ଆଜି ଦ୍ୱିତୀୟ ଟି - ୨୦ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା

ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚାଲିଥିବା ୪ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ରବିବାର ଗାବାରେ ଖେଳାଯିବ। ପ୍ରଥମ ମ୍ୟାଚକୁ ଭାରତ ୬୧ରନରେ ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାକୁ ଫେରିବା ନେଇ ଉଦ୍ୟମ କରିବ। ସୂର୍ଯ୍ୟକୁମାର ଯାଦବଙ୍କ ଯୁବ ଦଳ ପ୍ରଥମ ମ୍ୟାଚରେ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିଥିଲା।

ସଞ୍ଜୁ ସାମସନଙ୍କ ଶତକ ଓ ତିଳକ ବର୍ମାଙ୍କ ଉପଯୋଗୀ ଇନିଂସ ବଳରେ ଭାରତ ୨୦୨ରନର ବଡ଼ ସ୍କୋର କରିବାରେ ସଫଳ ହୋଇଥିଲା। ଓପନିଂରେ ଅଭିଷେକ ଶର୍ମା ବିଫଳ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା ଓ ରିଙ୍କୁ ସିଂହ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ବୋଲିଂରେ ଦୁଇ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ରବି ବିଷ୍ଣୋୟି ୬ଟି ୱିକେଟ ନେଇଥିଲେ। ଦ୍ରୁତ ବୋଲିଂ ବିଭାଗରେ ଅର୍ଶଦୀପ୍‌ ସିଂହ, ଆଭେଶ ଖାନ ପ୍ରାରମ୍ଭରୁ ସଫଳତା ପାଇଥିଲେ। ଦ୍ବିତୀୟ ମ୍ୟାଚ ଲାଗି ଭାରତ ଚୂଡାନ୍ତ ଏକାଦଶରେ ସେଭଳି କୌଣସି ପରିବର୍ତ୍ତନ କରିବାର ସମ୍ଭାବନା ନାହିଁ। ଭାରତ ଦ୍ବିତୀୟ ମ୍ୟାଚରେ ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବା ନେଇ ଉଦ୍ୟମ କରିବ। ଅନ୍ୟପକ୍ଷରେ ଆଇଡେନ ମାର୍କରାମଙ୍କ ନେତୃତ୍ବାଧିନ ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ବିଫଳ ହୋଇଥିଲା। ମାର୍କରାମ, ହେନରିଚ କ୍ଲାସେନ, ଡେଭିଡ୍‌ ମିଲର, ତ୍ରିଷ୍ଟାନ ଷ୍ଟବ୍ସଙ୍କ ଭଳି ବ୍ୟାଟସମ୍ୟାନ ରହିଥିଲେ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ବୋଲିଂରେ କେଶବ ମହାରାଜ, ମାର୍କୋ ୟାନସେନ, ଗାର୍ଲାଡ କୋଏଟ୍‌ଜି, ପେଟ୍ରିକ କୁରଗାର ରହିଛନ୍ତି। ଦଳ ପ୍ରଥମ ମ୍ୟାଚର ବୋଲିଂ ଓ ବ୍ୟାଟିଂ ବିଫଳତାକୁ ସୁଧାରିବା ସହ ବିଜୟ ନେଇ ନିଶ୍ଚିତ ଉଦ୍ୟମ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+