରେଡ୍ଡୀ, ରେଣୁକାସିଂ ଠାକୁର, ଦୟାଲନ ହେମଲତା, ଆଶା ଶୋଭନା,ରାଧା ଯାଦବ, ଶ୍ରୀୟଙ୍କା ପାଟିଲ ଓ ସଜନା ସଜୀବନ ରହିଛନ୍ତି ।

ମହିଳା ଟି -୨୦ ବିଶ୍ୱକପରେ ମୋଟ ୧୦ ଟି ଟିମ୍ ଭାଗନେବେ । ସେମାନଙ୍କୁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି । ପ୍ରଥମ ଗ୍ରୁପରେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା ରହିଥିବା ବେଳେ ଦ୍ୱିତୀୟ ଗ୍ରୁପରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ବାଂଲାଦେଶ ଓ ସ୍କଟଲ୍ୟାଣ୍ଡ ରହିଛନ୍ତି । ଭାରତ ତାର ପ୍ରଥମ ମ୍ୟାଚ ଅକ୍ଟୋବର ୪ ତାରିଖରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ । ସେହିଭଳି ଅକ୍ଟୋବର ୬ ତାରିଖରେ ପାକିସ୍ତାନ, ୯ ତାରିଖରେ ଶ୍ରୀଲଙ୍କା ଓ ୧୩ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+