ସେମିରେ ଭାରତ ଓ ନ୍ୟୁଜିଲାଣ୍ଡ; ବାଂଲାଦେଶ ଓ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବିଦା
ସେମିରେ ଭାରତ ଓ ନ୍ୟୁଜିଲାଣ୍ଡ । ପରାଜୟ ସହ ବାଂଲାଦେଶ ଓ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବିଦା। ଗ୍ରୁପ ଏରୁ ଭାରତ ଓ ନ୍ୟୁଜିଲାନ୍ଡ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି।
ରଚୀନ ରବୀନ୍ଦ୍ରଙ୍କ ଚମତ୍କାର ଶତକ ବଳରେ ସୋମବାର ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଏକ ମୁକାବିଲାରେ ନ୍ୟୁଜିଲାଣ୍ଡ ୫ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଆୟୋଜକ ତଥା ଗତ ସଂସ୍କରଣର ଚାମ୍ପିୟନ ପାକିସ୍ତାନ ଦୌଡରୁ ବାଦ ପଡ଼ିଛି ।
ବାଂଲାଦେଶର ୨୩୭ ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ୱିକେଟ ହରାଇ ହାସଲ କରିନେଇଛି । ରଚୀନ ୧୧୨ ରନ କରିଥିଲେ । ଟମ ଲାଥାମ ୫୫ ରନର ଉପଯୋଗୀ ଇନିଂସ ଖେଳିଥିଲେ । ମାଇକେଲ ବ୍ରେସୱେଲ ୧୧ ଓ ଗ୍ଲେନ ଫିଲିପ୍ସ ୨୧ ରନ କରି ଅପରାଜିତ ରହିଥିଲେ ।

ବାଂଲାଦେଶ ପକ୍ଷରୁ ଟସ୍କିନ ଅହମ୍ମଦ, ନାହିଦ ରାଣା, ମୁସ୍ତାଫିଜୁର ରେହମାନ ଓ ରିଶଦ ହୋସେନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ପୂର୍ବରୁ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ ହରାଇ ୨୩୬ ରନ ସଂଗ୍ରହ କରିଥିଲା । ନାଜମୁଲ ହାସନ ମିରାଜ ଦଳ ପକ୍ଷରୁ ସର୍ବାଧିକ ୭୭ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାକେର ଅଲୀ ୪୫, ରିଶଦ ହୋସେନ ୨୬ ଓ ତାଞ୍ଜିଦ ହାସନ ୨୪ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମାଇକେଲ ବ୍ରେସୱେଲ ସବୁଠାରୁ ସଫଳ ବୋଲର ଭାବେ ୪ଟି ୱିକେଟ ଅକ୍ତିଆର କରିଥିଲେ ।
ଏହି ମ୍ୟାଚ୍ର ଫଳାଫଳ ସହ ଭାରତ ମଧ୍ୟ ସେମିରେ ପ୍ରବେଶ କରିଛି । ଏହି ପରି ଗ୍ରୁପ ଏରୁ ଭାରତ ଓ ନ୍ୟୁଜିଲାନ୍ଡ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି ।












Click it and Unblock the Notifications