ଗୋଟିଏ ଦଳରେ ଖେଳିବେ ଭାରତ ଓ ପାକିସ୍ତାନ ଖେଳାଳି, ହେଲେ କାହିଁକି ?

ପୁଣିଥରେ ଆରମ୍ଭ ହେବ ଆଫ୍ରୋ-ଏସିଆ କପ। ଦୀର୍ଘ ଦୁଇ ଦଶନ୍ଧି ପରେ ଆଫ୍ରିକାନ ଏକାଦଶ ଓ ଏସିଆ ଏକାଦଶ ମଧ୍ୟରେ ଖେଳା ଯାଉଥିବା ସିରିଜ୍‌ ଖୁବଶୀଘ୍ର ଆରମ୍ଭ ହେବ।

ଆଫ୍ରିକା କ୍ରିକେଟ ଆସୋସିଏସନ(ଏସିଏ) ପକ୍ଷରୁ ଏହି ଖବରକୁ ନିଶ୍ଚିତ କରାଯାଇଛି। ତେବେ ସିରିଜରେ ତାରିଖ ଏଯାଏ ଚୂଡ଼ାନ୍ତ ହୋଇନାହିଁ। ଯଦି ଆଫ୍ରୋ-ଏସିଆ କପ ଖେଳାଯିବ, ତା'ହେଲେ ଭାରତ ଓ ପାକିସ୍ତାନର ବଛାବଛା ଖେଳାଳିମାନେ ଗୋଟିଏ ଟିମରେ ଖେଳିବେ। ଏହାବାଦ ଶ୍ରୀଲଙ୍କା, ଆଫଗାନିସ୍ତାନ, ୟୁଏଇ ଭଳି ଏସିଆ ମହାଦେଶର ଖେଳାଳିଙ୍କୁ ମଧ୍ୟ ଏସିଆ ଏକାଦଶରେ ସୁଯୋଗ ମିଳିପାରେ।

ଶନିବାର ଏସିଏ ପକ୍ଷରୁ ତା'ର ବାର୍ଷିକ ଜେନେରାଲ ମିଟିଂ(ଏଜିଏମ)ରେ ୬ ଜଣିଆ ଅନ୍ତରୀଣ କମିଟିକୁ ନିଯୁକ୍ତ କରିଛି। ଏମାନେ ସିରିଜର ରୂପରେଖ ପ୍ରସ୍ତୁତ କରିବେ। କମିଟିର ପରାମର୍ଶକ୍ରମେ ସିରିଜ କେବେ ଖେଳାଯିବ, ତା'ର ତାରିଖ ଘୋଷଣା କରାଯିବ।

ଏହି ସିରିଜର ପ୍ରଥମ ସଂସ୍କରଣ ୨୦୦୫ରେ ଦକ୍ଷିଣ ଆଫ୍ରିକାରେ ଖେଳା ଯାଇଥିଲା। ୨୦୦୭ରେ ଭାରତ ଏହାର ଆୟୋଜନ କରିଥିଲା। ୨୦୦୯ରେ କେନିୟା ସିରିଜର ତୃତୀୟ ସଂସ୍କରଣର ହୋଷ୍ଟିଂ ଦାୟିତ୍ୱ ପାଇଥିଲା। କିନ୍ତୁ ବିଭିନ୍ନ କାରଣ ପାଇଁ ଏହା ଆୟୋଜନ ହୋଇପାରି ନଥିଲା।

India and Pakistan

ଏସିଏର ଅନ୍ତରୀଣ ଅଧ୍ୟକ୍ଷ ତାଭେଙ୍ଗୱା ମୁକୁଲାନି କହିଛନ୍ତି, "ଆଫ୍ରୋ-ଏସିଆ କପ କ୍ରିକେଟ ବ୍ୟତୀତ ସଂଗଠନକୁ ଆବଶ୍ୟକ ଆର୍ଥିକ ସହାୟତା କରିବ। ଏହାର ଫଳ ଉଭୟ ପକ୍ଷ ପାଇଁ ବେଶ ଲାଭ ଦାୟକ ହେବ। ଆମେ ଏ ସମ୍ପର୍କରେ ଆମେ ଏସିଆ କ୍ରିକେଟ କାଉନସିଲ ସହ ଆଲୋଚନା କରିଛୁ। ଆଫ୍ରିକାନ ଦେଶଗୁଡ଼ିକ ଆଫ୍ରୋ-ଏସିଆ କପ ପୁଣି ଆରମ୍ଭ କରିବା ସପକ୍ଷରେ ରହିଛନ୍ତି।"

ଯଦି ଆଫ୍ରୋ-ଏସିଆ କପ ଆରମ୍ଭ ହେବ, ତା'ହେଲେ ଭାରତ ଓ ପାକିସ୍ତାନର ଖେଳାଳିମାନେ ଗୋଟିଏ ଟିମରେ ଖେଳିବର ସୁଯୋଗ ପାଇବେ। ୨୦୧୩ ଜାନୁଆରୀ ଠାରୁ ଭାରତ ଓ ପାକିସ୍ତାନ କେବଳ ଆଇସିସି ଓ ଏସିସିର ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେଉଛନ୍ତି। ଉଭୟ ଦେଶ ମଧ୍ୟରେ କୌଣସି ପ୍ରକାରର ଦ୍ୱିପାକ୍ଷିକ ସିରିଜ ଖେଳା ଯାଉନାହିଁ। ୨୦୦୮ ଏସିଆ କପ ଠାରୁ ଭାରତ ମଧ୍ୟ ପାକିସ୍ତାନ ଯାଇ ନାହିଁ।

୨୦୦୫ ଆଫ୍ରୋ ଏସିଆ କପର ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୧ରେ ଡ୍ର ରହିଥିଲା। ସିରିଜର ଶେଷ ମ୍ୟାଚ୍‌ ବାତିଲ ହୋଇଥିଲା। ଏହି ସମୟରେ ଏସିଆ ଏକାଦଶରେ ବୀରେନ୍ଦ୍ର ସେହୱାଗ, ଶାହିଦ ଆଫ୍ରିଦି ଓ ସନଥ ଜୟସୂରିୟାଙ୍କ ଭଳି ଖେଳାଳି ରହିଥିଲେ। ଏହାର ନେତୃତ୍ୱ ଇଞ୍ଜିମାମ ଉଲ ହକ ନେଇଥିଲେ। ଦଳରେ ରାହୁଲ ଡ୍ରାଭିଡ, ଅନୀଲ କୁମ୍ବଲେ ଓ ଆଶିଷ ନେହରାଙ୍କ ଭଳି ବଡ଼ ବଡ଼ ଖେଳାଳି ଥିଲେ।

୨୦୦୭ରେ ଏସିଆ ଏକାଦଶ ୩-୦ରେ ସିରିଜ କବଜା କରିଥିଲା। ଦଳରେ ଶୋଏବ ଅଖତର, ମହମ୍ମଦ ଆସିଫ ଓ ମହମ୍ମ ୟୁସୁଫଙ୍କ ଭଳି ପାକ ଖେଳାଳିଥିଲେ। ଏମାନେ ଭାରତର ଜହିର ଖାନ, ଯୁବରାଜ ସିଂହ, ମହେନ୍ଦ୍ର ସିଂହ ଧୋନି, ସୌରଭ ଗାଙ୍ଗୁଲି ଓ ହରଭଜନ ସିଂହଙ୍କ ସହ ଗୋଟିଏ ଟିମରେ ରହି ଖେଳିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+