ଆଜି ବିଶ୍ୱକପର ପ୍ରଥମ ସେମି-ଫାଇନାଲ: ଭାରତ-ନ୍ୟୁଜିଲ୍ୟାଣ୍ଡ ହେବେ ମୁହାଁମୁହିଁ
World Cup 2023: ବିଶ୍ୱକପ 2023ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆଜି ଖେଳାଯିବ । ଏହି ମ୍ୟାଚରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ କଡ଼ା ଟକ୍କର । ମୁମ୍ବାଇ ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମ ଦିନ ୨ଟାରେ ଅରମ୍ଭ ହେବ ମ୍ୟାଚ୍ । ଚଳିତ ବର୍ଷ ବିଶ୍ୱକପରେ ଟିମ୍ ଇଣ୍ତିଆ ଅପରାଜେୟ ରହିଛି ଏହି ଧାରା ବଜାୟ ରଖି ଟାଇଟଲ୍ ରାଉଣ୍ତରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଭାରତ ।
ଙ୍ଖେଡେ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ଚଳିତ ବର୍ଷର ବିଶ୍ୱକପ୍ର ଚାରୋଟି ମ୍ୟାଚ୍ ଖେଳାଯାଇଛି। ସମସ୍ତ ଚାରୋଟି ମ୍ୟାଚ୍ ଡେ-ନାଇଟ୍ ରହିଛି ଏବଂ ଚାରିଟି ମ୍ୟାଚର ସ୍ଥିତି ସମାନ ରହିଛି । ସମସ୍ତ ଚାରିଟି ମ୍ୟାଚ୍ରେ ପ୍ରଥମ ବ୍ୟାଟିଂ କରିବା ଅର୍ଥାତ୍ ଦିନରେ ଖେଳିବା ସହଜ ହୋଇଛି ହେଲେ ସେତେଣ୍ତ ଇନିଂସ ଖେଳିବା କଷ୍ଟକର ରହିଛି ।

ଉଭୟ ଦଳ ଭଲ ଫର୍ମରେ ଥିବା ବେଳେ ଆଜିର ମ୍ୟାଚ୍ ଜିତି କିଏ ଫାଇନାଲରେ ନିଜ ସ୍ଥାନ ପକ୍କା କରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ଏଥି ମଧ୍ୟରେ ସାମ୍ନାକୁ ଆସୁଛି କିଛି ପ୍ରଶ୍ନ । ପ୍ରଶ୍ନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ବର୍ଷା । ମ୍ୟାଚ୍ ସମୟର ଯଦି ହେବ, ବର୍ଷା ପରେ ମ୍ୟାଚ୍ ନ ହେଲେ କଣ କରାଯିବ ? ମ୍ୟାଚ୍ ପାଇଁ ରିଜର୍ଭ ଡେ ରଖାଯାଇଛି କି ? ଏହିପରି ପ୍ରଶ୍ନ କ୍ରିକେଟ୍ ପ୍ରେମୀଙ୍କ ମନରେ ଅଛି ।
ବିଶ୍ୱକପ୍ ପାଇଁ ଆଇସିସି ରିଜର୍ଭ ଡେ ରଖିଛି । ଯଦି ମ୍ୟାଚ୍ ଅଧା ଖେଳାଯାଇଥିବ ଏବଂ ବର୍ଷା ହେତୁ ଖେଳ ହୋଇପାରେ ନାହିଁ, ତେବେ ବର୍ଷା ଯୋଗୁଁ ବନ୍ଦ ହୋଇଥିବା ମ୍ୟାଚ୍ ର ସେହି ସ୍ଥାନରୁ ପରଦିନ ମ୍ୟାଚ୍ ପୁଣି ଖେଳାଯିବ । ତେଣୁ ଏହାକୁ ନେଇ ଦ୍ୱନ୍ଦ ରହିବାର ଆବଶ୍ୟକତା ନାହିଁ ।












Click it and Unblock the Notifications